ଖାଉଛନ୍ତି କି ପାନ ପତ୍ର? ଜାଣନ୍ତୁ ଭୟଙ୍କର କଥା- Acharya Balkrishna

ଆଜି ଆମେ ଆଲୋଚନା କରିବା ପାନ ପତ୍ର ର ବ୍ୟବହାର ଦ୍ଵାରା କେଉଁ କେଉଁ ରୋଗକୁ ଦୂର କରି ପାରିବା । ପାନ ଦ୍ଵାରା ଆମେ ରୋଗର ଉପଚାର କରି ପାରିବା । ପାନ ର ପୂଜା ସଂସ୍କୃତି ପୂଜା ଆଦିରେ ବହୁତ ଅଧିକ ମହତପୂର୍ଣ ସ୍ଥାନ ରହିଥାଏ । ମୁଖ୍ୟତଃ ଲୋକମାନେ ଖାଦ୍ୟ ଖାଇବା ପରେ ଖାଦ୍ୟ ହଜମ କରିବା ପାଇଁ ଏବଂ ନିଜ ମୁହଁ ରେ ସ୍ଵାଦ ପାଇଁ ପାନ ଖାଇଥାନ୍ତି । ଏହା ଛଡା ଧର୍ମସଂସ୍କାର କ୍ରିୟା ମଧ୍ୟ ଏହା ବିନା ସମ୍ଭବ ନୁହେଁ । କିନ୍ତୁ ବହୁତ କମ ଲୋକ ଜାଣିଛନ୍ତି ଏହା କେବଳ ମୁହଁର ସ୍ଵାଦ ପାଇଁ ନୁହେଁ ବରଂ ଶରୀର କୁ ଅନେକ ପ୍ରକାର ରୋଗରୁ ମଧ୍ୟ ବଞ୍ଚାଇଥାଏ ।

୧) ଯଦି ଆପଣଙ୍କୁ ପାଇରିଆ ରୋଗ ଅଛି ତେବେ ପାନ ରେ କର୍ପୁର ମିଶାଇ ସେବନ କରିବା ଦ୍ଵାରା ଖୁବ ଶୀଘ୍ର ଆପଣଙ୍କ ପାଇରିଆ ସମସ୍ୟା ଦୂର ହୋଇଯିବ । କିନ୍ତୁ ଗୋଟେ କଥାର ଧ୍ୟାନ ରଖନ୍ତୁ କର୍ପୁର ଏବଂ ପାନ ପତ୍ର ଚୋବାଇବା ବେଳେ ତାର ରସ କୁ ପେଟ ଭିତରକୁ ନିଅନ୍ତୁ ନାହିଁ । ସମସ୍ତ ରସ ବାହାରକୁ ବାହାର କରିଦିଅନ୍ତୁ । ପାନ କେବଳ ପାଇରିଆ ପାଇଁ ନୁହେଁ ବରଂ ପୁରା ମୁହଁ ପାଇଁ ବହୁତ ଲାଭଦାୟକ ଅଟେ । କାରଣ ଏଥିରୁ କିଛି ଏମିତି ତତ୍ତ୍ଵ ମିଳିଥାଏ ଯାହା ବାକ୍ଟେରିଆ ର ପ୍ରଭାବକୁ ଶେଷ କରିଥାଏ । ଏବଂ ମୁଖ ଦୁର୍ଗନ୍ଧ କୁ ମଧ୍ୟ ଶେଷ କରିଥାଏ ।

୨) ଯଦି ଆପଣଙ୍କୁ କାସ ହେଉଥାଏ ତେବେ ଆପଣ ହଳଦୀକୁ ଗରମ କରି ପାନ ରେ ମିଶାନ୍ତୁ । ଏବଂ ଏହା ପରେ ପାନ କୁ ଭଲ ଭାବରେ ଚୋବାନ୍ତୁ । ଯଦି କାଶ କମୁନି ତେବେ ଆପଣ ହଳଦୀ ସହ ଜୁଆଣୀ କୁ ବି ମିଶାନ୍ତୁ ଏବଂ ଏହାକୁ ଚୋବାନ୍ତୁ । ଆପଣଙ୍କୁ ଜଲ୍ଦି ହିଁ ଆରମ ମିଳିବ ।

