ପିତୃ ପକ୍ଷରେ ଏହି 8 ଟି କାମ କରୁଥିବା ଲୋକମାନେ ସାରାଜୀବନ ଗରିବ ହିଁ ରହିଥାନ୍ତି- Pitru Paksha

ଏହି ବର୍ଷ ପିତୃ ପକ୍ଷ ୨୦ ସେପ୍ଟେମ୍ବରରୁ ୬ ଅକ୍ଟୋବର ପର୍ଯ୍ୟନ୍ତ ରହିବ । ପିତୃ ପକ୍ଷରେ ପୂର୍ବ ପୁରୁଷଙ୍କ ଶ୍ରାଦ୍ଧର ବିଶେଷ ମହତ୍ଵ ହୋଇଥାଏ । ପିତୃ ପକ୍ଷରେ ପୂର୍ବ ପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଦର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଏ । କୁହାଯାଏ କି ଯେଉଁ ବ୍ୟକ୍ତି ପୂର୍ବ ପୁରୁଷଙ୍କ ଦର୍ପଣ ଓ ଶ୍ରାଦ୍ଧ କରେ ନାହିଁ ତାକୁ ପିତୃ ଦୋ-ଷର ସାମ୍ନା କରିବାକୁ ପଡିଥାଏ । ଏହି ଦୋ-ଷ ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟା ଛିଡା କରିଥାଏ । ଆମର ଶାସ୍ତ୍ର ଅନୁସାରେ ପିତୃ ପକ୍ଷ ସମୟରେ କିଛି କାର୍ଯ୍ୟ କରିବାକୁ ମନା କରା ଯାଇଛି ।

ଏହି କାର୍ଯ୍ୟ କରିବା ଦ୍ଵାରା ଆମର ପିତୃ ପୁରୁଷ ଆମ ଉପରେ ରାଗି ଯାଆନ୍ତି ଓ ଆମେ ତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇ ନ ଥାଏ । ତେବେ ଆସନ୍ତୁ ଜାଣିବା ପିତୃ ପକ୍ଷ ସମୟରେ ଆମକୁ କେଉଁ ସମସ୍ତ କାର୍ଯ୍ୟ କରିବା ଉଚିତ ନୁହେଁ ।

ଶାସ୍ତ୍ର ଅନୁସାରେ ପିତୃ ପକ୍ଷ ସମୟରେ ପୂର୍ବ ପୁରୁଷ ଆମ ଘରକୁ କୌଣସି ନା କୌଣସି ରୂପରେ ଅବଶ୍ୟ ଆସନ୍ତି । ସେଥିପାଇଁ ଘରକୁ ଆସିଥିବା କୌଣସି ବି ପଶୁ ପକ୍ଷୀ କିମ୍ବା ବ୍ୟକ୍ତିର ଅପମାନ କରିବା ଉଚିତ ନୁହେଁ । ତାଙ୍କୁ ଭୋଜନ କରାନ୍ତୁ । ଏହା ସହିତ ତାଙ୍କର ଆଦାର ସମ୍ମାନ କରାନ୍ତୁ ଓ ତାଙ୍କ ଠାରୁ ଆଶୀର୍ବାଦ ନିଅନ୍ତୁ । ପିତୃ ପକ୍ଷ ସମୟରେ ଚଣା, ଡାଲି, ଜୀରା, ଲୁଣ, ସୋରିଷ ଶାଗ ଭଳି କିଛି ଖାଦ୍ୟ ଜିନିଷ ଠାରୁ ଦୂରେଇ ରହିବା ଉଚିତ । ପିତୃ ପକ୍ଷ ସମୟରେ କେବଳ ସାତ୍ଵିକ ଭୋଜନ କରିବା ଉଚିତ ।

ଏହି ସମୟରେ ଭୁଲରେ ବି ମାଂସ କିମ୍ବା ମଦର ସେବନ କରନ୍ତୁ ନାହିଁ । ଏହା ଦ୍ଵାରା ପୂର୍ବ ପୁରୁଷ ଆମ ଉପରେ ରାଗି ଯାଆନ୍ତି । ସବୁ ତୀର୍ଥ ସ୍ଥାନରେ ପିତୃ ପକ୍ଷଙ୍କ ଦର୍ପଣ ଓ ଶ୍ରାଦ୍ଧର ବିଶେଷ ମହତ୍ଵ ହୋଇଥାଏ । ଏହିଭଳି ମାନ୍ୟତା ଅଛି କି ଗୟା, ବଦ୍ରିନାଥ, ପ୍ରୟାଗରେ ଶ୍ରାଦ୍ଧ କରିବା ଦ୍ଵାରା ପିତୃଙ୍କୁ ମୋକ୍ଷ ପ୍ରାପ୍ତ ହୋଇଥାଏ । ଏହା ଛଡା ଆପଣ ଏହି ସବୁ ସ୍ଥାନାରେ ଶ୍ରାଦ୍ଧ ନ କରି ପାରିଲେ ଘରେ ପିତୃ ପୁରୁଷଙ୍କ ଶ୍ରାଦ୍ଧ କରି ପାରିବେ ଓ ନିଜର ପୂର୍ବ ପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ କରି ପାରିବେ ।

ପିତୃ ପକ୍ଷ ସମୟରେ ଶ୍ରାଦ୍ଧ କିମ୍ବା ପିତୃଙ୍କ ପୂଜା ସନ୍ଧ୍ୟା ସମୟରେ, ରାତିରେ କରିବା ଉଚିତ ନୁହେଁ । ଏହିଭଳି କରିବା ଦ୍ଵାରା ଅଶୁଭ ହୋଇଥାଏ । ପିତୃ ପୁରୁଷଙ୍କ ଶ୍ରାଦ୍ଧ ଦିନରେ କରିବା ଉଚିତ । ପିତୃ ପକ୍ଷରେ କର୍ମ କରୁଥିବା ବ୍ୟକ୍ତି ଏହି ସମୟରେ ନିଜ କେସ ଓ ନଖ କାଟିବା ଉଚିତ ନୁହେଁ । ପିତୃ ପକ୍ଷ ସମୟରେ କୌଣସି ବି ନୂଆ ଜିନିଷ କିଣନ୍ତୁ ନାହିଁ କିମ୍ବା କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ସେହି ସବୁ ଜିନିଷରେ ଆମକୁ ସଫଳତା ମିଳେ ନାହିଁ ।

ପିତୃ ପକ୍ଷ ସମୟରେ କୌଣସି ବି ଗୁରୁଜନଙ୍କୁ ଅପମାନ କରନ୍ତୁ ନାହିଁ । ଏହି ସମୟରେ ଘରର ଗୁରୁଜନମାନଙ୍କ ସମ୍ମାନ କରନ୍ତୁ ଓ ତାଙ୍କର ଆଶୀର୍ବାଦ ଗ୍ରହଣ କରନ୍ତୁ ।

Leave a Reply

Your email address will not be published. Required fields are marked *