ଆପଣମାନଙ୍କ ମଧ୍ୟରେ ପ୍ରାୟତଃ କିଛି ଲୋକମାନେ ପୋଷ୍ଟ ଅଫିସରେ ନିଜର ଆକାଉଣ୍ଟ ଖୋଲିଥିବେ । ଏମିତିରେ ସେମାନଙ୍କୁ ନିଜ ଆକାଉଣ୍ଟରେ ଟଙ୍କା ରଖିବା ପାଇଁ ଓ ଉଠାଇବା ପାଇଁ ପୋଷ୍ଟ ଅଫିସ ଯିବାକୁ ପଡିଥାଏ ।
ନଚେତ ଅନ୍ଲାଇନ ମାଧ୍ୟମରେ କିଛି କାମ କରିବାକୁ ପଡିଥାଏ । ଏମିତିରେ ବର୍ତ୍ତମାନ ପୋଷ୍ଟ ଅଫିସରେ ଆକାଉଣ୍ଟ ଥିବା ଗ୍ରାହକମାନଙ୍କ ପାଇଁ ବହୁତ ବଡ ଖୁସି ଖବର ଆସିଯାଇଛି । ପୋଷ୍ଟ ଅଫିସ ବର୍ତ୍ତମାନ ବ୍ୟାଙ୍କ ଭଳି କିଛି ସୁବିଧା ନିଜର ଗ୍ରାହକମାନଙ୍କୁ ଦେବାକୁ ଯାଉଛି । ତେବେ ଚାଳନ୍ତୁ ଜାଣିବା ସେହି ସୁବିଧା ସବୁ କଣ । ଯଦି ଆପଣଙ୍କର କୌଣସି ପୋଷ୍ଟ ଅଫିସରେ ଆକାଉଣ୍ଟ ଅଛି ତେବେ ପୋଷ୍ଟ ଅଫିସର ନୂତନ ନିୟମ ଅନୁସାରେ ବର୍ତ୍ତମାନ ଆପଣଙ୍କୁ ଡେବିଟ କାର୍ଡ ବି ମିଳିବ ।
ବ୍ୟାଙ୍କ ଡେବିଟ କାର୍ଡରେ ଯେଉଁ ସବୁ ସୁବିଧା ଆପଣଙ୍କୁ ମିଳିଥାଏ ସେହି ସମସ୍ତ ସୁବିଧା ବର୍ତ୍ତମାନ ପୋଷ୍ଟ ଅଫିସର ଡେବିଟ କାର୍ଡରେ ବି ଆପଣଙ୍କୁ ମିଳିବ । ଯେମିତି ଟଙ୍କା ଉଠାଇ ପାରିବେ, ଅନ୍ଲାଇନ ସୁବିଧା, ଜିନିଷ କିଣି ପାରିବେ ଇତ୍ୟାଦି ସମସ୍ତ ସୁବିଧା ମିଳିବ । ଏହା ସହିତ ପୋଷ୍ଟ ଅଫିସର ଡେବିଟ କାର୍ଡ ମାଧ୍ୟମରେ ଆପଣ ପୋଷ୍ଟ ଅଫିସର ଏଟିଏମରୁ କିମ୍ବା ଅନ୍ୟ କୌଣସି ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଇ ପାରିବେ । କିନ୍ତୁ ଅନ୍ୟ କୌଣସି ବ୍ୟାଙ୍କର ଏଟିଏମରୁ ନିର୍ଧାରିତ ଥର ଠାରୁ ଅଧିକ ଥର ଟଙ୍କା ଉଠାଇବେ ତେବେ ଏଥିପାଇଁ ଆପଣଙ୍କ ଆକାଉଣ୍ଟରୁ କିଛି ଟଙ୍କା କଟିବ ।
ପୋଷ୍ଟ ଅଫିସର ଡେବିଟ କାର୍ଡ ପାଇଁ ଆପଣ ଆକାଉଣ୍ଟ ଖୋଲିବା ସମୟରେ ନିଜର ଡେବିଟ କାର୍ଡ ପାଇଁ ଆବେଦନ କରି ପାରିବେ । କିନ୍ତୁ ଯଦି ଆପଣଙ୍କର ପୂର୍ବରୁ ଆକାଉଣ୍ଟ ଅଛି ତେବେ ପୋଷ୍ଟ ଅଫିସକୁ ଯାଇ ଏଟିଏମ କିମ୍ବା ଡେବିଟ କାର୍ଡ ପାଇଁ ଆବେଦନ କରି ପାରିବେ । ଏହା ସହିତ ଲକଡାଉନ ଭଲି ପରିସ୍ଥିତିରେ ଆପଣ ଏହି ସୁବିଧା ପାଇବା ପାଇଁ ଅନ୍ଲାଇନ ମାଧ୍ୟମରେ ନିଜର ପୋଷ୍ଟ ଅଫିସ ଡେବିଟ କାର୍ଡ ଆବେଦନ କରି ପାରିବେ ।
ପ୍ରଥମେ ପୋଷ୍ଟ ଅଫିସର ଡେବିଟ କାର୍ଡ ଏକ୍ଟିବ କରିବା ପାଇଁ ପୋଷ୍ଟ ଅଫିସ କର୍ମଚାରୀ ମେଲ କିମ୍ବା ବନ୍ଦ ଲଫାଫାରେ ୪ ଟି ନମ୍ବର ବାଲା ପିନ ଖାତାଧାରୀକୁ ପଠାଇଥାନ୍ତି । ଏଥିପାଇଁ ଗ୍ରାହକମାନଙ୍କୁ କିଛି ଦିନ ଅପେକ୍ଷା ମଧ୍ୟ କରିବାକୁ ପଡିଥାଏ । କିନ୍ତୁ ବର୍ତ୍ତମାନ ସମୟରେ ପୋଷ୍ଟ ଅଫିସର ଡେବିଟ କାର୍ଡ ଏକ୍ଟିବ କରିବା ପାଇଁ ଗ୍ରୀ ପିନ ଜେନେରେଟ କରିବାର ଅପସନ ଦିଆଯାଉଛି । ଏହି ଗ୍ରୀନ ପିନ ସାହାର୍ଯ୍ୟରେ ବହୁତ ସହଜରେ ଗ୍ରାହକ ନିଜର ଡେବିଟ କାର୍ଡର ପିନ ଜେନେରେଟ କରି ପାରିବେ ।
କିନ୍ତୁ ଜଣେ ଆକାଉଣ୍ଟ ଧାରି କେମିତି ନିଜର ପିନ ଜେନେରେଟ କରିବେ ସେହି ବିଷୟରେ ବି ଅବଗତ ହୋଇ ଯାଆନ୍ତୁ । ପ୍ରଥମେ ଆପଣ ପୋଷ୍ଟ ଅଫିସର ଏଟିଏମକୁ ଯାଇ ନିଜର କାର୍ଡକୁ ମେସିନରେ ଏନ୍ଟର କରନ୍ତୁ । ଏହା ପରେ ପିନ ଜେନେରେଟେ ଅପସନକୁ ବାଛନ୍ତୁ ଓ ଏହା ସହ ନିଜର ଆକାଉଣ୍ଟ ନମ୍ବର ଦିଅନ୍ତୁ । ଏହା ପରେ ଏହାକୁ କନଫାର୍ମ କରିବା ସହ ପଞ୍ଜୀକୃତ ମୋବାଇଲ ନମ୍ବର ଦେଇ ପୁଣି ଥରେ ଓକ କନଫର୍ମ କରନ୍ତୁ । ଏହା ପରେ ଆପଣଙ୍କ ମୋବାଇଲ ନମ୍ବରକୁ ଗୋଟିଏ ଗ୍ରୀନ ପିନ ଆସିବ ।
ଗ୍ରୀନ ପିନ ଆସିବାର ଦୁଇ ଦିନ ମଧ୍ୟରେ ପୁଣି ଥରେ ପୋଷ୍ଟ ଅଫିସର ଏଟିଏମକୁ ଯାଇ କାର୍ଡ ଏଣ୍ଟର କରନ୍ତୁ । ଏହା ପରେ ବ୍ୟାକିଙ୍ଗ ବିକଳ୍ପକୁ ବାଛନ୍ତୁ । ଏହା ପରେ ପିନ ପରିବର୍ତ୍ତନ କରିବାର ଅପସନକୁ ବାଛନ୍ତୁ । ଏବେ ଆପଣଙ୍କ ଫୋନରେ ଗୋଟିଏ ଓଟିପି ଆସିବ । ଏହି ପିନକୁ ଏଣ୍ଟର କରିବା ପରେ ଆପଣ ନିଜର ନୂଆ ୪ ଟି ନମ୍ବର ବାଲା ପିନ ଜେନେରେଟେ କରନ୍ତୁ । ଏହାକୁ ଆପଣ ଅନ୍ଲାଇନ ମାଧ୍ୟମରେ ବି କରି ପାରିବେ ।