୩) ଯଦି ଆପଣଙ୍କୁ ଥଣ୍ଡା ହୋଇଛି ତେବେ ଆପଣ ପାନ ରେ ଅଳ୍ପ ଲବଙ୍ଗ ମିଶାଇ ଚୋବାନ୍ତୁ । ଏହା ଦ୍ଵାରା ଥଣ୍ଡା ଜଲ୍ଦି ଛାଡି ଯାଇଥାଏ ।

୪) ଯେଉଁ ବ୍ୟକ୍ତି ଙ୍କୁ କିଡନୀ ସମ୍ବନ୍ଧିତ ରୋଗ ଅଛି ସେମାନେ ଦିନରେ ୨ଥର ସକାଳ ଏବଂ ସନ୍ଧ୍ୟା ରେ ପାନ ନିହାତି ଚୋବାନ୍ତୁ । ଏହା ଦ୍ଵାରା ଆପଣଙ୍କ ପେଟ ରେ ଆବର୍ଜନା ସଫା ହୋଇଯାଏ । ଏବଂ କିଡନୀ ର କାର୍ଯ୍ୟ କ୍ଷମତା ରେ ବୃଦ୍ଧି ହୋଇଥାଏ ।

୫) ଶ୍ଵାସ ସମସ୍ୟା ପାଇଁ ଆପଣ ପାନ ପତ୍ର ର ବ୍ୟବହାର କରିପାରିବେ । ଏଥିପାଇଁ ଆପଣ ପାନ ର ତେଲ କାଢି ନିଅନ୍ତୁ । ଏବଂ ତାହାକୁ ଗରମ କରି ନିଜର ଶରୀର ରେ ମାଲିସ କରନ୍ତୁ । ଏହି ଉପାୟ ଟିକୁ ୧ମାସ ପର୍ଯ୍ୟନ୍ତ କଲା ପରେ ଏହାର ଲାଭ ଅନୁଭବ କରି ପାରିବେ ।

୬) ଯଦି ଆପଣଙ୍କର କିଛି ମୁତ୍ର ସମସ୍ୟା ରୋଗ ଥିଲେ ଆପଣ ପାନ ପତ୍ରର ରସ ବାହାର କରି ଏହାକୁ ପତଳା କ୍ଷୀର ସହ ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ପେଟ ର ସବୁ ସମସ୍ୟା ଶେଷ ହୋଇଯିବ ।

୭) ତ୍ଵଚା ର ଚମକ ପାଇଁ ପାନ ପତ୍ର ବହୁତ ଲାଭଦାୟକ ହୋଇଥାଏ । ପାନ ପତ୍ର ରେ ଆଣ୍ଟି ଆକ୍ସିଡେଣ୍ଟ ତତ୍ତ୍ଵ ମିଳିଥାଏ ଯାହା ଆପଣଙ୍କ ତ୍ଵଚାର ରଙ୍ଗରେ ପରିବର୍ତନ ଆସିଥାଏ ।

୮) ଯେଉଁମାନେ ନୂଆ ନୂଆ ବିବାହ କରିଥାନ୍ତି ସେମାନେ ପାନ ର ସେବନ ବହୁତ କରିଥାନ୍ତି । କାରଣ ପାନ ର ଅଧିକ ସେବନ ଦ୍ଵାରା ଅଧିକ କାମ ଭାବନା ଜାଗ୍ରତ ହୋଇଥାଏ ।

୯) ପାନ ଖାଦ୍ୟ ହଜମ ରେ ବିଶେଷ ଭୂମିକା ଗ୍ରହଣ କରିଥାଏ । ଏହା ଦ୍ଵାରା ଆମର ପାଚନ କ୍ରିୟା ଠିକ ଭାବରେ କାର୍ଯ୍ୟ କରିଥାଏ ।

୧୦) ପାନ ପତ୍ର କୁ ଘା ରେ ଲଗାଇବା ଦ୍ଵାରା ଆପଣଙ୍କ ଘା ଜଲ୍ଦି ସୁଖି ଯାଇଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *