ଜାଣନ୍ତୁ- କେବଳ ୧୦ ମିନିଟ୍ ରେ ଆପଣଙ୍କ ପେଟ କେମିତି ସଫା ହେବ ଏବଂ ସବୁ ଅସନା ବାହାର କରିବାର ଘରୋଇ ଉପାୟ

ଆମେ ସମସ୍ତେ ଜାଣିଛୁ ଯେ ମଣିଷର ବହୁତ ପ୍ରକାର ରୋଗ ପେଟ ଦ୍ଵାରା ହୋଇ ଥାଏ, ଏହା କହିବା ଭୁଲ ହବନି ଯେ ସବୁ ପ୍ରକାର ରୋଗ ପେଟ ପାଇଁ ହୋଇ ଥାଏ । ତେବେ ପେଟ ରେ ମଣିଷ ଦ୍ଵାରା ହୋଇ ଥିବା ସବୁ ପ୍ରକାର ଭଲ ଏବଂ ଖରାପ ଜିନିଷ ସେବନ କରା ଯାଇ ଥାଏ ଯାହା ଫଳରେ ପେଟ ସବୁ ପ୍ରକାର ସମସ୍ଯା ଭୋଗି ଥାଏ ଏବଂ ଏହା ପରେ ସମସ୍ୟା ବା ରୋଗ ଅନ୍ୟ ଜାଗାକୁ ବ୍ୟାପ୍ତ ହୋଇ ଥାଏ ।

ମଣିଷ ଯଦି ନିଜ ପେଟ ସଫା ଏବଂ ସ୍ୱାସ୍ଥ୍ୟ ରାଖୀ ପାଇଲେ ତେବେ ସେ ସବୁ ପ୍ରକାର ରୋଗ ଠାରୁ ସୁରକ୍ଷିତ ରହି ପାରିବେ, ଲୋକଙ୍କ ଖାଦ୍ୟ ପ୍ରଣାଲୀ ଏତେ ଖରାପ ହୋଇ ଯାଇଛି ଯେ ସମସ୍ତଙ୍କ ପେଟ ରେ କିଛି ନା କିଛି ସମୟ ରହୁଛି ।

ଏହା ଛଡା ଅତ୍ୟଧିକ ତେଲ ମସଲା ଜିନିଷ ଖାଇଲେ ପେଟ ସହ ଶରୀର ମଧ୍ୟ ବହୁତ ପ୍ରକାର ଅସୁବିଧାରେ ପଡି ଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ପେଟ ଏବଂ ଶରୀର ଭିତର ଜାଗା ସଫା କରିବା ପାଇଁ ବହୁତ ଭଲ ଉପାୟ କହିବାକୁ ଯାଉଛୁ ।

ତେବେ ଆସନ୍ତୁ ଜାଣିବା ଏହି ଉପାୟ ଗୁଡିକ ବିଷୟରେ ବିସ୍ତାର ରେ :

– ସର୍ବ ପ୍ରଥମେ ସାକାଳେ ଖାଲି ପେଟରେ ଅଧା ଲେମ୍ବୁ ଏବଂ କିଛି ମହୁ ହଲ୍କା ଗରମ ପାଣି ରେ ମିଶାଇ ପିୟନ୍ତୁ । ଏହି ମିଶ୍ରଣ ସେବନ କଲା ପରେ ବିଶେଷ ଧ୍ୟାନ ଦିଅନ୍ତୁ ଯେ ଆପଣ ଏହି ମିଶ୍ରଣ ପିବା ଘଣ୍ଟାଏ ପର୍ଜନ୍ତ କିଛି ଖାଇବେ ନାହିଁ ।

– ସବୁ ଦିନ ସକାଳେ ଖାଲି ପେଟରେ ସେଉ ଜୁଷ ସେବନ କରନ୍ତୁ ଏବଂ ଏହାର ଅଧ ଘଣ୍ଟା ପରେ ଉଷୁମ ପାଣି ପିୟନ୍ତୁ, ଉଷୁମ ପାଣି ଦ୍ଵାରା ପେଟ ସବୁ ଅସନା ଜିନିଷ ସଫା ହୋଇ ଥାଏ ।

– ସବୁ ଦିନ ୩-୪ ଲିଟର ପାଣି ପିୟନ୍ତୁ ଭୁଲରେ ବି ଏହାକୁ ଭୁଲନ୍ତୁ ନାହିଁ, ଆପଣ ସମସ୍ତେ ଜାଣି ଥିବେ ଯେ ପାଣି ଆମ ଶରୀର ରେ ଥିବା ବିଷାକ୍ତ ଏବଂ ହାନିକାର୍କ ତତ୍ଵ ବାହାର କରି ଥାଏ , ସେଥିପାଇଁ ଦିନକୁ ଯେତେ ପାରୁଚନ୍ତି ପାଣି ସେବନ କରନ୍ତୁ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ ।

Leave a Reply

Your email address will not be published. Required fields are marked *