ସାବଧାନ ! ପିରିଯଡ୍ସ ସମୟରେ ଦେଖାଯାଉଥିବା ଏହି ସାଧାରଣ ସମସ୍ୟା ହେଇପାରେ ବଡ ରୋଗର କାରଣ

କିଛି ମହିଳାଙ୍କ ମାସିକ ଧର୍ମ ଅତି ସହଜରେ ହେଇ ଯାଉଥିବା ବେଳେ କିଛି ମହିଳାଙ୍କ ପାଇଁ କୌଣସି ଭୟାନକ ସ୍ଵପ୍ନ ଠାରୁ କମ ହେଇ ନଥାଏ । କାରଣ କିଛି ମହିଳାଙ୍କ ମାସିକ ଧର୍ମ ସମୟରେ ସେମାନଙ୍କୁ କିଛି କଷ୍ଟର ସମ୍ମୁଖୀନ ହେବାକୁ ପଡିଥାଏ । ଏହି ବିଷୟରେ ହୁଏତ ସେମାନେ କାହାକୁ କହୁଥିବେ । ସେମାନେ ଭାବନ୍ତି ଏହି ସବୁ ସମସ୍ୟା ସାଧାରଣ ଅଟେ କିନ୍ତୁ ସେମାନେ ଜାଣି  ରଖିବା ଉଚିତ ଯେ ମାସିକ ଧର୍ମ ସମୟରେ ହେଉଥିବା ସାମାନ୍ୟ ସମସ୍ୟା ଭବିଷ୍ୟତରେ କୌଣସି ବଡ ରୋଗର କାରଣ ହେଇପାରେ । ତେବେ ଚାଲନ୍ତୁ ଏହି ସବୁ ଲକ୍ଷଣ ବିଷୟରେ ଜାଣିବା ଯାହା କୌଣସି ବଡ ରୋଗର ସଙ୍କେତ ଦେଇଥାଏ ।

Image Courtesy: Google

ଏମେନୋରିୟା ଏବଂ ମେନୋପଜ ମଧ୍ୟରେ ଫରକ ଥାଏ :-

ଏମେନୋରିୟାର ସମ୍ବନ୍ଧ ମାସିକ ଧର୍ମର କମ ହେବା ବା ଏହାର ଅନୁପସ୍ଥିତି ସହ ହେଇଥାଏ । ଯଦି କୌଣସି ମହିଳା ଗର୍ଭବତୀ ନାହାନ୍ତି କିନ୍ତୁ ୩ ମାସ ହେଲା ସେମାନଙ୍କର ପିରିଅଡ ହେଉନାହିଁ ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଯଦି ଆପଣଙ୍କର ବୟସ ୪୦ ବର୍ଷରୁ ଅଧିକ ଏବଂ ଏହା ସହ ପିରିଅଡ ମିସ ହେବାର ଅସୁବିଧା ଦେଖା ଯାଉଛି ତେବେ ଭୁଲରେ ମଧ୍ୟ ଏହାକୁ ମେନୋପାଜ ଭାବନ୍ତୁ ନାହିଁ । ଏହି ସମସ୍ୟା କୁ ବୁଝିବା ସହ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Image Courtesy: Google

ମହାମାରୀ କମ ହେବାର ଦୁଇଟି ସ୍ଥିତି ଅଛି । ପ୍ରଥମଟି ହେଲା ପ୍ରାଇମେରୀ ଏମେନୋରିୟା, ଏଥିରେ ଯଦି ୧୬ ବର୍ଷ ପର୍ଯ୍ୟନ୍ତ କୌଣସି ଝିଅର ମାସିକ ଧର୍ମର ପ୍ରାରମ୍ଭ ହେଇନଥାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଏମିତି ଅସୁବିଧା ପ୍ରତି ୧୦ ରୁ ୨ ଜଣ ଝିଅଙ୍କ କ୍ଷେତ୍ରରେ ଦେଖା ଦେଇଥାଏ । ସଠିକ ସମୟରେ ଏହାର ଉପଚାର ହେଲେ ଏହି ରୋଗର ନିବାରଣ ହେଇଥାଏ ।

Image Courtesy: Google

ଏହାର ୨ୟ ସ୍ଥିତି ହେଲା ଏଥିରେ ବୟସର କୌଣସି ସମୟରେ ମାସିକ ଧର୍ମ ବନ୍ଦ ହେଇ ଯାଇଥାଏ । ଏହାର କାରଣ ଅଣ୍ଡରଏକ୍ଟିଭ ଥାଇରଏଡ, ପାଂଲିସିଷ୍ଟିକ ଅବରୀ ଶିଣ୍ଡ୍ରୋମ ଅର୍ଥ ପିସିଓଏସ ଅଟେ । ଏହି ରୋଗରେ କିଛି ଅନ୍ୟ ଲକ୍ଷଣ ମଧ୍ୟ ହେଇଥାଏ । ଅନେକ ଥର ଯେତେବେଳେ କମ ରକ୍ତସ୍ରାବ ହେଇଥାଏ ତେବେ ଏହାସହ ଏହିପରି ରୋଗର ଲକ୍ଷଣ ଦେଖାଯାଇଥାଏ । ଯେମିତିକି ସ୍ତନରେ କ୍ଷୀର ବାହାରିବ ଏବଂ ଆକାରର ପରିବର୍ତନ, ଚୁଟି ଝଡିବା, ମୁଣ୍ଡ ବିନ୍ଦିବା ଇତ୍ୟାଦି ।

Image Courtesy: Google

ଶରୀରର ଓଜନ ଅଚାନକ ବଢିବା ବା କମିବା ଇତ୍ୟାଦି ଏହିସବୁ ରୋଗର ଲକ୍ଷଣ ହେଇଥାଏ । ଯଦି କୌଣସି ମହିଳା ଏଭଳି ସମସ୍ୟାରେ ଗତି କରୁଥାନ୍ତି ତେବେ ତୁରନ୍ତ ତାଙ୍କୁ କୌଣସି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । କାରଣ ଉପଯୁକ୍ତ ସମୟରେ ଉପଚାର କରିବାଦ୍ବାରା ବହୁତ ସମସ୍ୟାର ସମାଧାନ ହେଇଥାଏ ।

Leave a Reply

Your email address will not be published. Required fields are marked *