ପରଟା ଠାରୁ ଫ୍ରୁଟ ଜୁସ ପର୍ଯ୍ୟନ୍ତ ଜାଣନ୍ତୁ ବ୍ରେକଫାଷ୍ଟ ରେ କଣ ଖାଆନ୍ତି ବଲୀଉଡ ହିରୋଇନ- କଣ ଏମାନଙ୍କ ଫିଟ ରହିବାର ରାଜ

ଭଲ ସ୍ୱାସ୍ଥ୍ୟ ପାଇଁ ହେଲ୍ଦି ବ୍ରେକଫାଷ୍ଟ ବହୁତ ଆବଶ୍ୟକ ବୋଲି କୁହା ଯାଏ, ସକାଳ ଜଳିଖିୟା ନଖାଇଲେ ଆବଶ୍ୟକ ପୋଷାକ ତତ୍ଵ ପ୍ରାପ୍ତ ହୋଇନଥାଏ । ଯଦି ଆପଣ ମଧ୍ୟ ବଲୀଉଡ ହିରୋଇନମାନଙ୍କ ଭଳି ଫିଟ ରହିବାକୁ ଚାହନ୍ତି ତେବେ ଏହି କାମ ଗୁଡିକ କରନ୍ତୁ । ଯଦି ଆପଣ ଭାବନ୍ତି ଯେ ଫିଲ୍ମ ହିରୋଇନ ଅଲଗା ପ୍ରକାର ଡାଇଟ ନିଅନ୍ତି ବା ସାମାନ୍ୟ ଲୋକଙ୍କ ପାଇଁ ଏହା ସମ୍ଭବ ନୁହ ତେବେ ଆପଣ ଭୁଲ ଭାବୁଛନ୍ତି ।

ତେବେ ଆସନ୍ତୁ ଜାଣିବା କିଛି ପ୍ରସିଦ୍ଧ ହିରୋଇନମାନଙ୍କ ଡାଇଟ ବିଷୟରେ ଯାହା ଦ୍ଵାରା ସେ ନିଜକୁ ଫିଟ ରଖନ୍ତି ।

ଶ୍ରଦ୍ଧା କପୁର :

ସ୍ୱାସ୍ଥ୍ୟ ପାଇଁ ନ୍ୟୁଟ୍ରିସନ ଭରପୁର ଘର ଖାଦ୍ୟ ସବୁଠାରୁ ଉତ୍ତମ ଅଟେ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଘର ରୋଷେଇ ଖାଦ୍ୟ ବହୁତ ପସନ୍ଦ ଅଟେ । ଶ୍ରଦ୍ଧା ନିଜ ଡାଇଟ ଓ ୱାର୍କଆଉଟ ଉପରେ ବହୁତ ଧ୍ୟାନ ଦିଅନ୍ତି କିନ୍ତୁ ଶ୍ରଦ୍ଧାଙ୍କୁ ପଞ୍ଜାବୀ ଓ ମହାରାଷ୍ଟ୍ରନ ଖାଇବା ବହୁତ ପସନ୍ଦ ।

ଶିଲ୍ପା ଶେଠି କୁନ୍ଦ୍ରା :

ଫିଟନେସ ଆଇକନ ଶିଲ୍ପା ଶେଠୀ ନିଜ ଦିନ ଆରମ୍ଭ ନୋନି ଜୁସ ଦ୍ଵାରା କରନ୍ତି । ଏହା ପରେ ବାଦାମ ଖିର, କଦଳୀ, କଞ୍ଚା ଓଟ୍ସ ଏବଂ ମହୁ ମିଶ୍ରଣ ସେବନ କରନ୍ତି । ଏହା ଛଡା ସେଓ ବ୍ଲୁ ବେରୀ ଓ ମହୁ ସହ ଗୁଡ ଖାଆନ୍ତି ।

କରିନା କପୁର :

କରିନା ବ୍ରେକଫାଷ୍ଟକୁ ବହୁତ ମହତ୍ଵ ଦିଅନ୍ତି, ଗୋଟେ ଇଣ୍ଟରଭ୍ୟୁ ରେ ସେ କହିଥିଲେ ସକାଳେ ଜଳଖିଆ ରେ ସବୁଠାରୁ ପ୍ରଥମେ ମୁଁ କଦଳୀ ଖାଏ । ଏହା ଛଡା କରିନାଙ୍କୁ ସକାଳେ ଘିଅ ପରଟା ବା ପୋହା ଖାଇବା ବହୁତ ପସନ୍ଦ ।

ଦୀପିକା ପାଦୁକୋନ :

ଦୀପିକା ନିଜ ଫିଟ୍ଣେସ ଉପରେ ବହୁତ ଧ୍ୟାନ ଦିଅନ୍ତି ଓ ଜଳଖିଆ ରେ ସାଉଥ ଇଣ୍ଡିଆନ ଖାଦ୍ୟ ଖାଇବା ପସନ୍ଦ କରନ୍ତି ଯେମିତିକି ଉପମା, ଦୋସା, ଇଡଲି ବା ପୋହା । ଏହା ଛଡା ଅଣ୍ଡା ଧଳା ଭାଗ ବା ଅମଲେଟ ମଧ୍ୟ ଖାଆନ୍ତି ।

ତେବେ ଯଦି ଆପଣ ମଧ୍ୟ ଏମାନଙ୍କ ଭଳି ଫିଟ ରହିବାକୁ ଚହୁଁଛନ୍ତି ତାହେଲେ ନିଜ ସକାଳର ଆରମ୍ଭ ଏହିଭଳି ବ୍ରେକଫାଷ୍ଟରୁ କରନ୍ତୁ । ଏହା ସହ ଟିକେ ଏକ୍ସରସାଇଜ ମଧ୍ୟ କରନ୍ତୁ ଦେଖିବେ ଆପଣ ମଧ୍ୟ ସେମାନଙ୍କ ଭଳି ମସ୍ତ ଫିଗର ପାଇ ପାରିବେ ।

Leave a Reply

Your email address will not be published. Required fields are marked *