ଦେଖନ୍ତୁ Prakruti Mishraଙ୍କର ନିଜ ଅଜାଙ୍କ ସହ ଡ୍ୟାନ୍ସ କରିବାର Video, ଯାହା ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ସାରା ଓଡିଶାରେ ଓ ଓଡିଆ ବାହାରେ ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ର ଙ୍କୁ ନେଇ ବିବାଦ ଜୋର ଧରିଛି ଯାହାକୁ ନେଇ ଚାରି ଆଡେ ଚର୍ଚ୍ଚା ଜାରି ରହିଛି ଯାହା ଥମିବାରା ନାଁ ନେଉ ନାହି । ତେବେ ଏହାରି ମଧ୍ୟରେ ବାବୁସାନ ଚେନ୍ନାଇ ରୁ ଫେରିଛନ୍ତି ନିଜ ଘରକୁ । ତାଙ୍କ ପୂର୍ବରୁ ପ୍ରକୃତି ମଧ୍ୟ ତାଙ୍କ ପରିବାର କୁ ଫେରିଛନ୍ତି । ତେବେ ଦୁହେଁ ଏକାଠି ଚେନନେଇ ଯାଇଥିଲେ ଓ ସେଠାରେ ସମୟ ବ୍ଯତୀତ କରିଥିବାର କଥା ସାମନାକୁ ଆସିଥିଲା । ଏହା ପରେ ବିବାଦ ଅଧିକ ବଢିବାରେ ଲାଗିଥିଲା ।

ଯାହାକୁ ନେଇ ତୃପ୍ତି ଲିଖିତ ଅଭିଯୋଗ କରିଥିଲେ କି ତାଙ୍କ ସ୍ଵାମୀ ଙ୍କୁ ପ୍ରକୃତି ନିଶା ଦେଉଛି ଯାହା ପାଇଁ ସେ କଣ କରୁଛନ୍ତି କାହାକୁ କଣ କହୁଛନ୍ତି କିଛି ଜାଣି ପାରୁ ନାହାନ୍ତି । ତେବେ ବାବୁସାନ ଙ୍କ ମାଆ ଅପରାଜିତା ମହାନ୍ତି ଗଣ ମାଧ୍ୟମ ଆଗରେ ନିଜ ପୁଅକୁ ଘରକୁ ଫେରି ଆସିବା ପାଇଁ ଆକୁଳ ନିବେଦନ କରିଥିଲେ । ଯାହାର ପରିଣାମ ସ୍ୱରୂପ ବାବୁସାନ ନିଜ ଘରକୁ ବାପା ମା ଙ୍କ ପାଖକୁ ଫେରିଛନ୍ତି ।

ତେବେ ପ୍ରକୃତି ଙ୍କୁ ପୋଲିସ ଅନେକ ପ୍ରକାରର ପ୍ରଶ୍ନ ପଚାରି ସାରିଛି । ଏବେ ବାକି ଅଛନ୍ତି ବାବୁସାନ ମହାନ୍ତି । ବାବୁସାନ-ପ୍ରକୃତି-ତୃପ୍ତି ବିବାଦ ପରେ ଏବେ ପୁରା ପରିବାର ସହ ରହିଛନ୍ତି ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ର । ତେବେ ପ୍ରକୃତି ତାଙ୍କ ବାପା, ମାଆ ଓ ପୁରା ପରିବାର ସହ ରହିଛନ୍ତି । ତାଙ୍କ ଅଜା ଙ୍କ ସହ ଗୋଟେ ଭିଡିଓ କରିଛନ୍ତି ଯେଉଁଥିରେ ପ୍ରକୃତି ତାଙ୍କ ଅଜା ଙ୍କ ସହ ନାଚିବାର ଦୃଶ୍ୟ ସାମନା କୁ ଆସିଛି ।

ନିଜ ଅଜା ଙ୍କ ସହ ନାଚି ନାଚି ବେଶ ଖୁସି ଥିବାର ନଜର ଆସୁଛନ୍ତି । ପ୍ରକୃତି ନିଜ ଅଜା ଙ୍କ ସହ ଖୁବ ସୁନ୍ଦର ଆଉ ଜବରଦସ୍ତ ଡ୍ୟାନ୍ସ କରିବାର ନଜର ଆସୁଛନ୍ତି । ହାଫ ସାର୍ଟ ଓ ଜିନ୍ସ ପ୍ଯାଣ୍ଟ ପିନ୍ଧି ପ୍ରକୃତି ନିଜ ଅଜା ଙ୍କ ସହ ଦମଦାର ଡ୍ୟାନ୍ସ କରିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପୁରା ପରିବାର ସହ ବେଶ ହସ ଖୁସି ରେ ସମୟ ବ୍ଯତୀତ କରୁଛନ୍ତି ପ୍ରକୃତି ମିଶ୍ର ଚେନ୍ନାଇ ରୁ ଫେରିବା ପରେ । ତେବେ ଗତ ଆଲୟ ପୋଲିସ ଘଣ୍ଟା ଘଣ୍ଟା ଧରି ପ୍ରକୃତି ଙ୍କୁ ଜେରା କରିଥିଲା । ପ୍ରକୃତିଙ୍କୁ ପ୍ରଶ୍ନ ଉପରେ ପ୍ରଶ୍ନ ପଚରା ଯାଇଥିଲା । ବର୍ତ୍ତମାନ ଯାଏଁ ବାବୁସାନ ଙ୍କୁ ପୋଲିସ ପଚାରଉଚରା କରି ନାହି । ଆଗାମୀ ସମୟରେ ହୁଏ ତ ପୋଲିସ ବାବୁସାନ ଙ୍କୁ ପଚରାଉଚରା କରିବ ବୋଲି ଅନୁମାନ କରା ଯାଉଛି । ବନ୍ଧୁଗଣ ଆପଣ ମାନଙ୍କୁ ପ୍ରକୃତି ମିଶ୍ର ଙ୍କ ଡ୍ୟାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିବେ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *