ବନ୍ଧୁଗଣ, ଯଦି ଆପଣ ଜନ୍ମରୁ ଗରିବ ତେବେ ଏଥିରେ ଆପଣଙ୍କର କୌଣସି ଭୁଲ ରହି ନାହିଁ । ମାତ୍ର ଯଦି ଆପଣ ଦେହତ୍ୟାଗ କରିବା ସମୟରେ ମଧ୍ୟ ଗରିବ ରୁହନ୍ତି ତେବେ ଏଥିରେ କେବଳ ଆପଣଙ୍କର ହିଁ ଭୁଲ ରହିଅଛି ।
ଯଦି ଆପଣ ନିଜର ସ୍ଵପ୍ନ କୁ ସାକାର କରିବାକୁ ନିଷ୍ପତ୍ତି ନିଅନ୍ତି ଏବଂ ସେହି ସ୍ଵପ୍ନ କୁ ସାକାର କରିବାକୁ ଯାଇ କଠିନ ରୁ କଠିନ ପରିଶ୍ରମ କରିବାକୁ ପଛାନ୍ତି ନାହିଁ । ତେବେ ଆପଣଙ୍କର ସେହି ସ୍ଵପ୍ନ ସାକାର ସୁନିଶ୍ଚିତ ରୂପରେ ହୋଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ଏକ ଏଭଳି ସତ୍ୟତା ସହିତ ପରିଚିତ କରାଇବାକୁ ଯାଉଅଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ହରିୟାନା ର ବାସିନ୍ଦା ବସ ଡ୍ରାଇଭର ର ଝିଅ ପ୍ରୀତି ହୁଡଡା । ହରିୟାନା ର ବାହାଦୁରଗଡ ରେ ପ୍ରୀତି ଙ୍କର ଜନ୍ମ ।
ତାଙ୍କ ପିତା ଦିଲ୍ଲୀ ପରିବହନ ନିଗମ ଅର୍ଥାତ ଡିଟିସି ରେ ବସ ଡ୍ରାଇଭର ଅଛନ୍ତି । ପ୍ରୀତି ଙ୍କର ପିତା ପ୍ରୀତି ନିମନ୍ତେ ଗୋଟିଏ ସ୍ଵପ୍ନ ଦେଖିଥିଲେ ଯେ, ତାଙ୍କ ଝିଅ ବଡ ହୋଇ ଏକ ଆଇଏଏସ ଅଫିସର ହେବ । ନିଜ ବାପା ଙ୍କର ଏହି ସ୍ଵପ୍ନ କୁ ସାକାର କରିବାକୁ ଯାଇ ଝିଅ ପ୍ରୀତି କୌଣସି ପ୍ରକାରର ଅବହେଳା କରିଲା ନାହିଁ । ସେ ସଂପୂର୍ଣ୍ଣ ପରିଶ୍ରମ ଏବଂ ଏକାଗ୍ରତା ସହିତ ୟୁପିଏସସି ର ନିଯୁକ୍ତି ନିମନ୍ତେ ପ୍ରସ୍ତୁତି ହେଲେ ।
ଆଇଏଏସ ଅଧିକାରୀ ହେବା ନିମନ୍ତେ ପ୍ରୀତି ନିଜର ପାଠ ପଢା ବାହାଦୂରଗଡ ରେ ସଂପୂର୍ଣ୍ଣ କରିଲେ । ଏହାପରେ ଏମଫିଲ କରିବା ନିମନ୍ତେ ଦିଲ୍ଲୀ ଯେଏନୟୁ ରେ ଏଡମିସନ ନେଲେ । ଏହିଠାରୁ ପ୍ରୀତି ପିଏଚଡି ର ଡିଗ୍ରୀ ମଧ୍ୟ ହାସଲ କରିଲେ । ଏହାପରେ ୨୦୨୧ ରେ ପ୍ରୀତି ୟୁପିଏସସି ର ପରୀକ୍ଷା ଦେଲେ । ପ୍ରୀତି ଏହି ପରୀକ୍ଷାର ସମସ୍ତ ପ୍ରସ୍ତୁତି ହିନ୍ଦୀ ଭାଷା ରେ କରିଥିଲେ । ଏହି ଭାଷାରେ ସେ ପରୀକ୍ଷା ଦେଲେ ।
ଏବଂ ଏହି ଭାଷା ରେ ହିଁ ସେ ଇଣ୍ଟରଭିଉ ମଧ୍ୟ ଦେଲେ । ପ୍ରୀତି ନିଜର ଆତ୍ମବିଶ୍ଵାସ ସହିତ ସମସ୍ତ ପ୍ରଶ୍ନ ଗୁଡିକ ର ଉତ୍ତର ଦେଇଥିଲେ । ତାଙ୍କ କହିବା ଅନୁସାରେ ଆପଣ ନିଜେ ଯେଉଁ ଭାଷାରେ ନିଜକୁ ଉଚିତ ମନେ କରି ପାରୁଛନ୍ତି ଯେ ଏହା ମୋ ନିମନ୍ତେ ସରଲା ଏବଂ ସୁବିଧା ହେବ । ଆପଣ ଙ୍କୁ ସେହି ଭାଷା ରେ ଇଣ୍ଟରଭିଉ ତଥା ପରୀକ୍ଷା ଦେବା କଥା । ଅତିଶୀଘ୍ର ୟୁପିଏସସି ର ପରିଣାମ ଆସିଲା ।
ପ୍ରୀତି ଉତ୍ତମ ନମ୍ବର ରଖି ଏହି ପରୀକ୍ଷା ରେ ପାସ ହୋଇଥିଲେ । ଏହାପରେ ଏହି ଖୁସି ଖବର ପ୍ରୀତି ନିଜ ପିତା ଙ୍କୁ ଜଣାଇଲେ । ସେତେବେଳେ ତାଙ୍କ ପିତା ବସ ଚଲାଉଥିଲେ । ଝିଅ ର ଏଭଳି କଥା ଶୁଣି ବାପା ପ୍ରୀତି କୁ ସାବାସୀ ଦେଲେ । ପ୍ରୀତି ନିଜ ପିତା ଙ୍କ ସହ ପୁରା ପରିବାର କୁ ଆନନ୍ଦ ରେ ପରିପୂର୍ଣ୍ଣ କରିଦେଲେ । ମାତ୍ର ନିଜ ଉପରେ ବିଶ୍ଵାସ ତଥା ଚେଷ୍ଟା ଥିଲେ ସବୁକିଛି ସମ୍ଭବ ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।