ପ୍ରତ୍ୟକ ଦିନ ସକାଳୁ କରନ୍ତୁ ଏହି ଆସନ, ଫାଇଦା ଜାଣି ଉଡିଯିବ ହୋସ- Swami Ramdev

ଉଦର ଜନିତ ସମସ୍ଯା ବର୍ତମାନର ସମୟରେ ଏକ ସାଧାରଣ ସମସ୍ଯା । ଏମିତିରେ ଯକୃତ, ବାୟୁ, ଅମ୍ଳିୟ ଓ ବୃକକ ଜନିତ ସମସ୍ଯା ଲୋକଙ୍କୁ ଖୁବ ଶୀଘ୍ର ପ୍ରଭାବିତ କରିଥାଏ । ଏଥିରୁ ବର୍ତିବା ପାଇଁ ଆମେ ଅନେକ ପ୍ରକାରର ଔଷଧ ସେବନ କରିଥାଉ ।

ସେ ସାମାନ୍ଯ ବାୟୁ ଜନିତ ସମସ୍ଯା ହେଉ ବା ବୃକକ ଜନିତ ସମସ୍ଯା ହେଉ ସବୁ ପ୍ରକାରର ରୋଗ ପାଇଁ ଆମେ ଔଷଧର ବ୍ୟବହାର କରିଥାଉ ଏବଂ ପ୍ରାକୃତିକ ଉପଚାରକୁ ଆପଣାଇବା ଛାଡି ଦେଇଛୁ । କିନ୍ତୁ ଯଦି ଆପଣ ପ୍ରତିଦିନ କାଗାସନ କରୁଛନ୍ତି ତେବେ ଆପଣଙ୍କ ଯକୃତ, ବାୟୁ, ଅମ୍ଳିୟ ଜନିତ ସମସ୍ଯା ଦୂର ହୋଇଯିବ ।

Image Courtesy: Google

ଏହା ସହ ପେଟରୁ ଅତ୍ୟଧିକ ଚର୍ବିକୁ ମଧ୍ୟ କମ କରିବାରେ ସହାୟକ ହୋଇଥାଏ କାଗାସନ । ଏହି ଯୋଗ ଉପର ଲିଖିତ ସମସ୍ତ ସମସ୍ଯା ପାଇଁ ଏକ ପ୍ରାକୃତିକ ଚିକିସ୍ଛା ଅଟେ । ଯଦି ଆପଣ ଉପରଲିଖିତ କୌଣସି ସମସ୍ଯାର ସମୁଖିନ  ହେଉଛନ୍ତି ତେବେ ଆପଣଙ୍କୁ ପ୍ରତିଦିନ ପ୍ରାତଃ କାଳେ କଗାସନ କରିବାକୁ ପଡିବ । ଆଜି ଆମେ ଆପଣଙ୍କୁ କାଗାସନର ତାରିକା ଓ ଏହାର ଫାଇଦା ବିଷୟରେ ଏହି ଅନୁଛେଦ ମାଧ୍ୟମରେ ଅବଗତ କରାଇବୁ ।

Image Courtesy: Google

ଏପରି କରନ୍ତୁ କାଗାସନ :-

ପ୍ରଥମେ ସିଧା ଛିଡା ହୁଅନ୍ତୁ ଯେମିତି ଆପଣଙ୍କ ଶରୀର ସାବଧାନ ଅବସ୍ଥାରେ ରହିବ । ପାଦର ପଞ୍ଝା ସମ୍ପୂର୍ଣ ସିଧା ଓ ନିଜର ହାତର ପାପୁଲି ଅଣ୍ଟାରେ ରହିବ । କିଛି କ୍ଷଣ ନିଜର ଶ୍ଵାସକ୍ରିୟା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ଶ୍ବାସକ୍ରିୟା ଧୀରେ, ଲାମ୍ବା ଓ ଗମ୍ଭୀର ହେବା ଆବଶ୍ୟକ । ନିଶ୍ଵାସ ଛାଡିବା ସହ ଧୀରେ ଧୀରେ ଦୁଇ ପାଦକୁ ଯୋଡି ଏମିତି ବସନ୍ତୁ ଯେମିତି ଦୁଇ ପାଦ ମଧ୍ୟରେ କୌଣସି ଅନ୍ତର ନ ରହିବ । ଏବ ବାମ ହାତରେ ବାମ ଆଁଠୁ ଓ ଡାହାଣ ହାତରେ ଡାହାଣ ଆଁଠୁ କୁ ଧରନ୍ତୁ ଯେମିତି ଦୁଇ କହୁଣି ଜଙ୍ଘ, ଛାତି ଓ ପେଟର ମଧ୍ୟ ଭାଗକୁ ଆସିଯିବ ।

Image Courtesy: Google

ପାଦର ପଞ୍ଝା ନ ମୋଡି ସମୁଖକୁ ରଖନ୍ତୁ । ବେକ ଓ ଅଣ୍ଟାକୁ ସିଧା ରