ପ୍ରଥମଥର ଦେଖନ୍ତୁ ଅଭିନେତ୍ରୀ Jyoti Mishraଙ୍କ ଜୀବନୀ ଓ ପରିବାର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସୁନାମଧନ୍ୟ ଅଭିନେତ୍ରୀ ଜ୍ଯୋତି ମିଶ୍ରଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସାରା ହିଟ ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଜ୍ୟୋତି ମିଶ୍ରଙ୍କ ପରିବାର ଏବଂ ତାଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ଖୁବ କମ ଲୋକ ଜାଣିଛନ୍ତି ।

ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଜ୍ୟୋତି ମିଶ୍ରଙ୍କ ଜନ୍ମ 22 ଫେବୃୟାରିରେ ହୋଇଥିଲା । ବର୍ତ୍ତମାନ ସେ ନିଜ ପରିବାର ସହ ଭୁବନେଶ୍ଵରରେ ରହୁଛନ୍ତି । ତାଙ୍କ ପରିବାରରେ ତାଙ୍କ ସ୍ଵାମୀ ଏବଂ ତାଙ୍କ ପୁଅ ଅଛନ୍ତି । ଜ୍ୟୋତି ବକ୍ସି ଜଗବନ୍ଧୁ ମହାବିଦ୍ୟାଳୟ ରେ ପାଠ ପଢୁଥିଲେ । ପାଠ ପଢା ଶେଷ ହେବା ପରେ ସେ 1998 ମସିହାରେ ନିଜ ଅଭିନୟ କ୍ଯାରିୟର ଆରମ୍ଭ କଲେ।

ସେ ପ୍ରଥମେ ଆଲବମ ଅଭିନେତ୍ରୀ ରୂପେ ଅଭିନୟ ଜୀବନୀ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଆଲବମରୁ ହିଁ ସେ ଲୋକପ୍ରିୟତା ହାସଲ କରିଥିଲେ । ଏହା ପରେ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । 1998 ମସିହାରେ ସେ “ସୋଭାଗ୍ୟବତୀ” କଥା ଚିତ୍ରରେ ଅଭିନେତ୍ରୀ ରୂପେ କାମ କରିଥିଲେ ।

ଏହା ପରେ ସେ 1999 ମସିହାରେ ଓଡିଆ ଇଣ୍ଡଷ୍ଟ୍ରିର ସୁପର ହିଟ ଫିଲ୍ମ ‘ତୋ ଆଖି ମୋ ଆଇନା’ରେ କାମ କରିଥିଲେ । ଏହି ଫିଲ୍ମରେ ସେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ସହ ନଜର ଆସିଥିଲେ । ଏହି ଫିଲ୍ମ ସୁପର ହିଟ ହୋଇଥିଲା । ଏହା ପରେ ସେ 2006 ମସିହାରେ ‘ତୁ ଏକା ଆମ ସାହା ଭରସା’ ଫିଲ୍ମରେ କାମ କରିଥିଲେ । କେବଳ ଏତିକି ନୁହେଁ ସେ ଅନେକ ବଙ୍ଗାଳୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

ଜ୍ୟୋତି ମିଶ୍ର 15ରୁ ଉର୍ଦ୍ଧ ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି । ସେ ଓଡିଆ, ବଙ୍ଗାଳୀ, ତେଲୁଗୁ ଏବଂ ଛତିଶଗଡି ଫିଲ୍ମରେ ଅଭିନୟ କରିଛନ୍ତି । ବିବାହ ପରେ ଜ୍ୟୋତି ଓଡିଆ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଗଲେ । ସେ କରିଥିବା ଫିଲ୍ମ ଗୁଡିକ ମଧ୍ୟରେ “ତୁ ଏକା ଆମ ସାହା ଭରସା, ଏଇଠି ସ୍ଵର୍ଗ ଏଇଠି ନର୍କ, ମାତୃଶକ୍ତି, ସିନ୍ଦୁର ନୁହେଁ ଖେଳଘର, ଧର୍ମ ସହିଲେ ହେଲା 2002 ରେ , ମା ମଙ୍ଗଳା 2002 ରେ, ମନ ରହିଗଲା ତୁମରି ଠାରେ 2002 ରେ , ବୋଉ 2000 ରେ, ସହର ଜଳୁଛି” 1998ରେ ଇତ୍ୟାଦି ।

ବର୍ତ୍ତମାନ ସେ ପୁଣି ଥରେ ଓଡିଆ ଇଣ୍ଡଷ୍ଟ୍ରିକୁ ଫେରି ଛନ୍ତି । ବହୁତ ଜଲ୍ଦି ଆପଣ ମାନେ ତାଙ୍କୁ ବଡ ପରଦାରେ ନୂଆ ଚେହେରା ରେ ଦେଖିବାକୁ ପାଇବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଜ୍ୟୋତି ମିଶ୍ର କେମିତି ଲାଗନ୍ତି ଓ ତାଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *