“ମୁଁ ଏଇଠି ବସିଛି, ମୋ ଇଜ୍ଜତ ମୋତେ ଫେରାନ୍ତୁ! ମୁଁ ପ୍ରଦୋଷଙ୍କୁ ହିଁ ବାହାହେବି” ପ୍ରେମିକ ଘର ଆଗରେ ବସି ଯାହା କହୁଛନ୍ତି ଝିଅ ଜଣଙ୍କ ଦେଖନ୍ତୁ Video

4 ବର୍ଷ ହେଲା ମୋତେ ଭଲ ପାଇଲା । ମୋ ଠାରୁ ସବୁ ନେଲା । ଏବେ କହୁଛି ମୋତେ ବାହା ହେବନି । ମୋ ଘରେ ରାହି ହେଉ ନାହାନ୍ତି । ମୋ କଥା ସମସ୍ତେ ଶୁଣି ରଖ ମୋତେ ଯଦି ପ୍ରଦେଶ ନ ବାହା ହୁଏ ତେବେ ମୁଁ ଏଠି ଜୀବନ ହାରି ଦେବି । ଯେ ପର୍ଯ୍ୟନ୍ତ ମୁଁ ପ୍ରଦେଶ କୁ ବାହା ନ ହୋଇକି ସେତେ ଯାଏଁ ମୁ ନ ଏଠି ରହି ଧାରଣା ଦେବି ।

ହଁ ଦର୍ଶକ ବନ୍ଧୁ ଆଜିର ସମୟରେ ପ୍ରେମିକ ପ୍ରେମିକା ମାନେ ପ୍ରେମ କରୁଛନ୍ତି ସମ୍ପର୍କ ବନାଉଛନ୍ତି । ଆଉ ଶେଷରେ ପ୍ରେମିକା କୁ ଧୋକା ଦେଇ ଚାଲି ଯାଉଛି ପ୍ରେମିକ । ଆଉ ତା ପରେ ପ୍ରେମିକା ପ୍ରେମିକ ଘର ଆଗରେ ଧାରଣା ଦେଉଛି ଯାହାର ଆଜିର ଟ୍ରେଣ୍ଡ ପାଲଟିଲାଣି । ତେବେ ଏମିତି ନିଜ ପ୍ରେମିକ ଘର ଆଗରେ ଧାରଣା ଦେଇଛନ୍ତି ଜଣେ ପ୍ରେମିକା ।

ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅଷ୍ଟର୍ଙ୍ଗ ଥାନା ଅନ୍ତର୍ଗତ କାଳିଆଗାସ ଗାଁ ରେ । ପ୍ରତିସ୍ରୁତି ଦେଇଥିଲା ବାହା ହେବ ବୋଲି । ସେଥିପାଇଁ ମୋ ସହ 4 ବର୍ଷ କାଳ ପ୍ରେମ କରିଲା ଆଉ ମୋତେ ସବୁ ବୁଲେଇବାକୁ ନେଲା । ଏବେ କିନ୍ତୁ ସବୁ ପ୍ରତିଶ୍ରୁତି କୁ ଭୁଲି ଘରେ ଯାହାକୁ ଠିକ କରିଛନ୍ତି ତାକୁ ବାହା ହେବାକୁ ଯାଉଛି ପ୍ରଦେଶ ବୋଲି କହିଛନ୍ତି ପ୍ରେମିକା ।

ଯୁବତୀ ଙ୍କ ଅଭିଯୋଗ ଅନୁଯାୟୀ କାଳିଆଗାସ ଗାଁ ର ପ୍ରଦେଶ ଦଳାଇ ଉକ୍ତ ଯୁବତୀ ଙ୍କୁ ପ୍ରେମ କରୁଥିଲେ । ଦୀର୍ଘ 4 ବର୍ଷ କାଳ ସାଙ୍ଗରେ ରହିବା ପରେ ଏବେ କହୁଛନ୍ତି ବାହା ହେବେ ନାହି । ଯାହାକୁ ପ୍ରତିବାଦ କରି ପ୍ରଦେଶ ଙ୍କ ଘର ଆଗରେ ବସି ରହିଛନ୍ତି ଏହି ଯୁବତୀ ଜଣକ । ପ୍ରଦେଶ ଙ୍କ ଭଉଣୀ ଏ କଥାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଏ ହେଉଛି ବଡ ଭାଇଙ୍କ ଶାଳି । ଯାହାଙ୍କ ସହ ତାଙ୍କ ସାନ ଭାଇ ଥଟ୍ଟା ମଜା କରୁଥିଲା ।

ଆଉ ସେହି ଥଟ୍ଟା ମଜା ରୁ ଦେହକୁ ନେଇ ଯାଇଛି ଏହି ଯୁବତୀ ଜଣକ । ମୋ ଭାଇ କେବେ ବି ତାକୁ ପ୍ରତିଶ୍ରୁତି ଦେଇ ନାହି । ଆଉ ଜବରଦସ୍ତି କହୁଛି ମୋ ଭାଇ କୁ ବାହା ହେବି ବୋଲି । ଯଦି ଦେଖିବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଯୁବତୀ ଙ୍କୁ ବୁଝାସୁଝା କରି ସାଙ୍ଗରେ ନେଇଥିଲା । ହେଲେ କିଛି ବାଟ ନେବା ପରେ ପୋଲିସ ଯୁବତୀ ଙ୍କୁ ପୁଣି ଥରେ ଛାଡି ଦେଇଛି ।

ଯାହା ପରେ ଏବେ ପ୍ରଦେଶ ଙ୍କ ଘର ଆଗରେ ବସି ରହିଛନ୍ତି ପ୍ରେମିକା ଜଣକ । ନ୍ୟାୟ ନ ମିଳିବା ଯାଏଁ ସେଠାରୁ ହଟିବେ ନାହି ବୋଲି କହିଛନ୍ତି ପ୍ରେମିକା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *