ପାଣି କେମିତି, କେତେ ଓ କେବେ ପିଇବା ଉଚିତ! କଣ କୁହନ୍ତି Doctor ଜାଣନ୍ତୁ

କେତେ ପାଣି ପିଇବା ଦରକାର ଏହା ଆପଣ ସ୍ଥିର କରିବେ ଆଉ ଏହା ବହୁତ ସହଜ ମଧ୍ୟ ହୋଇଥାଏ । ଖାଲି ଜାଣିବା ଏହି ନିର୍ନୟ ଆପଣ କେମିତି ନେବେ । ଏହି ନିର୍ନୟ ନେବା ସମୟରେ କଣ ଧ୍ୟାନ ରଖିବା ଉଚିତ । ଆପଣ ସକାଳେ ଉଠିବାଥୁ ନେଇ ଶୋଇବା ପର୍ଯ୍ୟନ୍ତ ଆପଣ ୟୁରିନ ରଙ୍ଗକୁ ଦେଖନ୍ତୁ। ଆପଣଙ୍କୁ ସେତିକି ପାଣି ପିବା ଦରକାର  ଯେଉଁ ଥିରେକି ଆପଣଙ୍କ ୟୁରିନର ରଙ୍ଗ ପାଣି ଭଳି ସଫାଦେଖାଯିବ । ଯଦି ଆପଣଙ୍କ ୟୁରିନର ରଙ୍ଗ ପାଣି ଭଳି ଦେଖାଯିବା ବଦଳରେ ହଳଦିଆ ଦେଖାଯାଏ ବ ଗାଢ ଦେଖାଯାଏ । ଏହାର ମାନେ ଆପଣଙ୍କ ଶରୀରରେ ପାଣି କମ ପଡିଥାଏ, ଆଉ ଆପଣଙ୍କୁ ଅଧିକ ପାଣି ପିବା ଦରକାର ।

ଆପଣଙ୍କ ୟୁରିନ ରଙ୍ଗ ସଫା ରଖିବା ପାଇଁ କେତେ ପାଣି ପିବା ଆବଶ୍ୟକ  ହୋଇଥାଏ ମାନେ କେଉଁ ଋତୁ ଚାଲିଛି ଆଉ ଆପଣ କଣ କାମ କରୁଛନ୍ତି ଆଉ ଆପଣ ଘରେ ବସିଛନ୍ତି କି ଘରେ ବସିଛନ୍ତି ଏହି କଥା ଉପରେ ନିର୍ଭର କରିଥାଏ ।  ଯଦି ଆପଣ ଅଫିସରେ ବସିଛନ୍ତି ଆଉ ଥଣ୍ଡା ଋତୁ ଅଛି ଆପଣଙ୍କୁ କମ ପାଣି ପୀଇବାକୁ ପଡିପାରେ । ତାପରେ ମଧ୍ୟ ଆପଣଙ୍କ ୟୁରିନର ରଙ୍ଗ ପାଣିଭଳି ସାଫ ହୋଇଥାଏ । କିଯଦି  ଆପଣ ବାହାରେ ବା ଖରାରେ କାମ କରୁଛନ୍ତି  ଆଉ ନିଜ ୟୁରୀନ ଙ୍କୁ ସଫା ରଖିବା ପାଇଁ ଅଧିକ ମାତ୍ରାରେ ପାଣି ପିଇବାକୁ ପଡିପାରେ ।

ଆପଣଙ୍କ ୟୁରିନ ରଙ୍ଗ ଦେଖିବା ବୀନା ଆପଣ ୫ ଲିଟର କି ଅଧିକ ପିବା ଏମିତି କରିବା ଦ୍ଵାର ଆପଣକୁ ବାର ବାର ପରିସ୍ରା ଲାଗିପରେ । ସେଥିରେ ଯଦି ଆପଣଙ୍କ ବୟସ ୫୦ ରୁ ଉର୍ଦ୍ଧ ହେଲେ ମଧ୍ୟ ଆପଣଙ୍କୁ ଆଉ ମଧ୍ୟ ତକଲିପ ହୋଇପାରେ । ବୟସ ହେଲାପରେ ମୂତ୍ରାଶୟର ସ୍ଟୋର କରିବାର କ୍ଷମତା ଆହୁରି ମଧ୍ୟ କମ ହୋଇଥାଏ । ଗୋଟେ ଥର କେତେ ପାଣି ପିଇବା ଦରକାର  ଓ କେତେଥର ?ଯଦି ଆପଣ ଏସିରେ ବସିକି କାମ କରୁଛନ୍ତି ଆଉ ଥଣ୍ଡା ଋତୁ ଅଛି , ଆପଣ ପ୍ରତି ଦୁଇଘଣ୍ଟାରେ ଗୋଟେ ଗ୍ଲାସ ପାଣି ପିଇ ପାରିବେ ।

 

ଏଥିରେ ଆପଣଙ୍କ ପରିସ୍ରାର ରଙ୍ଗ ପାଣି ଭଳି ରହିବ । ତାପରେ ପରିସ୍ରାର ରଙ୍ଗ ଦେଖୁଥାନ୍ତି ଆଉ ସେହି ଅନୁସାରେ ଆପଣ ପାଣି ପିଅନ୍ତୁ ।  ଯଦି ଆପଣ ବାହାରେ ଖରାରେ କାମ କରୁଛନ୍ତି ଓ ଗରମ ଋତୁ ଚାଲିଛି ଆପଣଙ୍କୁ ପ୍ରତି ଘଣ୍ଟାରେ ଗୋଟେ ଗ୍ଲାସ ପାଣି ପିଇବାକୁ ପଡିବ । ଆଉ ପରିସ୍ରାର ରଙ୍ଗ ଉପରେ ଧ୍ୟାନ ରଖନ୍ତୁ ।

Leave a Reply

Your email address will not be published. Required fields are marked *