Special Report: ଆସିଲା ନୂଆ ସଫ୍ଟୱେର, ଯାହା ଅଟକାଇବ ଦୁର୍ଘଟଣା…. ମଦ ପିଇଥିଲେ ଗଡିବନି ଗାଡି, ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ

କେତେକ କ୍ଷେତ୍ରରେ ଦେଖା ଯାଇଛି କି ପ୍ରାୟତଃ ଲୋକମାନେ ମ-ଦ ସେବନ କରି କାର ଚଲାନ୍ତି । ଯେଉଁ କାରଣରୁ ସେ ନିଜ ଜୀବନ ସହ ଅନ୍ୟର ଜୀବନକୁ ବି ବିପଦରେ ପକାଇ ଥାନ୍ତି । ଏହା ସହ ବେଳେ ବେଳେ ମ-ଦ ପିଇ ଥିବା କାରଣରୁ ଦୁର୍ଘଟଣା ମଧ୍ୟ ହୋଇଛି । କିନ୍ତୁ ବର୍ତ୍ତମାନ ଏହି ସବୁ ସମସ୍ୟାର ସମଧାନ ବାହାରି ଯାଇଛି । ଯଦି ଆପଣ ମ-ଦ ପିଇଛନ୍ତି ତେବେ କାର ଚାଲିବ ନାହିଁ, ଏହା ଛଡା ଯଦି ଆପଣ ଗାଡିରେ ବସି ସିଟ ବେଲ୍ଟ ବାନ୍ଧି ନାହାନ୍ତି ତଥାପି ବି ଆପଣଙ୍କ ଗାଡିର ଇଞ୍ଜିନ ଷ୍ଟାର୍ଟ ହେବ ନାହିଁ ।

କହିବାକୁ ଗଲେ ମୋହିତ କୁମାର ଯିଏକି ଜଣେ ଇଞ୍ଜିନିୟର ଛାତ୍ର ଅଟନ୍ତି ସେ ଏହିଭଳି ଏକ ସଫ୍ଟୱେର ତିଆରି କରିଛନ୍ତି । କହିବାକୁ ଗଲେ ସବୁଦିନ କୌଣସି ନା କୌଣସି ସ୍ଥାନରେ ଦୁର୍ଘଟଣା ଘଟୁଛି ଓ ଏହାର ସଂଖ୍ୟା ଦିନକୁ ଦିନ ବଢିବାରେ ବି ଲାଗିଛି ।

ପ୍ରାୟତଃ କ୍ଷେତ୍ରରେ ମ-ଦ୍ୟପାନ କରି ଗାଡି ଚଳାଇବା କାରଣରୁ ହୋଇଥାଏ । ଏହାକୁ ହିଁ ଆଖି ଆଗରେ ରଖି ମୋହିତ ଏହି ସଫ୍ଟୱେର ତିଆରି କରିଛନ୍ତି । ଏହି ଡିଭାଇସ ଗାଡିର ଆଗରେ ରହିବ । ଯାହାକୁ କି Alcohol Detection System କୁହାଯାଉଛି । ଯଦି ଆପଣଙ୍କ ରକ୍ତରେ ୦.୦୮ % ରୁ ଅଧିକ Alcohol ଥିବ ତେବେ ଆପଣଙ୍କ ଗାଡି ଷ୍ଟାର୍ଟ ହେବ ନାହିଁ ।

କହିଦେଉଛୁ କି ଯେତେବେଳେ ଆପଣ ଗାଡିରେ ବସିଯିବେ ତେବେ ସେହି ସମୟରେ ଆପଣଙ୍କ ମୁହଁର କିଛି କଣିକା ସାମ୍ନାରେ ଲାଗିଥିବା ସିଷ୍ଟମ ଭିତରକୁ ଚାଲିଯିବ । ଏହା ପରେ ଏଠି ଲାଗିଥିବା ସେନ୍ସର ଆପଣଙ୍କ ମୁହଁରେ କେତେ ପରିମାଣରେ Alcohol ଅଛି ତାହାକୁ ନିଶ୍ଚିତ କରିବ । ଯଦି ଆପଣଙ୍କ ରକ୍ତରେ ୦.୦୮ରୁ ଅଧିକ Alcohol ଥିବ ତେବେ ଆପଣଙ୍କ ଗାଡି ଷ୍ଟାର୍ଟ ହେବ ନାହିଁ ।

କିନ୍ତୁ ଏହି ଡିଭାଇସ କେବଳ ଡ୍ରାଇଭର ସିଟ ପାଇଁ ହିଁ କାମ କରିବ । ଏତିକି ନୁହେଁ ମୋହିତ କୁମାର ଅନ୍ୟ ଏକ ସଫ୍ଟୱେର ତିଆରି କରିଛନ୍ତି । ଏହି ସଫ୍ଟୱେରରେ ଆପଣଙ୍କର ଗାଡିର କେବେ ବି ଆକ୍ସିଡେଣ୍ଟ ହେବ ନାହିଁ ଓ ଆପଣ କରିବାକୁ ଚାହିଁଲେ ବି ହେବ ନାହିଁ । ଏହି ସଫ୍ଟୱେର ଭିତରେ ଅନ୍ୟ ଏକ ଭଲ ଗୁଣ ଅଛି । ଯେମିତି କି କାରରେ ପ୍ରାୟତଃ ଲୋକମାନେ ସିଟ ବେଲ୍ଟ ଲଗାନ୍ତି ନାହିଁ ଓ ଗାଡି ଚଳନ୍ତି ।

କିନ୍ତୁ ସଫ୍ଟୱେର ମାଧ୍ୟମରେ ଯେଉଁ ସମୟ ପର୍ଯ୍ୟନ୍ତ ଆପଣ ନିଜର ସିଟ ବେଲ୍ଟ ଲଗାଇ ନାହାନ୍ତି ସେହି ସମୟ ପର୍ଯ୍ୟନ୍ତ ଆପଣଙ୍କ ଗାଡି ଷ୍ଟାର୍ଟ ହେବ ନାହିଁ । ମୋହିତ କହିଲେ କି ଏହି ସଫ୍ଟୱେରକୁ ଗାଡିରେ ଲଗାଇଲେ ଆପଣ ବହୁତ ମାତ୍ରାରେ ନିଜକୁ ସୁରକ୍ଷିତ ରଖି ପାରିବେ ।

Leave a Reply

Your email address will not be published. Required fields are marked *