ପେଚା ଦେଖିଲେ ଶୁଭ ନା ଅଶୁଭ ? Shakuna Shastra

ବନ୍ଧୁଗଣ ମଣିଷ ପେଚା ଦେଖିଲେ ନିଶ୍ଚୟ ମନରେ ଭୟ ଆସିଥାଏ । ଯଦି ଦିନରେ ବା ରାତିରେ ପେଚା ଦେଖିଲେ ଅଶୁଭ ହୋଇଥାଏ ଏହା ଅନେକଙ୍କ ମନରେ ଧାରଣା ରହିଛି । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ । ଆଜି ଆମେ ଆପଣଙ୍କୁ ପେଚା ଦେଖିଲେ ଶୁଭ ନା ଅଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଶାସ୍ତ୍ର ଅନୁଯାୟୀ ପେଚା ହେଉଛି ମାତା ଲକ୍ଷ୍ମୀ ଙ୍କ ବାହନ । ଦୁନିଆ ରେ ଭଗବାନ ଯାହା ବି ସୃଷ୍ଟି କରିଛନ୍ତି କୌଣସି ଜିନିଷ ବେକାର ନୁହେଁ । ପ୍ରତେକ ଜିନିଷର କିଛି ନା କିଛି ମୂଲ୍ୟ ରହିଛି । କୌଣସି ନା କୌଣସି କାର୍ଯ୍ୟ ପାଇଁ ମହତ୍ଵ ରହିଛି ।

ସେହିପରି ପେଚା ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ । ଯାହା ପ୍ରକୃତି ମା ସୃଷ୍ଟି କରିଛନ୍ତି ଏ ଦୁନିଆରେ କିଛି ନା କିଛି କାମ କରିବାକୁ । ମା ଲକ୍ଷ୍ମୀଙ୍କର ବାହନ ପେଚା ହୋଇଥିବାରୁ ସେ ଅଶୁଭ କେମିତି ହେଲେ ଆପଣ ମାନେ ଥରେ ଚିନ୍ତା କରନ୍ତୁ । ଯଦି ଆମେ ପେଚାକୁ ଅଶୁଭ କହିବା ତେବେ ମାତା ଲକ୍ଷ୍ମୀ ଙ୍କୁ କେମିତି ପୂଜା କରିବା । ମାତା ଲକ୍ଷ୍ମୀ ଯଦି ପୂଜା ପାଉଛନ୍ତି ତେବେ ପେଚା ମଧ୍ୟ ପୂଜା ପାଇଥାଏ ।

ତେଣୁ ମା ଲକ୍ଷ୍ମୀ ଆମର ପ୍ରିୟ ହୋଇଥିଲେ ପେଚା ମଧ୍ୟ ଆମର ପ୍ରିୟ ହେବା ଉଚିତ । ଚଳିତ ବର୍ଷ ଅକ୍ଟୋବର ୯ ତାରିଖରେ ପଡୁଛି କୁମାର ପୂର୍ଣ୍ଣିମା । ଏହି ଦିନ ମା ଲକ୍ଷ୍ମୀ ପ୍ରକଟ ହୋଇଥାନ୍ତି କାରଣ ସେଦିନ ତାଙ୍କର ଶୁଭ ଦିନ ହୋଇଥାଏ । କୁମାରୀ ଝିଅମାନେ ଭଲ ବର ପାଇଁ ମା ଲାଖମିଙ୍କ ପୂଜା କରିଥାନ୍ତି । କଥା ଅନୁଯାୟୀ କୁମାର ପୂର୍ଣ୍ଣିମା ଦିନ ମା ଲକ୍ଷ୍ମୀ ପ୍ରକଟ ହୋଇଥିଲେ ଯେବେ ସମୁଦ୍ର ମନ୍ଥନ ହୋଇଥିଲା ।

ସମୁଦ୍ର ଗର୍ଭରୁ ମା ଲକ୍ଷ୍ମୀ ପ୍ରକଟ ହୋଇଥିଲେ । ସେହି ଦିନକୁ କୁଜାଗର କୁହାଯାଏ । ସେଦିନ ମା ଲକ୍ଷ୍ମୀ ବିଳମ୍ବିତ ରାତିରେ ଆସିଥାନ୍ତି ଆଉପ୍ରତେକ ଘରେ ଭ୍ରମଣ କରିଥାନ୍ତି ଆଉ ଦେଖନ୍ତି କିଏ ତାଙ୍କର ଓ ଭଗବାନ ବିଶୁଣୁ ଙ୍କ ନାମ ଜପ କରୁଛନ୍ତି । କିଏ ନିଜ ଘରେ ଦୀପ ପ୍ରଜ୍ଵଳିତ କରୁଛି ।

ସେଦିନ ମାତା ଲକ୍ଷ୍ମୀ ଦେଖିବାକୁ ପାଇଥିଲେ ପେଚା ସାରା ରାତି ଉଜାଗର ରହିଛି ଗଛ ମୂଳରେ । ଆଉ ସେହି ଦିନ ଠାରୁ ମା ଲକ୍ଷ୍ମୀ ନିଜର ବାହନ ଭାବେ ପେଚାକୁ ଗ୍ରହଣ କରିଥିଲେ । ଆଉ ପେଚା ମା ଲକ୍ଷ୍ମୀଙ୍କର ପ୍ରିୟ ଅଟେ । ତେଣୁ ପେଚା ଅଶୁଭ ନୁହେଁ । ପେଚା କୌଣସି ପ୍ରକାରର ମୃତ୍ୟୁ ଯୋଗ ଆଣିବା ନାହି କି ଅଶୁଭ ସମସ୍ଯା ଆସିବ ନାହି ।

ତେଣୁ ଯେଉଁ ଲୋକ ମାନଙ୍କ ମନରେ ଭ୍ରମ ଧାରଣା ରହିଛି କି ପେଚା ଦେଖିଲେ ଅଶୁଭ ହୋଇଥାଏ ତାହା ନିଶ୍ଚିନ୍ତ ଏହି କାହାଣୀ ମାଧ୍ୟମ ରେ ସ୍ପଷ୍ଟ ହୋଇ ସାରିଥିବ ବୋଲି ଆମେ ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *