ପର ପୁରୁଷ ସହ ସମ୍ବନ୍ଧ ରଖୁଥିବା ଧୋଜେବାଜ ପତ୍ନୀକୁ ନର୍କରେ କେଉଁ ଦଣ୍ଡ ମିଳେ- Garuda Purana

ବିବାହ ସମୟରେ ସ୍ଵାମୀ ସ୍ତ୍ରୀ ସାତ ଥର ଅଗ୍ନି ଚାରିପଟେ ପରିକ୍ରମା କରନ୍ତି । ଏହାର ଅର୍ଥ ସେମାନେ ସାତ ଜନ୍ମ ପର୍ଯ୍ୟନ୍ତ ପରସ୍ପରର ସାଥ ଦେବେ ବୋଲି ବଚନ ଦିଅନ୍ତି । କିନ୍ତୁ କେତେକ କ୍ଷେତ୍ରରେ ଗୋଟିଏ ଜନ୍ମ ବି ଏକାଠି ରହିବା କିଛି ସ୍ଵାମୀଙ୍କ ସ୍ତ୍ରୀ ଙ୍କ ପକ୍ଷରେ ସମ୍ଭବ ହୋଇ ନ ଥାଏ । ବର୍ତ୍ତମାନ ସମୟରେ କେତେବେଳେ ସ୍ଵାମୀ କିମ୍ବା ସ୍ତ୍ରୀ ପରସ୍ପରକୁ ଧୋଖା ଦେଉଥିବାର କଥା ଶୁଣିବାକୁ ମିଳିଥାଏ । ମନୁଷ୍ୟ ଯଦି ଏହାକୁ ଏକ ଭୁଲ ବୋଲି ଚିନ୍ତା ବି କରି ଭୁଲି ଯାଏ ।

କିନ୍ତୁ ଧର୍ମ ଗ୍ରନ୍ଥ ଅନୁସାରେ ଏହା ଏକ ପାପ ଅଟେ । ଏହିଭଳି କାମ କରୁଥିବା ପୁରୁଷମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡିଥାଏ । କେବଳ ପୁରୁଷମାନଙ୍କ ପାଇଁ ନୁହେଁ ଶାସ୍ତ୍ର ଅମନୁସାରେ ସ୍ତ୍ରୀ ଯଦି ଅନ୍ୟ ପୁରୁଷ ସହ ସମ୍ବନ୍ଧ ରଖୁଛି ତେବେ ତାଙ୍କ ପାଇଁ ବହୁତ ଭୟଙ୍କର ଦଣ୍ଡ ଦିଆଯାଏ । ଆମେ ଆପଣଙ୍କୁ ସେହି ଦଣ୍ଡ ବିଷୟରେ କହିବୁ ।

ଯେଉଁ ସ୍ତ୍ରୀ ପର ପୁରଷ ସହ ସମ୍ପର୍କ ରଖିଥାଏ ସେହି ସ୍ତ୍ରୀ ଯେତେବେଳେ ଯମରାଜ ପାଖକୁ ଯାଆନ୍ତି ତାକୁ ଦେଖି ଯମରାଜ ରାଗି ଯାଆନ୍ତି ଓ ତାଙ୍କୁ ନର୍କକୁ ପଠାଇ ଦିଅନ୍ତି । ଏହିଭଳି ସ୍ତ୍ରୀଙ୍କୁ ଯମଲୋକରେ ଲୁହାର ପୁରୁଷ ଜଳୁଥିବାର ନଜର ଆସନ୍ତି । ଯେଉଁମାନଙ୍କ ଚେହେରା ସେହିଭଳି ପୁରୁଷଙ୍କ ହୋଇଥାଏ ଯେଉଁମାନଙ୍କ ସହ ଏମାନେ ଅନେଇତିକ ସମ୍ବନ୍ଧ ରଖିଥାନ୍ତି ।

ଲୁହାରେ ତିଆରି ସେହି ପୁରଷ ସ୍ତ୍ରୀକୁ ଜବରଦସ୍ତି ଆଲିଙ୍ଗନ କରି ତାଙ୍କ ସହ ସେହିଭଳି ବ୍ୟବହାର କରନ୍ତି । ଯେଉଁଭଳି ସ୍ତ୍ରୀ ନିଜ ସ୍ଵାମୀଙ୍କ ଠାରୁ ଚାହୁଁଛି । କିନ୍ତୁ ତାହାର ସାହାର୍ଯ୍ୟ କେହି ବି କରନ୍ତି ନାହିଁ । ଏହା ଛଡା ତାଙ୍କୁ ଜଳୁଥିବା ଲୁହାର ଖୁମ୍ବରେ ଆଲିଙ୍ଗନ କରିବା ପାଇଁ ବି କୁହାଯାଏ ।

ଏହିଭଳି ସ୍ତ୍ରୀଙ୍କୁ ଲୁଣ ପାଣିରେ ସ୍ନାନ ମଧ୍ୟ କରାଯାଏ ଓ ଲୁଣ ବାଲା ପାଣି ପିଇବାକୁ ଦିଆଯାଏ । ଯାହାକୁ ପିଇ ସେ କଷ୍ଟରେ ଚିତ୍କାର କରିଥାନ୍ତି । ସେହି ଜୀବାତ୍ମା ଗୋଟି ଗୋଟି କରି ସମସ୍ତ ନର୍କର ଫଳ ଭୋଗିବା ପରେ ପଶୁ ରୂପରେ ଜନ୍ମ ନେଇଥାଏ ।

ଗରୁଡ ପୁରାଣ ଅନୁସାରେ ଯେଉଁ ସ୍ତ୍ରୀ ବିବାହ ପୂର୍ବରୁ ଅନ୍ୟ ପୁରୁଷ ସହ ସମ୍ବନ୍ଧ ରଖି ନିଜର ଭାବି ସ୍ଵାମୀକୁ ଧୋଖା ଦେଇଥାଏ ଏହିଭଳି ସ୍ତ୍ରୀକୁ ନର୍କରେ କଣ୍ଟା ବାଲା ଗରମ ଲୁହାର ଅନନ୍ତ କାଳ ପର୍ଯ୍ୟନ୍ତ ଧରି ରଖାଯାଏ । ଯେଉଁ ମହିଳା ନିର୍ବନ୍ଧ ପରେ ଅନ୍ୟ ପୁରୁଷ ସହ ସମ୍ବନ୍ଧ ରଖି ନିଜ ସ୍ଵାମୀକୁ ଧୋଖା ଦେଇଥାଏ ସେହିଭଳି ସ୍ତ୍ରୀଙ୍କୁ ନର୍କରେ ଭୋକିଲା ପିଶାଚ ସାମ୍ନାରେ ଫୋପାଡି ଦିଆଯାଏ ।

ଯେଉଁ ସ୍ତ୍ରୀ ବିବାହ ପରେ ସ୍ଵାମୀକୁ ଧୋଖା ଦେଇଥାଏ ତାକୁ ଯମରାଜ ନିଜେ ନର୍କ ଲୋକରେ ଗରମ ତେଲର କଢେଇରେ ଛାଣନ୍ତି । ଯେଉଁ ସ୍ତ୍ରୀ ବିବାହ ପରେ ଅନ୍ୟ ପୁରୁଷଙ୍କୁ ଖରାପ ନଜର ଦେଖନ୍ତି ଏହିଭଳି ସ୍ତ୍ରୀ ଆସନ୍ତା ଜନ୍ମରେ ଛେଲି ଜନ୍ମ ପାଇଥାନ୍ତି ।

Leave a Reply

Your email address will not be published. Required fields are marked *