ଓଡିଆ ହିରୋଇନ Prakruti Mishra ଙ୍କ ମା ଦେଖିବାକୁ ତାଙ୍କ ଠାରୁ ବି ଆହୁରି ସୁନ୍ଦର, ନ ଦେଖିଲେ ବିଶ୍ଵାସ ହେବନି, ଦେଖନ୍ତୁ ଫଟୋ

ଓଲିଉଡରେ ଶିଶୁ କଳାକାର ଭାବେ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ କିଏ ନ ଜାଣିଛନ୍ତି । ସେ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରିବା ସହ ହିନ୍ଦୀ ଜଗତରେ ମଧ୍ୟ ଅଭିନୟ କରି ସାରିଛନ୍ତି । ସେ ନିଜର ଜବରଦସ୍ତ ଅଭିନୟ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଛନ୍ତି ।

ସେ “ଜୟ କହ୍ନେୟା ଲାଲ କି” ଓ ହିନ୍ଦୀ ସିରିଏଲ “ବିଟି ବିଜେନ୍ସ ୱାଲି”ରେ ବିଟ୍ଟାନୀ ଭୂମିକାରେ ଅଭିନୟ କରିଥିଲେ । ସେ ହିନ୍ଦୀ ସିରିଏଲ “ବିଟି ବିଜନେସ ୱାଲି”ରେ ନିଜର ଚମତ୍କାର ଅଭିନୟ ପାଇଁ ଦେଶବ୍ୟାପୀ ସ୍ବୀକୃତି ଲାଭ କରିଥିଲେ । ଏହା ସହ ସେ ୨୦୧୪ ରେ ଟିଭିର ଭାରତର ଶ୍ରେଷ୍ଠ ସିନେଷ୍ଟାର କି ଖୋଜରେ ଭାଗ ନେଇଥିଲେ ।

ସେ ଅନେକ ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିବାର ନଜର ଆସିଛନ୍ତି ଯାହା ପାଇଁ ସେ ଲୋକପ୍ରିୟତା ହାସଲ କରିଛନ୍ତି । ୨୦୧୮ରେ ସେ “ମଦୁରା ଇନ ଲାଲ ଇସକ” ସିରିଏଲରେ ଏପିସୋଡିକ ଭୂମିକାରେ ଅଭିନୟ କରିବାର ନଜର ଆସିଥିଲେ । ଏହା ବ୍ଯତୀତ ୨୦୧୯ରେ ଫାନାଲିଷ୍ଟ ଭାବରେ MTV ଇଣ୍ଡିଆର “ଏସ ଅଫ ସ୍ପେସ-୨”ରେ ଅଂଶଗ୍ରହଣ କରିଥିଲେ ।

ତାଙ୍କ ପିତାଙ୍କ ନାଁ ହେଉଛି ଓଡିଆ ସଂଗୀତା ନିର୍ଦେଶକ ମନ୍ମଥ ମିଶ୍ର ଓ ମାଙ୍କ ନାଁ ହେଉଛି କୃଷ୍ଣପ୍ରିୟା ମିଶ୍ର ଯିଏ ଜଣେ ସମ୍ବାଦ ପାଠିକା ଅଟନ୍ତି । ପ୍ରକୃତି ଏହି ଦୁଇ ଦମ୍ପତିଙ୍କର ଦିତୀୟ ସନ୍ତାନ । ସେ ଭୁବନେଶ୍ଵର ଭେଙ୍କେଟସ୍ଵର ଇଂରାଜୀ ମଧ୍ୟମ ସ୍କୁଲରେ ପାଠପଢା ଶେଷ କରିଥିଲେ । ଏହା ପରେ ସେ ଭୁବନେଶ୍ଵର ରମା ଦେବୀ କଲେଜରେ ବାଣିଜ୍ୟ ଅଧ୍ୟୟନ କରିଥିଲେ । ସେ ଇଟିଭି ଚ୍ୟାନେଲରେ ପ୍ରସାରିତ ହୋଇଥିବା ସିରିଏଲ “ତୁଳସୀ”ରେ ଅଭିନୟ କରିବା ଦ୍ଵାରା ଲୋକପ୍ରିୟ ହୋଇଥିଲେ ।

ସେ ଓଡିଆ ଫିଲ୍ମ “ଶାଶୁଘର ଚାଲିଯିବି” ରେ ଶିଶୁ କଳାକାର ଭାବେ ଅଭିନୟ କରି ଓଡିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ଏହା ପରେ ସେ ପଶ୍ଚିମ ମୁମ୍ବାଇର ଭବନ କଲଜେରୁ ଗ୍ରାଜ୍ୟୁସନ ଶେଷ କରିଥିଲେ । ସେ ଓଡିଆ ଫିଲ୍ମ “ସାବତ ମା” ରୁ ନିଜର ଅଭିନୟ କ୍ଯାରିୟରରେ ଓଲିଉଡରେ ପାଦ ଦେଇଥିଲେ । ସେ ଗୁରୁ ଗଙ୍ଗାଧରଙ୍କ ଠାରୁ ଓଡିଶୀ ନୃତ୍ଯୁ ଶିକ୍ଷା ଲାଭ କରିଛନ୍ତି । ଆଲବମ ଗୀତ “ଡେଉଁଛି ମୋ ବାଁ ଆଖି” ଗୀତରେ ନେନା ଦାସଙ୍କ ସହ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ।

ସେ ଓଡିଆ ଫିଲ୍ମ “ଥୁକୁଲ”ରେ ବାବୁସାନଙ୍କ ସହ ମୁଖ୍ୟ ଚରିତ୍ରରେ ଅଭିନୟ କରି ଡେବ୍ୟୁ କରିଥିଲେ । ସେ ୧୦୦ର ଅଧିକ ଓଡିଆ ଫିଲ୍ମରେ କାମ କରିଛନ୍ତି । ତାଙ୍କ ପିତା ମନ୍ମଥ ମିଶ୍ର ଜଣେ ଉଚ୍ଚ କୋଠିର ଓଡିଆ ଭଜନ ଗାୟକ ଅଟନ୍ତି । ମନ୍ମଥ ମିଶ୍ରଙ୍କର “ସାତ ସୁରେ ବନ୍ଧା ଏ ଜୀବନ” ଗୀତଟି ଖୁବ ଲୋକପ୍ରିୟ ହୋଇ ପାରିଥିଲା । ସେ ଜଣେ ସଂଗୀତ ଗୁରୁ ହେବା ସହ ଅନେକ ଓଡିଆ ଭଜନରେ କଣ୍ଠଦାନ କରିଛନ୍ତି । ପ୍ରକୃତିଙ୍କ ମା ଦେଖିବାକୁ ସୁନ୍ଦର ହେବା ସହ ଜଣେ ଗାୟିକା ମଧ୍ୟ ଅଟନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ପ୍ରକୃତି ମିଶ୍ରଙ୍କର ମା କିପରି ଲାଗିଲେ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *