ବିବାହ ସମସ୍ତଙ୍କ ଜୀବନର ଗୋଟେ ମୁଲ୍ୟବାନ ଭାଗ ଅଟେ, ବିବାହ କେବଳ ଦୁଇଟି ଲୋକଙ୍କ ମିଳନ ନୁହେଁ ବିବାହ ଦୁଇଟି ପରିବାରକୁ ଯୋଡି ଥାଏ । ସେଥିପାଇଁ ବିବାହ ସମ୍ବନ୍ଧିତ କୌଣସି କଥାକୁ ହାଲୁକା ରେ ନିଅନ୍ତୁ ନାହିଁ, ବିବାହ ଆଗରୁ ଦୁହେଁ ଦୁହିଁଙ୍କୁ ଜାଣିବା ଆବଶ୍ୟକ ଅଟେ ଆଗକୁ ଯାଇ ସମ୍ପର୍କ ଖରାପ ହବା ଆଗରୁ ଜାଣିବା ଦରକାର ଅଟେ । ଏମିତି କେତୋଟି କଥା ଅଛି ଯାହା ବିବାହ ଆଗରୁ କ୍ଲିଅର କରଦବା ଉଚିତ ।
ଏହି ପ୍ରଶ୍ନ ପଚାରି ଆପଣ ନିଜ ପାର୍ଟନର ବିଷୟରେ ଅଧିକ ଜାଣି ପାରିବେ । ଯାହା ଉତ୍ତର ଜାଣି ଆପଣ ବୁଝିପାରିବେ କି ସେ ଆପଣଙ୍କ ସହ ଭଲ ରେ ରହିବ ବା ନାଇ ।
ବିବାହ ପାଇଁ କୌଣସି ପ୍ରକାର ଜୋର-ଜବରଦସ୍ତି ହେଉ ନାହିଁ ତ :
କେତେ ଥର ବିବାହ ବନ୍ଧନ ରେ ଦୁଇଟି ଲୋକଙ୍କୁ ଜବରଦସ୍ତି ବନ୍ଧା ଯାଏ, ସେଥିପାଇଁ ନିଜ ଭାବି ପାର୍ଟନରକୁ ଏହି ପ୍ରଶ୍ନ ନିଶ୍ଚିତ ପଚାରନ୍ତୁ ଯେ ଏହି ବିବାହ ପାଇଁ ତାଙ୍କ ସହ ଜବରଦସ୍ତି ହୋଇନାହିଁ ତ । ଆଜିକାଲି ବିବାହ ଆଗରୁ କାହାର ନା କାହାର ଅଫେୟର ଚାଲୁଅଛି ସେଥିପାଇଁ ନିଜ ପାର୍ଟନରକୁ ଆଗୁଆ ଏଇ ସବୁ ବିଷୟ ରେ ପଚାରନ୍ତୁ ।
ରୋମାନ୍ସ ଏବଂ ଶାରୀରିକ ସମ୍ବନ୍ଧ ବିଷୟ ରେ ପଚାରି ନିଅନ୍ତୁ :
ପ୍ରାୟତଃ ଲୋକେ ଏହି ଟପିକ ରେ କଥା ହବା ପାଇଁ ଡ଼ରନ୍ତି କିନ୍ତୁ ଏହି ସବୁ କଥା ଆଗରୁ କ୍ଲିଅର ରଖିଲେ ଆପଣଙ୍କ ବିବାହିତ ଜୀବନ ସୁଖ ରେ କଟିବ । ନିଜ ପାର୍ଟନର ମନ ବିଷୟ ରେ ଜାଣନ୍ତୁ କି ସେ କଣ ଭାବୁଛନ୍ତି ଏବଂ କଣ ଚାହୁଞ୍ଚନ୍ତି ତା ପରେ ସୁନିଶ୍ଚିତ କରନ୍ତୁ ଯେ ଆପଣଙ୍କୁ ବିବାହ କରିବାର ଅଛି କି ନାହିଁ ।
ତାଙ୍କ ଫ୍ୟାମିଲି ପ୍ଲାନିଙ୍ଗ କଣ :
ଏହା ଜାଣିବାକୁ ଚେଷ୍ଟା କରନ୍ତୁ କି ଆପଣଙ୍କ ପାର୍ଟନର ଭବିଷ୍ୟତ ରେ ଫ୍ୟାମିଲି ପ୍ଲାନିଙ୍ଗ ବିଷୟ ରେ କଣ ଭାବନ୍ତି । କଣ ସେ ବାହାଘର ପରେ ସାଙ୍ଗେ ସାଙ୍ଗେ ସନ୍ତାନ ଚାହାଁନ୍ତି ବା ତାଙ୍କର କେତେଟା ଛୁଆ କରିବାର ଇଛା ଅଛି ।
କଣ ସେ ବାହାଘର ପରେ ବି ଆପଣଙ୍କୁ ଚାକିରି କରିବାକୁ ଦେବେ କି ନାହିଁ :
ନିଜ ଭବିଷ୍ୟ କୁ ନେଇ ସବୁବେଳେ ସ୍ପଷ୍ଟ ରୁହନ୍ତୁ ନିଜ ଚାକିରି ବିଷୟ ରେ କ୍ଲିଅର କରନ୍ତୁ ଆପଣଙ୍କ ପାର୍ଟନର ଏହା ବିଷୟରେ କଣ ଚାହାଁନ୍ତି ତାହା ବୁଝି ନିଅନ୍ତୁ । କଣ ସେ ଆପଣଙ୍କ କ୍ୟାରିୟର କୁ ଆଗୁକୁ ବଢେଇବା ପାଇଁ ସାହାଯ୍ୟ କରିବେ କି ନାହିଁ ଏହି ବାବଦ ରେ ବୁଝି ନିଅନ୍ତୁ ।
ପସନ୍ଦ ନା ପସନ୍ଦ ଜାଣିଯାଆନ୍ତୁ :
ବିବାହ ଆଗରୁ ନିଜ ପାର୍ଟନର ପସନ୍ଦ ନାପସନ୍ଦ ଜାଣିକରି ରଖନ୍ତୁ, ଏମିତି କଲେ ଆପଣ ନିଜ ପାର୍ଟନର ବିଷୟ ରେ ଅଧିକ ଜାଣି ପାରିବେ ।