ପରୀକ୍ଷା ପୂର୍ବରୁ ଭାଇରାଲ ହେଲା ମାଟ୍ରିକ ପ୍ରଶ୍ନପତ୍ର ! ମାଧ୍ଯମିକ ଶିକ୍ଷା ପରିଷଦ ମୁଣ୍ଡରେ ପଡିଲା ଚଡକ?

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ମାଟ୍ରିକ ପରୀକ୍ଷା ପିଲା ମାନଙ୍କର ଭବିଷ୍ୟତ କୁ ନେଇ ଆଧାରିତ ଅଟେ । ଏହାକୁ ପ୍ରତି ବର୍ଷ ଶୃଙ୍ଖଳିତ ଭାବେ କରାଯିବାକୁ ଚେଷ୍ଟା କରା ଯାଉଛି । ଏକ ପ୍ରକାରର କାର୍ଯ୍ୟ କ୍ରମ ବୋର୍ଡ ହାତକୁ ନେଉଛି ମାଟ୍ରିକ ପରୀକ୍ଷା କୁ ନେଇ । କିନ୍ତୁ ଆଜି ମାଟ୍ରିକ ପରୀକ୍ଷା ପୂର୍ବରୁ ପ୍ରଶ୍ନ ପତ୍ର ଭାଇରାଲ । ଆଜି ମାଟ୍ରିକ ପରୀକ୍ଷା ରେ ଇତିହାସ, ରାଜନୀତି ବିଜ୍ଞାନର ପରୀକ୍ଷା ରହିଛି ।

ହେଲେ ପରୀକ୍ଷା ପୂର୍ବରୁ ପ୍ରଶ୍ନ ପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାର ଅଭିଯୋଗ ଆସିଛି । କିନ୍ତୁ ଭାଇରାଲ ହୋଇଥିବା ପ୍ରଶ୍ନ ପତ୍ର ଆଜିର କି ନୁହେଁ ତାହା ସ୍ପଷ୍ଟ ହୋଇ ନାହି । ତେବେ ଏହି ଖବର ସତ କି ନୁହେଁ ତାହା କିଛି ସ୍ପଷ୍ଟ ହୋଇ ନାହି । ବର୍ତ୍ତମାନ ପିଲା ମାନେ ପରୀକ୍ଷା ଦେବ ଆରମ୍ଭ କରି ସାରିଲେଣି ।

ଆଜି ପରୀକ୍ଷା ର ପ୍ରଶ୍ନ ପତ୍ରର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଲୋକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ମାଟ୍ରିକ ପରୀକ୍ଷା ପରେ ଛାତ୍ର ଛାତ୍ରୀ ମାଙ୍କର ନୂଆ ଜୀବନ ଆରାମ୍ଭ ହୋଇଥାଏ । ଆଜି କିନ୍ତୁ ପ୍ରଶ୍ନ ପତ୍ର ଭାଇରାଲ ହେବା ପରେ ଅନେକ ତ୍ରୁଟି ଦେଖା ଯାଉଛି । ତେବେ ଆଉ କିଛି ସମୟ ପରେ ସତ୍ୟତା ଜଣା ପଡିବ । ଏହାର ଜବାବ ମାଧ୍ଯମିକ ପରିଷଦ ଦେବ ।

ଏଭଳି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଅଟେ । ବୋର୍ଡ ପକ୍ଷରୁ କେଉଁ ଭଳି ଭାବେ ବ୍ୟାପକ ବ୍ୟବସ୍ଥା କରା ଯାଇଛି ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଲାଣି । ଚଳିତ ବର୍ଷ ପ୍ରଶ୍ନ ପତ୍ରର ସମୟ ବଦଳି କରା ଯାଇଛି । ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ପ୍ରକ୍ରିୟା ପକ୍ଷ ରୁ 15/3/ 2023 ରୁ ଏକ ନୋଟିଫିକେସନ କରା ଯାଇଥିଲା । ପୂର୍ବ ରୁ ସକାଳ 6ଟା 30 ରୁ ନୋଡାଲ ସେଣ୍ଟର ରୁ ପରୀକ୍ଷା କେନ୍ଦ୍ର କୁ ପ୍ରଶ୍ନ ଯାଏ ।

କିନ୍ତୁ 15/3/2023 ଏକ ଲେଟର ରହିଛି ଯେଉଁଥି ରେ ସିଧା ସଳଖ କୁହା ଯାଉଛି ଯେ ସକାଳ 6ଟା 45 ରୁ 7ଟା 30 ମଧ୍ୟରେ ନୋଡାଲ ସେଣ୍ଟର ରୁ ପରୀକ୍ଷା କେନ୍ଦ୍ର କୁ ପ୍ରଶ୍ନ ପତ୍ର ଯିବ । ଏଭଳି ଏକ ନିସ୍ପତି ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ପକ୍ଷ ରୁ ଜାରି କରା ଯାଇଛି । କାହିଁକି ଏଟା ଜାରି କରା ଯାଇଛି ତାହାକୁ ନେଇ ଏବେ ପ୍ରଶ୍ନ ନିଶ୍ଚୟ ଉଠିବ । ଏହି ବିଜ୍ଞପ୍ତି ପ୍ରକାଶ ପାଇବାର କାରଣ କଣ ହୋଇପାରେ ।

କାହିଁଙ୍କି ପରୀକ୍ଷା ମଝିରେ ବୋର୍ଡ ଏଭଳି ନିସ୍ପତି ନେଲା କାହିଁକି ସମୟ ପରିବର୍ତ୍ତନ କରାଗଲା ଏ ସବୁ ପ୍ରଶ୍ନ ଏବେ ଉଙ୍କି ମାରୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *