ପରିବାରରେ ମୃତ୍ୟୁ ହେବା ଉପରେ ମୁଣ୍ଡନ କାହିଁକି କରାଯାଏ ? Garuda Puran

ହିନ୍ଦୁ ଧର୍ମରେ ଶାସ୍ତ୍ର ଗୁଡିକରେ ମନୁଷ୍ୟର ମୃ-ତ୍ୟୁ ପରେ ପୁନଃ ଜନ୍ମ ହୋଇଥାଏ ବୋଲି କୁହାଯାଇଛି । ଏହା ସହିତ ମୃତକର ଆତ୍ମାକୁ ମୁକ୍ତି ଓ ଶାନ୍ତି ପାଇଁ ବହୁତ କର୍ମ ବି କରାଯାଏ । ଆପଣ ସମସ୍ତେ ଦେଖିଥିବେ କି ହିନ୍ଦୁ ଧର୍ମରେ ଯେତେବେଳେ କୌଣସି ବ୍ୟକ୍ତିର ମୃ-ତ୍ୟୁ ହୋଇଯାଏ ତେବେ ମୃତକର ପରିଜନ ନିଜର ମୁଣ୍ଡର କେସ ମୁଣ୍ଡନ କରି ଦିଅନ୍ତି ।

କିନ୍ତୁ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ଏହା କାହିଁକି କରାଯାଏ । ହିନ୍ଦୁ ଧର୍ମରେ ଗରୁଡ ପୁରାଣ ଏକ ଏମିତି ପୁରାଣ ଅଟେ ଯେଉଁଥିରେ ମୃ-ତ୍ୟୁ ଭଳି ଜଟିଳ ବିଷୟ ଉପରେ ବି ବହୁତ କିଛି ତଥ୍ୟ ଉଲ୍ଲେଖ କରାଯାଇଛି । ଗୁରୁଡ ପୁରାଣ ଅନୁସାରେ ରୀତିନୀତି ଅନୁସାରେ କର୍ମ କରିବା ଦ୍ଵାରା ହିଁ ଆତ୍ମାକୁ ନୂତନ ଶରୀରରେ ପ୍ରବେଶ କରିବାର ସୁଯୋଗ ମିଳିଥାଏ କିମ୍ବା ସେ ସ୍ଵର୍ଗକୁ ଯାଇ ଥାନ୍ତି । ଏହି କର୍ମ ମଧ୍ୟରେ ଗୋଟିଏ ଅଟେ କି ମୃତକ ପରିବାରର ପୁରୁଷ ସଦସ୍ୟଙ୍କ ମୁଣ୍ଡନ କରାଇବା ।

କହିବାକୁ ଗଲେ ଏହାର ପ୍ରଥମ କାରଣ ହେଉଛି ସ୍ଵଚ୍ଛତା । କାରଣ ମୃ-ତ୍ୟୁ ପରେ ଶରୀର ସଢିବା ଆରମ୍ଭ ହୋଇଯାଏ ଓ ତାହା ବହୁତ ଜୀବାଣୁର ଘର ହୋଇଯାଏ । ସମ୍ପର୍କୀୟ ଓ ପରିବାର ଲୋକମାନେ ମୃ-ତ୍ୟୁ ଠାରୁ ନେଇ ଶ୍ମଶାନରେ ଜଳାଇବା ପର୍ଯ୍ୟନ୍ତ ସେହି ଶରୀରକୁ କେତେ ଥର ସ୍ପର୍ଶ କରିଥାନ୍ତି । ଯାହା ଦ୍ଵାରା ସମ୍ଭବ ଅଟେ କି ସେହି ଜୀବାଣୁ ତାଙ୍କ ଶରୀର ଉପରକୁ ଚାଲି ଆସିଥିବ । ସେଥିପାଇଁ ଅନ୍ତିମ ସଂସ୍କାର ପରେ ନଖ କାଟିବା, ମୁଣ୍ଡନ ହେବା ଓ ସ୍ନାନ ଭଳି ପ୍ରକ୍ରିୟା ଏକା ସହିତ କରାଯାଏ ।

ଯାହା ଦ୍ଵାରା ଶରୀର ପୁନଃ ସ୍ବଚ୍ଛ ହୋଇଯାଏ । ମୁଣ୍ଡନ କରିବା ଦ୍ଵାରା ଆମକୁ ବିଭିନ୍ନ ପ୍ରକାରର ସଂକ୍ରମଣ ଠାରୁ ବି ମୁକ୍ତି ମିଳିଥାଏ । ଯେତେବେଳେ କି ମହିଳାମାନେ ଶ୍ମଶାନକୁ ଯାଆନ୍ତି ନାହିଁ ସେଥିପାଇଁ ହିନ୍ଦୁ ଧର୍ମରେ ତାଙ୍କର ମୁଣ୍ଡନ କରାଯାଏ ନାହିଁ । ଏମିତି କୁହାଯାଏ କି କୌଣସି ସମ୍ପର୍କୀୟଙ୍କ ମୃ-ତ୍ୟୁ ହେବା ପରେ ମୁଣ୍ଡନ କରିବା ପଛରେ ଗୋଟିଏ ବଡ କାରଣ ହେଉଛି ମୃ-ତ୍ୟୁ ବ୍ୟକ୍ତି ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜତାଇବା ।

ଗରୁଡ ପୁରାଣ ଅନୁସାରେ ବ୍ୟକ୍ତିର ମୃ-ତ୍ୟୁ ହେବାର କିଛି ସମୟ ପର୍ଯ୍ୟନ୍ତ ସେହି ପରିବାରର ସଦସ୍ୟମାନେ ଅପବିତ୍ର ହୋଇଯାନ୍ତି । ମୁଣ୍ଡନ କରିବା ଦ୍ଵାରା ଏହି ଅପବିତ୍ରତା ଠାରୁ ମୁକ୍ତି ମିଳିଯାଏ । ଗରୁଡ ପୁରାଣ ଅନୁସାରେ ମୃତକର ଆତ୍ମା ନିଜର ମୃ-ତ୍ୟୁକୁ ସଙ୍ଗେ ସଙ୍ଗେ ମାନିବା ପାଇଁ ପ୍ରସ୍ତୁତ ନ ଥାନ୍ତି । ପ୍ରଥମେ ତ ସେମାନେ ଶବର ଆଖପାଖରେ ବୁଲିଥାନ୍ତି ।

ଅନ୍ତିମ ସଂସ୍କାର ପରେ ପରିଜନ ଓ ଘରର ଆଖପାଖରେ ରୁହନ୍ତି । କିନ୍ତୁ ଇନ୍ଦ୍ରିୟର ଅଭାବ କାରଣରୁ ସେମାନଙ୍କର ଭୌତିକ ସମ୍ପର୍କ ହୋଇ ନ ଥାଏ ଓ ଏହି ସମ୍ପର୍କକୁ କରିବା ପାଇଁ ମୁଣ୍ଡର କେସ ସହାୟକ ହୋଇଥାଏ । ସେଥିପାଇଁ ଏହି ସମ୍ପର୍କକୁ ପୂରାପୂରି ରୂପରେ ଭାଙ୍ଗିବା ପାଇଁ ସମସ୍ତଙ୍କର ମୁଣ୍ଡନ କରାଯାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *