ପସନ୍ଦ କରନ୍ତୁ ନିଜର ଜନ୍ମବାର ଓ ଜାଣନ୍ତୁ ନିଜର ଭବିଷ୍ୟତ ବିଷୟରେ- Personality Test

ଆଜି ଆମେ ଆପଣଙ୍କୁ ବାର ଅନୁସାରେ କେଉଁ ବ୍ୟକ୍ତି ମଧ୍ୟରେ କେଉଁ ପ୍ରକାରର ଗୁଣ ଥାଏ ସେହି ବିଷୟରେ କହିବୁ । ଆପଣ ବି ନିଜ ଜନ୍ମବାର ହିସାବରେ ନିଜର କିଛି ଗୁଣ ବିଷୟରେ ଜାଣି ପାରିବେ । ଏହା ଛଡା ନିଜର ପରିବାର ଓ ବନ୍ଧୁଙ୍କ ବିଷୟରେ ବି ଆପଣ ଜାଣି ପାରିବେ କି ସେମାନଙ୍କ ଗୁଣ କେମିତି ।

ରବିବାର: ରବିବାର ଦିନ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରନ୍ତି ସେମାନେ ବୁଦ୍ଧିମାନ, ବିଚକ୍ଷଣ, ଚତୁରବାନ, ଧାର୍ମିକ, ଜିଦି ସ୍ଵଭାବର ଅହମ ଗୁଣ ସମ୍ପୂର୍ଣ, ଅସ୍ଥିର, ଯେ କୌଣସି କାର୍ଯ୍ୟରେ ଲାଗିଥାନ୍ତି ସେହି କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ସେହି କାର୍ଯ୍ୟକୁ କେବେ ବି ଛାଡନ୍ତି ନାହିଁ । ଏହି ପୁରୁଷମାନେ ସତ୍ୟ କହିବାକୁ କେବେ ବି ପଛାନ୍ତି ନାହିଁ । ସ୍ତ୍ରୀମାନେ ଅସ୍ଥିର ଓ ବିଚକ୍ଷଣ ହୋଇଥାନ୍ତି ।

ସୋମବାର

ସୋମବାର ଦିନ ଯେଉଁ ପୁରୁଷର ଜନ୍ମ ହୋଇଥାଏ ସେ ଧର୍ଯ୍ୟବାନ, ସ୍ଥିରମତା, ବହୁଗୁଣ ବିଶିଷ୍ଟ, ବିଚାରଶୀଳ, ନ୍ୟାୟବନ୍ତ, ବୁଦ୍ଧି ବିଦ୍ୟାରେ ବିଚକ୍ଷଣ, ଶାସ୍ତ୍ର ପ୍ରିୟ, କଳା ବିଦ୍ୟା ପ୍ରେମିକ, ବହୁ ମୁଖୀ ପ୍ରତିଭାର ଅଧିକାରୀ ହୋଇଥାନ୍ତି । ଚନ୍ଦ୍ରତୁଲ୍ୟ ସୌନ୍ଦର୍ଜ୍ୟ, ସୁନ୍ଦର, ରୁପବନ୍ତ, ନିୟମର ବଶବର୍ତ୍ତୀ, ବହୁ ସୁଖ ଭୋଗକାରୀ ଓ କାହାରି ପ୍ରତି ଅନିଷ୍ଠ ଚିନ୍ତା କରନ୍ତି ନାହିଁ ।

ମଙ୍ଗଳବାର

ମଙ୍ଗଳବାର ଦିନ ଜନ୍ମିତ ବ୍ୟକ୍ତି ଅସ୍ଥିରତା ହେତୁ ସବୁ କାର୍ଯ୍ୟରେ ଶେଷ ପର୍ଯ୍ୟନ୍ତ ପହଞ୍ଚି ପାରନ୍ତି ନାହିଁ । କିନ୍ତୁ ବିଳମ୍ବ ହେଲେ ବି କାର୍ଯ୍ୟ ପୁରା କରନ୍ତି । ଶତ୍ରୁବାଦି, ଅତ୍ୟନ୍ତ ଜିଦ ଖୋର, ଧର୍ମକୁ ବିଶ୍ଵାସ କରିବା, ବ୍ୟୟ ଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ନେଇ ଆସନ୍ତି । ତଥାପି ଗୁଣବାନ, ଲୋକପ୍ରିୟ, କଲାବିଦ୍ୟା ପ୍ରେମୀ, ଶେଷରେ ସୁନାମୀ ଅର୍ଜନ ଓ ଧନ୍ୟ ହୋଇଥାନ୍ତି । ଏହି ଭଳି ସ୍ତ୍ରୀ ଲୋକମାନେ ଅସ୍ଥିରା ଓ ଅଳସୁଆ ହୋଇଥାନ୍ତି ।

