ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ପିଲା ମାନଙ୍କୁ ଭଲ ମଣିଷ କରିବା ପାଇଁ ବାପା ମା ଙ୍କୁ କେଉଁ ଶିକ୍ଷା ଦେବା ଉଚିତ । ଆମେ ଆପଣଙ୍କୁ ଏକ କାହାଣୀ ଜରିଆରେ ଏହା ଜଣାଇବୁ । ଥରେ ବାପା ମା ଆଶ୍ରମ ଆସି ପହଞ୍ଚିଲେ ଆଉ ସନ୍ୟାସୀ କହିଲେ ତୁମେ କେଉଁଠୁ ଆସିଛ ? ଏହାକୁ ଶୁଣିବା ପରେ ବାପା-ମା ଦୁହେଁ ବହୁତ କାନ୍ଦିବାକୁ ଲାଗିଲେ । ତାପରେ ସନ୍ୟାସୀ ପଚାରିଲେ କଣ ହୋଇଛି ତୁମର କାହିଁକି କାନ୍ଦୁଛ ?
ଉତ୍ତରରେ ବାପା-ମା କହିଲେ ଯେଉଁ ପୁଅକୁ ଲକ୍ଷେ ଶିବ ପୂଜ୍ୟ ଆମେ ପାଇଥିଲୁ ସେ ଆଜି ଆମକୁ ମା-ରି-ଲା । ତାପରେ ସନ୍ୟାସୀ ଜଣକ ଉତ୍ତର ଦେଲେ କି କୌଣସି ପିଲାକୁ ଜନ୍ମ କରିବା ବା ପାଠ ପଢାଇବା ପୂର୍ବରୁ ପ୍ରଥମେ ତାକୁ ସଂସ୍କାର ଦିଅନ୍ତୁ, ଉପଯୁକ୍ତ ଶିକ୍ଷା ଦିଅନ୍ତୁ । ଏହି ଶିକ୍ଷା ଓ ସ୍ନାସ୍କାର ନ ପାଇବାରୁ ପିଲା କୁ-ପଥରେ ଚାଲି ଯାଇଛି । ସେହି କାରଣରୁ ପିଲା ମାନେ ବାପା-ମା ଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ।
ତେଣୁ ସନ୍ଥ କହିଲେ ପିଲାଙ୍କୁ ବଡ ମଣିଷ କରିବା ଆଗରୁ ଭଲ ଶିକ୍ଷା ଦେବା ଉଚିତ । ପିଲା ମାନଙ୍କୁ ପ୍ରଥମେ ଶିକ୍ଷା ଦିଅନ୍ତୁ କି ଗୁରୁଜନ ମାନଙ୍କୁ ସମ୍ମାନ ଦିଅନ୍ତୁ । ଯେଉଁ ପିଲା ଗୁରୁଜନଙ୍କୁ ସମ୍ମାନ ଦିଏ, ଶାଳୀନତା ସହ କଥାବାର୍ତ୍ତା କରେ, ସକାଳୁ ଉଠି ବାପା ମା ଙ୍କୁ ପ୍ରଣାମ କରେ ସେ ନିଶ୍ଚୟ ଜୀବନରେ ସଫଳତାର ଶିଖର ରେ ପହଞ୍ଚିଥାଏ । ତେଣୁ ପିଲା ମାନଙ୍କୁ ବଡ ବଡ ସନ୍ଥ ମାନଙ୍କର କାହାଣୀ ଶୁଣାଇବା ଉଚିତ ।
ଏହି ସବୁ କାହାଣୀ ଦିନେ ପିଲାଙ୍କୁ ସଫଳତାର ଶୀର୍ଷ ରେ ପହଞ୍ଚାଇବ । ଗୋଟେ ଗୋଟେ ଛୋଟ ଛୋଟ କାହାଣୀ ଯେମିତି ଅରୁଣୀ, ଏକଲବ୍ୟ, ଧ୍ରୁବ, ଭଗବନା କୃଷ୍ଣ, ଶ୍ରୀରାମ, ସ୍ଵାମୀ ବିବେକାନନ୍ଦ ଙ୍କ ଚରିତ୍ର ବିଷୟରେ ପିଲାଙ୍କୁ କହିବା ଉଚିତ । ପିଲା ମାନେ ଗୁରୁଜନଙ୍କୁ ଦେଖିବା ମାତ୍ରେ ସମ୍ମାନ ଦେବା ଉଚିତ । ଯେଉଁ ପିଲାର ମୁଣ୍ଡ ଗୁରୁଜନଙ୍କ ପାଦରେ ନଇଁ ଯାଇଛି ସେହି ପିଲା ସେତିକି ଉପରକୁ ଉଠିଛି ।
ଯେଉଁ ପିଲାଙ୍କର ମୁଣ୍ଡ ଯେତିକି ନାଇଁଛି ସେ ସଫଳତାର ଶୀର୍ଷ ରେ ସେତିକି ଉଠିଥାଏ । ତେଣୁ ପ୍ରତେକ ବାପା ମା ପିଲାକୁ ଟଙ୍କାର ଗଛ ବା ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି କରିବା ପୂର୍ବରୁ ସଂସ୍କାର ଦେବା ଉଚିତ । ସମାଜରେ ସମସ୍ତେ ଯେ ଭଲ ତାହାର ମାନେ ନାହି । ଆଗ ନିଜେ ଭଲ ହୁଅ ତାପରେ ଅନ୍ୟକୁ ଭଲ କହିବା । ପିଲାଙ୍କୁ ଶିକ୍ଷା ଦେବା କି ସ୍ଵାତିକ ଆହାର କରନ୍ତୁ ।
ଆଉ ପିଲାଙ୍କୁ ଭାରତୀୟ ସଂସ୍କୃତି ର ବେଦ ବେଦାନ୍ତ, ଭଗବତ ଗୀତା ପଢାଇବା ଉଚିତ । ଏଭଳି ପିଲା ବାପା ମା ଙ୍କର ନାମକୁ ଉଚ୍ଚ ରେ ରଖିବ । ପିଲାକୁ ସ୍କୁଲକୁ ପଠାଇବା ପୂର୍ବରୁ ସକାଳୁ ଉଠି କଣ କରିବ, ଠାକୁରଙ୍କୁ ପ୍ରାର୍ଥନା କରିବ, ଗୁରୁଜନଙ୍କୁ ସମ୍ମାନ କେମିତି ଦେବ ଏଭଳି ଶିକ୍ଷା ଦେବା ଉଚିତ । ଏହା ସହ ପିଲାଙ୍କୁ ନିସ୍ଵାର୍ଥପର ଭାବେ କଲ୍ୟାଣ କରିବାକୁ ଶିକ୍ଷା ଦେବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।