ବିବାହ ପରେ ପ୍ରଥମ ଥର ପାଇଁ Arichita ଙ୍କୁ ଛାଡି ବିଦେଶକୁ ବୁଲିବାକୁ ଯାଇଛନ୍ତି Sabyasachi….

ଓଡିଆ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । କିଛି କଳାକାର ମାନେ ନିଜର ଅଭିନୟ ବ୍ଯତୀତ ଷ୍ଟାଇଲ, ପର୍ଶନାଲିଟି ପାଇଁ ମଧ୍ୟ ଖୁବ ଚର୍ଚ୍ଚା ରେ ରହିଛନ୍ତି । ଆପଣ ମାନେ ଜାଣିଥିବେ କୋରୋନା ମହାମାରୀ ପାଇଁ ଶୁଟିଙ୍ଗ ବନ୍ଦ ଥିଲା । କିନ୍ତୁ ବର୍ତ୍ତମାନ କୋରୋନା କଟକଣା କୋହଳ ହେବାରୁ ଶୁଟିଙ୍ଗ ପୁଣି ଥରେ ଆରମ୍ଭ ହୋଇଛି । ଏହି ସମୟ ମଧ୍ୟରେ କଳାକାର ମାନେ ପୁଣି ଥରେ ନିଜର ଅଭିନୟ ଦୁନିଆରେ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ସବ୍ୟସାଚୀ ଅର୍ଚ୍ଚିତାଙ୍କୁ ଛାଡି ବାହାରକୁ ବୁଲିବାକୁ ଯାଇଛନ୍ତି ତାହା ପଛରେ କଣ ରହିଛି କାରଣ ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଓଡିଆ ଜଗତର ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦୁହେଁ ଓଡିଆ ଫିଲ୍ମରେ ଏକାଠି ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ରିୟଲ ଲାଇଫରେ ମଧ୍ୟ ଦୁହେଁ ପରସ୍ପରକୁ ପ୍ରେମ କରି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

ତେବେ ଦୁହିଙ୍କ ବିବାହ ପରେ ଦୁହେଁ ଏକା ସାଥିରେ ଅଭିନୟ ଦୁନିଆରେ ପାଦ ଦେଇଛନ୍ତି । ବର୍ତ୍ତମାନ ଅର୍ଚ୍ଚିତା ନିଜର ଫିଲ୍ମ “ଦୁର୍ଗତିନାଶିନୀ” ପାଇଁ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମଟି ଦଶହରାରେ ରିଲିଜ ହେବାକୁ ଯାଉଛି । ସୂଚନା ଅନୁସାରେ ସେ ନିଜର ଫିଲ୍ମ ଶୁଟିଙ୍ଗରେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଅନ୍ୟ କ୍ଷେତ୍ର ରେ ସବ୍ୟସାଚୀ ବାହାରକୁ ବୁଲିବାକୁ ଯାଇଛନ୍ତି ବୋଲି ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି । ସବ୍ୟସାଚୀ ଫ୍ଲାଇଟରେ ଯାଉଥିବା ସମୟରେ ଏକ ଭିଡିଓ କରି ନିଜ ଫ୍ୟାନ୍ସ ମାନଙ୍କୁ ଶେୟାର କରିଛନ୍ତି । ସେ ପଞ୍ଜାବ ଯାଇ ସେଠାରେ ଲସି ପିଇବା ସହ ସେଠିକାର ଲୋକ ମାନଙ୍କୁ ସାକ୍ଷାତ କରିଛନ୍ତି । ଏହି ଭିଡିଓ ରେ ଆପଣ ମାନେ ତାଙ୍କୁ କିଛି ଲୋକଙ୍କ ସହ ଆଲୋଚନା କରିବାର ଦୃଶ୍ୟ ଦେଖି ପାରିବେ । ବିବାହ ପରେ ସବ୍ୟସାଚୀ ପ୍ରଥମ ଥର ନିଜ କାମରେ ଅର୍ଚ୍ଚିତାଙ୍କୁ ଛାଡି ବାହାରକୁ ଯାଇଛନ୍ତି ।

ସବ୍ୟସାଚୀ ପଞ୍ଜାବ ନିଜ କୌଣସି ଜରୁରୀ କାମରେ ଯାଇଛନ୍ତି ଯାହାର ଦୃଶ୍ୟ ଆପଣ ଏମାନେ ଏହି ଭିଡିଓ ରେ ଦେଖି ପାଆରିବେ । ସେ ସେଠାରେ ବହୁତ ମଜାମସ୍ତି କରୁଛନ୍ତି ସେଠିକାର ଲୋକ ମାନଙ୍କ ସହ । ତେବେ ତାଙ୍କର ଫ୍ୟାନ୍ସ ମାନେ ଅପେକ୍ଷା କରିଛନ୍ତି କେବେ ସବ୍ୟସାଚୀ ଓ ଅର୍ଚ୍ଚିତା ଦୁହେଁ ଏକାଠି ହୋଇ ଓଡିଆ ଫିଲମରେ କାମ କରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *