ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ ପିଲାଙ୍କ ଯାଏଁ ବାପା ମା ଙ୍କ କଥା ଶୁଣିବାକୁ ରାଜି ହେଉ ନାହାନ୍ତି । କାରଣ ଆଜିର ବ୍ୟସ୍ତ ବହୁତ ଜୀବନରେ ବାପା ଓ ମା ଉଭୟ ନିଜର କାର୍ଯ୍ୟରେ ବ୍ୟସ୍ତ ରହୁ ଥିବାରୁ ପିଲା ମାନଙ୍କୁ ସମୟ ଦେଇପାରୁ ନାହାନ୍ତି । ଯାହା ଫଳରେ ପିଲା ମାନେ ନିଜ କାମ ନିଜେ କରିବା ସହ ନିଜର ନିସ୍ପତି ମଧ୍ୟ ନିଜେ ନେଉଛନ୍ତି । ସେହି ନିସ୍ପତି ତାଙ୍କ ପାଇଁ ଠିକ କି ଭୁଲ ତାହା ବୁଝିବାକୁ ପିଲା ମାନେ ରାଜି ହେଉ ନାହନ୍ତି ।
ଏଥିପାଇଁ ବାପା ମା ମାନେ ପିଲାଙ୍କୁ କିଛି କଥା ରେ ଉପଦେଶ ଦେଲେ ମଧ୍ୟ ସେମାନଙ୍କୁ ତାହା ଖରାପ ଲାଗୁଛି । ପିଲା ମାନେ ଭାବୁଛନ୍ତି ବାପା ମା ମାନେ ତାଙ୍କର ନିଷ୍ପତି ଉପରେ କଣ ପାଇଁ ପ୍ରଶ୍ନ ଉଠାଇଛନ୍ତି । ସେମାନେ ଯେଉଁ ନିସ୍ପତି ନେଇଛନ୍ତି ତାହା ସଂପୂର୍ଣ୍ଣ ଭାବେ ଠିକ ବୋଲି ପିଲା ମାନଙ୍କ ଚିନ୍ତାଧାରା ।
ଏହି କ୍ଷେତ୍ର ରେ ଯଦି ଆପଣ ବାପା ମା ଉଭୟ ପିଲା ମାନଙ୍କୁ କୌଣସି କଥା ରେ ଗାଇଡ କରିବେ ବା ତାଙ୍କର ସମର୍ଥନ କରିବେ ତେବେ ପିଲା ମାନେ ଆପଣଙ୍କ କଥା ନିଶ୍ଚୟ ଶୁଣିବେ । ତେବେ ଆଦେଶ ଦେବା ଓ ସମର୍ଥନ କରିବା ମଧ୍ୟରେ ବହୁତ ଫରକ ରହିଛି । ଆଦେଶ ଦେବା ଅର୍ଥ ହେଉଛି ବାପା ମା ନିଜର ବିସ୍ପତିକୁ ପିଲା ମାନଙ୍କ ଉପରେ ଲଦି ଦେଉଛନ୍ତି ।
କାରଣ ବାପା ମା ଙ୍କ ମତରେ ସେମାନେ ଯେଉଁ କଥା ଭାବିଛନ୍ତି ଥା ସଂପୂର୍ଣ୍ଣ ଭାବେ ଠିକ । କିନ୍ତୁ କିଛି କ୍ଷେତ୍ର ରେ ଏହା ଭୁଲ ବୋଲି ସାବ୍ୟସ୍ତ ହୋଇଥାଏ । ଯେଉଁ କଥାରେ ପିଲା ମାନଙ୍କର କୌଣସି ଆଗ୍ରହ ବା ଇଚ୍ଛା ନ ଥିବ ତାହା ସେମାନଙ୍କୁ କରିବା ପାଇଁ କହିବା ସଂପୂର୍ଣ୍ଣ ଭାବେ ଭୁଲ ଅଟେ ।
ସମର୍ଥନ ର ଅର୍ଥ ହେଉଛି ଯଦି ପିଲାଟି କୌଣସି କଥାକୁ ନେଇ ଜିଦି କରିଛି ତେବେ ବାପା ମା ତାର ଜିଦିକୁ ପୁରା କରିବାକୁ ଚେଷ୍ଟା କରିବା ଉଚିତ । କିନ୍ତୁ ସେହିଜିଦି ଯଦି ପିଲାର ଭବିଷ୍ୟତ ପାଇଁ ଉଚିତ ବୋଲି ବାପା ମା ମାନେ କରୁଛନ୍ତି ତେବେ ତାହା ନିଶ୍ଚିନ୍ତ ଭାବେ ପୁରା କରିବା ଉଚିତ । ନଚେତ ପିଲା ମାନଙ୍କୁ କେଉଁ କାମ କରିଲେ ଭୂଲ ହେବ ଓ କେଉଁ କାମ କରିଲେ ଠି ହେବ ତାହା ସେମାନଙ୍କୁ ବୁଝାଇବା ଉଚିତ ।
କିନ୍ତୁ ବାପା ମା ରାଗି ଯାଇ ପିଲାଙ୍କୁ ବୁଝାଇବା ଉଚିତ ନୁହେଁ । ପିଲାଙ୍କୁ ଯେତେ ସରଳ ଓ ସହଜ ଉପାୟ କରି ବୁଝାଇବେ ସେତେ ପିଲା ମାନେ ତାଙ୍କ ଭବିଷ୍ୟତ ପାଇଁ କଣ ଠିକ ଓ ଭୁଲ ତାହା ବୁଝି ପାରିବେ । ତେବେ ପିଲା ମାନଙ୍କୁ ସବୁବେଳେ ସମର୍ଥନ କରିବା ଉଚିତ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।