ବନ୍ଧୁଗଣ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଓ ଜୀବନକୁ ସୁଖମୟ କରିବା ପାଇଁ ଜାଣନ୍ତୁ କିଛି ଅନୁଚିନ୍ତା ବିଷୟରେ । ୧- ସକାଳୁ ଉଠି ନିଜ ହାତ ପାପୁଲି ଦେଖିଲେ ଶୁଭ ହୋଇଥାଏ । ଚୁଚୁନ୍ଦ୍ରା ଘରେ ଦେଖିଲେ ମା ଲକ୍ଷ୍ମୀଙ୍କ ଆଗମନର ସୂଚନା ମିଳିଥାଏ ।
୨- ଘରେ ବୁଢିଆଣୀ ଜାଲ ହେଲେ ଅଶୁଭ ହୋଇଥାଏ । ବେଙ୍ଗ ବୋବାଇଲେ ବର୍ଷା ହେବାର ସୂଚନା ମିଳିଥାଏ ।
୩- ଅମାବାସ୍ୟା ଦିନ ଅଦରକାରୀ ଜିନିଷ ବାହାରେ ଫୋପାଡିଲେ ଶୁଭ ହୋଇଥାଏ । ପକ୍ଷୀ ଫଳ ଖାଇ ଘର ଉପରେ ପକାଇଲେ ଭଲ ସମୟ ଆସିବାର ସୂଚନା ମିଳେ ।
୪- ସୂର୍ଯ୍ୟ ଉଦୟ ସମୟରେ ଘରର ପୂର୍ବ ବା ପଶ୍ଚିମରେ କାଉ ବୋବାଇଲେ ଶୁଭ ହୋଇଥାଏ । ଜନ୍ମ ମାସ, ନକ୍ଷତ୍ର, ସମୟରେ ପୁଅ, ଝିଅର ବିବାହ କରିଲେ ଅଶୁଭ ହୋଇଥାଏ ।
୫- ମନ୍ଦିରକୁ ଗଲେ ପ୍ରଥମେ ବାହାଙ୍କୁ ଦର୍ଶନ କରିବା ପରେ ଠାକୁରଙ୍କୁ ମୁଣ୍ଡିଆ ମାରିବା ଉଚିତ । ପ୍ରତିଦିନ ୮ ଗ୍ଳାସ ପାଣି ବସିକି ପିଇବା ଉଚିତ ।
୬- ରାତିରେ ଶୋଇବା ବେଳେ ଆଇନା ଘୋଡାଇ ରଖିବା ଉଚିତ । ଗାଧୋଇବା ପରେ ସୂର୍ଯ୍ୟଙ୍କୁ ନମସ୍କାର କରିଲେ ଶୁଭ ହୋଇଥାଏ ଓ ତେଲ ସ୍ପର୍ଶ କରନ୍ତୁ ନାହିଁ ।
୭- ଟଙ୍କା ଗଣିଲା ବେଳେ କେବେ ଛେପ ମାରନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ । ସୋମବାର, ବୁଧବାର, ଶୁକ୍ରବାର ବାମ ପାଦ ଦେଇ ଘରୁ ବାହାରିଲେ ଶୁଭ ହୋଇଥାଏ ।
୮- ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାରରେ ଡାହାଣ ପାଦ ଦେଇ ଘରୁ ବାହାରିଲେ ଶୁଭ ହୋଇଥାଏ । ଗାଈ ଆଖିରୁ ଲୁହ ଆସିଲେ ବିପଦ ଆସିବାର ସୂଚନା ମିଳିଥାଏ ।
୯- କଳା ପେଚା ଘର ଉପରେ ବସିଲେ ଅଶୁଭ ହୋଇଥାଏ । ଭୋଜନ କରିବା ସମୟରେ ମୁଣ୍ଡରେ ଟୋପି ବା ଗାମୁଛା ପିନ୍ଧିବା ଅନୁଚିତ ।
୧୦- ମନ୍ଦିରର ଦେବତାଙ୍କର ପୂର୍ବ ମୁଖ ଓ ଘରେ ଠାକୁରଙ୍କ ମୁଖ ପଶ୍ଚିମ ଆଡକୁ ରହିବା ଶୁଭ ହୋଇଥାଏ । ବାରମ୍ବାର ଚର୍ମ ରୋଗ ହେଉଥିଲେ ମଙ୍ଗଳବାର ମାଟିରେ ମୁଣ୍ଡ ଲଗାଇ ମୁଣ୍ଡିଆ ମାରିଲେ ଭଲ ହୋଇଥାଏ ।
୧୧- ବାସନ ମାଜିଲା ବେଳେ ବାସନର ଶବ୍ଦ ହେଲେ ଅଶୁଭ ହୋଇଥାଏ । ବାରମ୍ବାର କ୍ରୋଧ ଆସୁଥିଲେ ଦିନକୁ ୫ ଥର ପାଦ ଧୋଇଲେ ତାହା ଦୂର ହୁଏ ।
୧୨- ଶେଯରୁ ଉଠିଲା ପରେ ବିଚଣା ଅସଜଡା ରଖିଲେ ଶନି ଓ ରାହୁଙ୍କ କୁଦ୍ରୁଷ୍ଟି ପଡିଥାଏ । ଠାକୁର ଘରେ ପ୍ରତିଦିନ ଝୁଣା ଧୂପ କିମ୍ବା କର୍ପୁର ଧୂପ ଦେଲେ ଅଶୁଭ ଦୂରେଇଯାଏ ।
୧୩- ସଙ୍କଟ ସମୟରେ ଉପାୟ ନ ଆସିଲେ ଯେଉଁ ଠାରୁ ପାଣି ପିଅନ୍ତି କିଛି ପାଣି ଆଣି ଘର ଭିତରେ ଛିଞ୍ଚି ଦିଅନ୍ତୁ । ଶୁକ୍ରବାର ରାତିରେ ମିଠା ଖାଦ୍ଯ ଖାଇଲେ ଶୁଭ ହୋଇଥାଏ ।
୧୪- ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଇଁ କଂସା ଗ୍ଲାସରେ ପାଣି ପିଆନ୍ତୁ ଓ କଂସା ପାତ୍ରରେ ଖାଦ୍ୟ ଦିଅନ୍ତୁ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କୁ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।