ବୁଧବାର

ବୁଧବାର ଦିନ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାଏ ସେମାନେ ଅତ୍ୟନ୍ତ ବୁଦ୍ଧିମାନ, କୌଶଳ, କମ୍ପ୍ୟୁଟର ଭଳି ଏମାନଙ୍କ ମୁଣ୍ଡ କାମ କରିଥାଏ । ପରହିତକାରୀ, ଶତ୍ରୁବାସକାରୀ, ବହୁମୂଖୀ, ସୁନାମୀ ଓ ଧନ୍ୟ ହୁଅନ୍ତି । ଦାନ, ଧର୍ମରେ ଉତ୍ସାହ ଓ କୌଣସି ବି ପରିସ୍ଥିତିରେ ଏମାନେ ବିଚଳିତ ହୁଅନ୍ତି ନାହିଁ । ଧର୍ମ କାର୍ଯ୍ୟରେ ଉପଯୋଗୀ, କୌଣସି ବ୍ୟୟ ଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ ବି ଧର୍ଯ୍ୟହରା ହୁଅନ୍ତି ନାହିଁ । ଏହି ଦିନରେ ଜନ୍ମିତ ସ୍ତ୍ରୀମାନେ ବୁଦ୍ଧିମତି ଓ ଧନବତୀ ହୋଇଥାନ୍ତି ।

ଗୁରୁବାର

ଗୁରୁବାର ଦିନ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରନ୍ତି ସେହି ପୁରୁଷ ସବୁଠୁ ଠାରୁ ଉଚ୍ଚ ସମ୍ମାନ ପାଇଥାନ୍ତି । ଏହା ସହିତ ଏମାନେ ପ୍ରଶଂସାର ବି ପାତ୍ର ହୁଅନ୍ତି । ସତ କାର୍ଯ୍ୟରେ ପ୍ରବୀଣ ଅଟନ୍ତି । ବୁଦ୍ଧି ଓ ଜ୍ଞାନରେ ଶ୍ରେଷ୍ଠ ହୋଇଥାନ୍ତି ।

ଶୁକ୍ରବାର

ଏମାନେ ବହୁ ଗୁଣରେ ବିଶିଷ୍ଟ ହୋଇଥାନ୍ତି । ଗୋଟିଏ ଟଙ୍କା ବ୍ୟୟ କରିଲେ ବି ୧୦ ଗୁଣା କାର୍ଯ୍ୟ ହାସଲ କରିବାରେ ମାହିର ହୋଇଥାନ୍ତି ଏମାନେ । ଏମାନେ ବହୁତ ଲୋକପ୍ରିୟ ବି ହୋଇଥାନ୍ତି । କାହାର ମନରେ ଦୁଃଖ ନ ଦେଇ ନିଜ ଦୁଃଖରେ ଦୁଃଖୀ ଓ ସୁଖରେ ସୁଖୀ ରୁହନ୍ତି ।

ଶନିବାର

ଶନିବାର ଦିନ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରନ୍ତି । ସେମାନେ ଅସ୍ଥିର କାମ ଅଭିଳାଷ, ଶତ୍ରୁବାଦୀ, ଅତ୍ୟନ୍ତ ଜିଦ ଖୋର, ନିଜ ବୁଦ୍ଧିରେ ପରିଚାଳିତ ହୋଇଥାନ୍ତି । ଏହି ଦିନରେ ଜନ୍ମିତ ସ୍ତ୍ରୀ ଅତ୍ୟନ୍ତ ଜିଦଖୋର ସ୍ଵଭବାର ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *