Prakruti Mishraଙ୍କ ଭୁବନେଶ୍ଵର ଘରେ ପସିଲା Police, 1 ଘଣ୍ଟା ଧରି କଲେ ଜେରା… ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ସମୟର ବଡ ଖବର ହେଉଛି ଷ୍ଟାର କଳି ର ଭିଡିଓ ଭାଇରାଲ ହେବା ପରେ ଓଲିଉଡ ହିରୋଇନ ପ୍ରକୃତି ମିଶ୍ର ଏବେ ନିଜ ଘକୁ ଫେରିଛନ୍ତି । ଯାହାର ଖବର ପାଇବା ପରେ ପୋଲିସ ପ୍ରକୃତି ଙ୍କ ଘରେ ପହଞ୍ଚିଛି । ପ୍ରକୃତିଙ୍କୁ ପୋଲିସ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚରାଉଚରା ଆରମ୍ଭ କରିଛି । ବର୍ତ୍ତମାନ ମଧ୍ୟ ପଚରାଉଚରା ଜାରି ରହିଛି ପ୍ରକୃତିଙ୍କୁ । ଉଭୟ ବାବୁସାନ ଓ ପ୍ରକୃତିଙ୍କୁ ନୋଟିସ ଜାରି ହୋଇଥିଲା । କିନ୍ତୁ ଏ ଯାଏଁ ବାବୁସାନ ଘରକୁ ଫେରି ନାହାନ୍ତି । ତେବେ ବାପା ମନ୍ମଥ ମିଶ୍ର କହିଛନ୍ତି ପୋଲିସ ନିୟମ ଅନୁଯାୟୀ ତଦନ୍ତ ଜାରି ରଖିଛି ।

ପ୍ରକୃତି ମାନସିକ ଶାନ୍ତିରେ ଅଛି ବୋଲି ବାପା କହିଛନ୍ତି । ଆଗକୁ ମନ୍ମଥ ମିଶ୍ର କହିଛନ୍ତି କି ବାବୁସାନ ତାଙ୍କ ପରିବାର ପାଖକୁ ଫେରି ଆସନ୍ତୁ ଆଉ ସୁଖରେ ସଂସାର କରନ୍ତୁ । ପୋଲିସ ଦୁଇ ପରିବାରର ମାମଲାକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି । କିନ୍ତୁ ନିଶା ସେବନ କରୁଥିବା ମାମଲାରେ କୌଣସି ସଫେଇ ମିଳି ନାହି ପ୍ରକୃତିଙ୍କ ଠାରୁ । ଦୀର୍ଘ ୧ ଘଣ୍ଟା ହେବ ପ୍ରକୃତିଙ୍କୁ ପଚରାଉଚାରା କରିଛି ।

ଗୋଟେ କଥା ହେଉଛି ତାଙ୍କ ବିରୁଦ୍ଧରେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଯେଉଁ ଅଭିଯୋଗ ଆଣିଛନ୍ତି ତାହା କେତେ ଦୂର ସତ୍ୟ । ବାବୁସାନ ତାଙ୍କ ଉପରେ ପଡିଛନ୍ତି ନା ସେ ନିଜେ ବାବୁସାନଙ୍କ ଜୀବନକୁ ଆସିଛନ୍ତି ସେ ବିଷୟରେ ପଚରା ଯାଇଛି । ସେଦିନ ଦୁର୍ବ୍ୟବହାର ଘଟଣା ବିଷୟରେ ମଧ୍ୟ ପ୍ରକୃତିଙ୍କୁ ପଚରା ଯାଇଛି । ପ୍ରକୃତିଙ୍କ କଲ ରେକର୍ଡ ମଧ୍ୟ ଯାଞ୍ଚ କାରାଯାଇଛି ।

ବାବୁସାନଙ୍କୁ ନିଶା ଦେଉଛନ୍ତି କି ନାହି ଆଉ ତାଙ୍କର ଦାଂପତ୍ଯ ଜୀବନକୁ କଣ ପାଇଁ ବରବାତ କରିଛନ୍ତି ଏହି ସବୁ ପ୍ରଶ୍ନ ପଚାରିଛି ପୋଲିସ ପ୍ରକୃତିଙ୍କୁ । ତେବେ ଏବେ ବାକି ରହିଲା ବାବୁସାନ କେବେ ଫେରିବେ । ତା ପରେ ଯାଇ ଏହି ଘଟଣା ର ପୁରା ପର୍ଦ୍ଦାଫାସ ହେବ । ବାବୁସାନଙ୍କ ମା ଓ ସ୍ତ୍ରୀ ଅଭିଯୋଗ କରିଛନ୍ତି ନିଶା ଦେବା ସହ ତାଙ୍କୁ କୁ-ବାଟକୁ ନିଆ ଯାଉଛି ଯାହା ପ୍ରକୃତି କରାଇଛନ୍ତି ଯାହା ପୋଲିସ ପାଖରେ ଅଭିଯୋଗ ହୋଇଛି ବୋଲି ସ୍ପଷ୍ଟ ହୋଇ ନାହି ।

ଏହି କଥାକୁ ବାବୁସାନ ଭିଡିଓ ପୋଷ୍ଟ କରି ଖଣ୍ଡନ କରିବା ସହ ପ୍ରକୃତିଙ୍କ ସମର୍ଥନ କରିଥିଲେ ତାହା ସବୁଠାରୁ ବଡ ଅଜବ କଥା । ବାବୁସାନ ଆଗକୁ କେବେ ଆସିବେ ଆଉ ବୟାନ ଦେବେ ତାହା ଦେଖିବା ବାକି ରହିଲା । ବାବୁସାନଙ୍କୁ ବ୍ଳାକମେଲ କରାଯାଉଛି କି ନାହି ତାଙ୍କ ସହ କଣ ଘଟିଛି ସେ ସାମନାକୁ ଆସିବା ପରେ ଜଣା ପଡିବ ।

ଏମିତି ବି ହୋଇପାରେ ବାବୁସାନ କୌଣସି ଅଜ୍ଞାତ ଜାଗାକୁ ଚାଲିଯାଇଛନ୍ତି ଯାହା ପାଇଁ ସେ ଫେରି ପାରୁ ନାହାନ୍ତି । ବାବୁସାନ କେବେ ପୋଲିସ ନୋଟିସର ସାମନା କରିବେ ତାହା ସମୟ କହିବ । ପୋଲିସ କହିଛି କେବଳ ପ୍ରକୃତିଙ୍କୁ ତାଙ୍କ ପରିବାରର ଉପସ୍ଥିତିରେ ପ୍ରଶ୍ନ ପଚରା ଯାଇଛି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *