ବନ୍ଧୁଗଣ ଛୋଟ ପିଲା ମାନଙ୍କ ଠାରେ ବଡ ହଜମି, କୃମି ଭଳି ସମସ୍ଯା ଦେଖା ଯାଇଥାଏର ତାହା ଆପଣ ମାନେ ଜାଣିଥିବେ । କୃମି ପିଲାଙ୍କ ପେଟରେ ହେଲେ ସେମାନେ କଷ୍ଟ ଅନୁଭବ କରିଥାନ୍ତି । ଏହାର ମୁଖ୍ୟ କାରଣ ହେଛି ଅଧିକ ମିଠା ଜାତୀୟ ଖାଦ୍ୟ ଖାଇବା । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ କରିବା ଦ୍ଵାରା ସବୁ ଦିନ ପାଇଁ ବଦ ହଜମି ବା କୃମି ସମସ୍ଯା ପିଲାଙ୍କର ଦୂର ହୋଇ ପାରିବ ।
ଏହି ଘରୋଇ ଉପଚାର ତିଆରି କରିବା ପାଇଁ ଆବଶ୍ୟକ ରହିଛି ତ୍ରିଶାଖା ବେଲପତ୍ର ଯାହା ମହାଦେବଙ୍କ ପାଖରେ ପୂଜା ହୋଇଥାଏ । ଏଥିରେ ଅନେକ ପ୍ରକାରର ଭିଟାମିନ ଓ ମିନେରାଲ୍ସ ରହିଛି ଯାହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । ୫ରୁ ୧୦ଟି ବେଲପତ୍ରକୁ ଭଲ ଭାବେ ଧୋଇ ଦିଅନ୍ତୁ । ପିଲା ମାନଙ୍କର କୃମି ସମସ୍ଯା ହେଲେ ସେମାନେ ଠିକ ସୋଇ ପାରନ୍ତି ନାହି ଓ ଚିଡିଚିଡା ହୋଇଯାନ୍ତି ।
ତେଣୁ ଏହି କ୍ଷେତ୍ର ରେ ବେଲପତ୍ର ର ଆପଣ ଜୁସ ବା ରସ ପ୍ରସ୍ତୁତ କରନ୍ତୁ । ଏହା ପରେ ରସକୁ ଭଲ ଭାବେ ଛାଣି ଦିଅନ୍ତୁ । ଏହା ପରେ ଆଡ କାରଣରୁ ଗୋଲମରିଚ ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଏଥିପାଇଁ ଆବଶ୍ୟକ ରହିଛି ୫ଟି ଗୋଲମରୀଚ ଯାହାର ପାଉଡର ପ୍ରସ୍ତୁତ କରନ୍ତୁ । କେବଳ ଏହି ୨ଟି ସାମଗ୍ରୀର ପ୍ରୟୋଗ କରି ଏହି ହୋମ ରେମେଡି ପ୍ରସ୍ତୁତ କରିବାକୁ ପଡିବ ଯାହା କୃମି ସମସ୍ଯା ଦୂର କରିବାରେ ସହାୟକ ହୋଇଥାଏ ।
ଆପଣ ଏଥିରେ ଅଧିକ ଗୋଲମରୀଚ ମିଶାଇବେ ନାହି କାରଣ ପିଲା ମାଙ୍କୁ ରାଗ ଲାଗିପାରେ । ଏହା ପରେ ବେଲପତ୍ର ରସ ସହ ଗୋଲମରୀଚ ପାଉଡର ଭଲ ଭଲ ମିଶ୍ରଣ କରନ୍ତୁ । ଏହି ରେମେଡି କୁ ଆପଣ ପିଲା ମାନଙ୍କୁ ସକାଳେ ଖାଲି ପେଟରେ ସେବନ କରିବାକୁ ଦିଅନ୍ତୁ । ପିଲା ମାନଙ୍କର ବୟସ ଅନୁଯାୟୀ ଆପଣ ଏହି ରେମେଡି ପ୍ରସ୍ତୁତ କରନ୍ତୁ । ଏକ ରୁ ଦୁଇ ଚାମଚ ଏହି ରେମଡି ପିଲା ମାନଙ୍କୁ ସେବନ କରିବାକୁ ଦିଅନ୍ତୁ ।
ଏପରି କରିବା ଦ୍ଵାରା ପିଲା ମାନଙ୍କ ପେଟରେ ହୋଇଥିବା ବଦ ହଜମି ବା କୃମି ସମସ୍ଯା ସମ୍ପୁର୍ଣ୍ଣ ଭାବେ ଭଲ ହୋଇଯିବ । ଯଦି ପିଲା ମାନେ ଖାଦ୍ୟ ନ ଖାଇବେ ତେବେ ସେମାନେ ବିକାଶ ଠିକ ଭାବେ ହୋଇ ପାରିବ ନାହି । ତେଣୁ ତାଙ୍କର ସ୍ୱାସ୍ଥ୍ୟ ଠିକ ରହିବା ନିହାତି ଜରୁରି ଅଟେ । ଏହା ଏକ ବହୁ ପରୀକ୍ଷିତ ଓ ପୁରାତନ ରେମେଡି ଯାହା ପୂର୍ବ ରୁ ଲୋକ ମାନେ ବ୍ୟବହାର କରୁଥିଲେ । ତେଣୁ ଆପଣ ମାନେ ମାତ୍ର ଥରେ ଏହି ରେମେଡି ର ବ୍ୟବହାର କରି ଦେଖନ୍ତୁ କୃମି ଭଳି ସମସ୍ଯା ତୁରନ୍ତ ଭଲ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।