ପେଟ୍ରୋଲ ଲିଟର ପିଛା ୮୦ଟଙ୍କାରେ ବିକୁଛି କଂଗ୍ରେସ, ଜାଣନ୍ତୁ କଣ ସମ୍ପୁର୍ଣ୍ଣ ଘଟଣା

ବନ୍ଧୁଗଣ, ବର୍ତ୍ତମାନ ସାରା ଦେଶରେ କ-ରୋ-ନା ର ଭୟାବହ ମାତିଛି । ମାତ୍ର ସରକାର ଙ୍କର ଗୋଟିଏ ପରେ ଗୋଟିଏ ଦ୍ରବ୍ୟ ମାନଙ୍କରେ ଦରଦାମ ବୃଦ୍ଧି ଜନସାଧାରଣ ଙ୍କ ପକ୍ଷେ ମୁଣ୍ଡ ବ୍ୟଥାର କାରଣ ହୋଇଅଛି ।

ଆପଣ ମାନେ ସମସ୍ତେ ଭଲ ଭାବରେ ଅବଗତ ଯେ, ଗତବର୍ଷ କ-ରୋ-ନା ମ-ହା-ମା-ରୀ କିଭଳି ସମଗ୍ର ବିଶ୍ଵରେ ଆତଙ୍କ ରଚାଇଛି । ଗତବର୍ଷ ଏହି ସଂକ୍ରମଣ ର ପ୍ରଥମ ଲହରୀ କେବଳ ବୟସ୍କ ବ୍ୟକ୍ତି ଙ୍କ ଉପରେ ପ୍ରଭାବ ପକାଇଥିବା ବେଳେ, ଚଳିତ ବର୍ଷ ଏହାର ଦ୍ଵିତୀୟ ଲହରୀ ଛୋଟ ପିଲା ଙ୍କୁ ବହୁଳ ଭାବରେ ସଂକ୍ରମିତ କରିବାରେ ଲାଗିଅଛି । ଏହି ମ-ହା-ମା-ରୀ କୁ ଦୃଷ୍ଟିରେ ରଖି ସରକାର କିଛି ନିୟମାବଳୀ ଲାଗୁ କରିଥିବା ସମୟରେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଜିନିଷ ର ଦରଦାମ ବୃଦ୍ଧି କରିବାରେ ଲାଗିଛନ୍ତି ।

ବର୍ତ୍ତମାନ ପେଟ୍ରୋଲ ଡିଜେଲ ର ଦରଦାମ ବୃଦ୍ଧି କୁ ନେଇ ରାଜରାସ୍ତାକୁ ଓହ୍ଲାଇ ଆସିୟଛନ୍ତି ଯୁବ କଂଗ୍ରେସ ର କିଛି କର୍ମୀ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣାବଳୀ । ପେଟ୍ରୋଲ ଲିଟର ୮୦ ଟଙ୍କା ରେ ବିକ୍ରି କରିଛନ୍ତି କଂଗ୍ରେସ କର୍ମୀ । ମାତ୍ର ଟାଙ୍କି ରେ ପେଟ୍ରୋଲ ଲିଟର ୮୦ ଟଙ୍କା ନୁହେଁ ବରଂ କଂଗ୍ରେସ ବିକ୍ରି କରୁଅଛି ଏହାକୁ । କାରଣ ବର୍ତ୍ତମାନ ପେଟ୍ରୋଲ ଲିଟର ୧୦୦ ଉପରକୁ ଟପି ସାରିଲାଣି ।

ଏଣୁ ଏହା ସାଧାରଣ ଜନତାଙ୍କ ପାଇଁ ଚିନ୍ତା ର ବିଷୟ ପାଲଟି ଯାଇଛି । କଟକ ଲିଙ୍କ ରୋଡ ନିକଟସ୍ଥ ପେଟ୍ରୋଲ ଟାଙ୍କି ସମୁଖରେ ଆଜି ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ରେ ବଣ୍ଟାଯାଉଥିଲା । ସାଧାରଣ ଲୋକେ ମଧ୍ୟ ଆସି ଆଜି ପେଟ୍ରୋଲ ପକାଉଥିବାର ନଜର ଆସିଛନ୍ତି । ଏହି ପ୍ରସଙ୍ଗରେ ରାଜ୍ୟ ଯୁବ କଂଗ୍ରେସ ର ସାଧାରଣ ସମ୍ପାଦକ କହିଛନ୍ତି ଯେ, ମାନ୍ୟବର ମୋଦୀ ଯେଉଁଭଳି ଭାବରେ “ଅଛେ ଦିନ” ର ସ୍ଵପ୍ନ ଦେଖାଇ ଜନତା ଙ୍କୁ ଭୁଆଁ ବୁଲାଉଛନ୍ତି, ଖାଇବା ତେଲ ରେଟ ବଢିଲାଣି, ରନ୍ଧନ ଗ୍ୟାସ ର ମୂଲ୍ୟ ମଧ୍ୟ ବଢିଲାଣି, ପେଟ୍ରୋଲ ୧୦୦ ଟପିଲାଣି ।

ମାତ୍ର ମୋଦୀ ଜନତାଙ୍କୁ ଠକିଛନ୍ତି । ଜନତାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ସେମାନଙ୍କ ଠାରୁ ଭୋଟ ନେଇଛନ୍ତି । ଯେଉଁ ମାନଙ୍କ ଭୋଟ ନେଇ ସେ ପ୍ରଧାନ ମନ୍ତ୍ରୀ ହୋଇଛନ୍ତି । ବର୍ତ୍ତମାନ ସେମାନଙ୍କ କଥା ଶୁଣୁ ନାହାନ୍ତି । ଏଥିପାଇଁ କଂଗ୍ରେସ ୨୦୧୪ ମିସିହାରେ ଯାହା ପେଟ୍ରୋଲ ଦାମ ଥିଲା । ଆଜି ଠିକ ସେହି ଦରଦାମ ଅନୁଯାୟୀ ପେଟ୍ରୋଲ ବିକୁଅଛୁ ।

ଏହାପରେ ସେ ଚେତାବନୀ ଦେଇ କହିଛନ୍ତି ଯେ, ଆଗାମୀ ଦିନରେ ଯଦି ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଆଦିର ଦରଦାମ କମା ନଯିବ ତେବେ, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଏବଂ କଂଗ୍ରେସ ରାଜ ରାସ୍ତା ରେ ଲଢେଇ କରିବ । ମାତ୍ର ବର୍ତ୍ତମାନ ଦେଖିବାକୁ ବାକି ଅଛି ଯେ ରାଜ୍ୟ ସରକାର, କେନ୍ଦ୍ର ସରକାର ପେଟ୍ରୋଲ ଦାମ କୁ କମାଇବା ନିମନ୍ତେ କେଉଁ କେଉଁ ପଦକ୍ଷପ ଗ୍ରହଣ କରୁଛନ୍ତି । ବନ୍ଧୁଗଣ ଏହି ପ୍ରସଙ୍ଗରେ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *