ପ୍ରେମ ଆଗରେ ଦୁନିଆର ସବୁ ପ୍ରତିବନ୍ଧକ ହାର ମାହିଛି । ପରିସ୍ଥିତି ଯେତେ କଠିନ ହେଲେ ବି ପ୍ରେମୀ ଯୁଗଳଙ୍କର ଜିତ ହୋଇଛି । ଏମିତି ଏକ ପ୍ରେମ କାହାନୀକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆମ ସମାଜ ଏହି ପ୍ରେମକୁ ଗ୍ରହଣ କରିଲେ ମଧ୍ୟ ଏହା ଖାତିର ନ କରି ସାତ ଜନ୍ମ ପାଇଁ ଏକାଠି ହେବାକୁ ନିସ୍ପତି ନେଇଛନ୍ତି ଦୁଇ ପ୍ରେମୀ । ସେହି ପ୍ରେମୀ ଯୁଗଳ ହେଉଛନ୍ତି ଦୁଇ ଝିଅ ଯିଏ କି ପେଷାରେ ଡାକ୍ତର ।

ମହାରାଷ୍ଟ୍ରର ନାଗପୁରର ଏହି ଦୁଇ ମହିଳା ଡାକ୍ତରଙ୍କୁ ନେଇ ଏବେ ଚର୍ଚ୍ଚା ଜୋରସୋର ଚାଲିଛି । ନିକଟରେ ଦୁଇ ମହିଳା ଡାକ୍ତର ନିର୍ବନ୍ଧ କରି ପରସ୍ପରକୁ ଜୀବନ ସାଥି ରୂପେ ଚୟନ କରିଛନ୍ତି । ପ୍ରଥମ ଦେଖାରେ ପ୍ରେମ ତା ପରେ ନିର୍ବନ୍ଧ ଏବେ ହେବ ବିବାହ । ଏମାନେ କୌଣସି ପୁଅ ଝି ନୁହେଁ ବରଂ ଦୁଇ ମହିଳା ଡାକ୍ତର ଯାହାଙ୍କର ଗତ ସପ୍ତାହରେ ନିର୍ବନ୍ଧ ସାରିଛି । ଦୁହେଁ ନିର୍ବନ୍ଧ ପରେ ବିବାହ ପାଇଁ ପ୍ରସ୍ତୁତ ଆରମ୍ଭ କରିଛନ୍ତି ।
ଏମାନେ ହେଉଛନ୍ତି ଡାକ୍ତର ପାରମିତା ମୁଖାର୍ଜୀ ଓ ସୁରଭି ମିତ୍ରା । ପୁଅଙ୍କ ପରି ଦେଖା ଯାଉଥିବା ପରିମିତା କୁହନ୍ତି ୨୦୧୩ରେ ତାଙ୍କ ବାପା ମା ତାଙ୍କର ଜେନଦାର ବିଷୟରେ ଜାଣିଥିଲେ । ଯେତେବେଳେ ସେ ଝିଅ ବନ୍ଧୁଙ୍କ ସହ ବିବାହ କରୁଛନ୍ତି ବାପା ମା ଜାଣିଲେ ଅନେକ ମାନସିକ ଆଘାତ ପାଇଥିଲେ ମଧ୍ୟ ପରେ ରାଜି ହୋଇଥିଲେ ।

ପରିମିତା କହିଛନ୍ତି ଯେ ଦୁହିଙ୍କୁ ବିଚ ସାଇଟ ବହୁତ ପସନ୍ଦ ଥିବାରୁ ବିବାହ ମଧ୍ୟ ସେହିଭଳି କୌଣସି ଜାଗାରେ ହେବ । ଅନ୍ୟ କ୍ଷେତ୍ରରେ ସୁରଭିଙ୍କ ପରିବାର ତାଙ୍କୁ ବିବାହ ପାଇଁ ସମର୍ଥନ ଜଣାଇଛନ୍ତି । ବରଂ ପାରମିତାଙ୍କ ସହ ବିବାହ କଥା ଶୁଣିବା ପରେ ସୁରଭିଙ୍କ ପରିବାର ବେଶ ଖୁସି ହୋଇଥିଲେ ।
ଡାକ୍ତର ସୁରଭି ଜଣେ ମନସ୍ତତ୍ଵବିତ । ତେଣୁ ଜୀବନକୁ ଦ୍ଵନ୍ଦରେ ନ ପକାଇ ଏଭକି ନିସ୍ପତି ଗ୍ରହଣ କରିବାକୁ କହିଛନ୍ତି ସୁରଭି । ଡାକ୍ତର ସୁରଭି ମତ ଦେଇଛନ୍ତି ସେ ତାଙ୍କର ଓ ପରିମିତାଙ୍କ ବିବାହକୁ ନେଇ କୌଣସି ଭୟ କରୁ ନାହାନ୍ତି । ପୂର୍ବରୁ ଭୟ ଲାଗୁଥିଲା କାରଣ ପରିବାର ଲୋକେ ଏହା ବିରୁଦ୍ଧରେ ଥିଲେ ।
କିନ୍ତୁ ଏବେ ପରିବାର ଲୋକଙ୍କ ଠାରୁ ଆରମ୍ଭ ବନ୍ଧୁ ବର୍ଗ ଓ ମିଡିଆ ତରଫରୁ ଦୁହିଙ୍କ ମ୍ୟାରେଜକୁ ନେଇ ବହୁତ ସମର୍ଥନ ମିଳିବାରେ ଲାଗିଛି । ତେଣୁ ଦୁହେଁ ନିଜର ବିବାହକୁ ନେଇ ବେଶ ଖୁସି ଅଛନ୍ତି ବୋଲି ମତ ଦେଇଛନ୍ତି ସୁରଭି । ଗତ ମାସରେ ତେଲେଙ୍ଗାନାର ଦୁଇ ପୁରୁଷ ବନ୍ଧୁ ଖୁବ ଧୁମଧାମ ରେ ବିବାହ କରିଛନ୍ତି ଯାହା ବହୁତ ଚର୍ଚ୍ଚା ର ବିଷୟ ହୋଇଥିଲା ।

ଏହା ଥିଲା ତେଲେଙ୍ଗାନାର ପ୍ରଥମ ସମଲିଙ୍ଗୀ ବିବାହ । ଏହି ବିବାହରେ ପରିବାର ଲୋକେ ସାମିଲ ଥିଲେ । ଏହି ଦୁଇ ବନ୍ଧୁ ଥିଲେ ସୁପ୍ରିମ ଚକ୍ରବର୍ତ୍ତୀ ଓ ଅଭୟ ଡ୍ୟାମ । ଦୁହେଁ ଉଚ୍ଚ ପଦବୀରେ କାର୍ଯ୍ୟରତ । ଏବେ ଦୁଇ ମହିଳା ଡାକ୍ତର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
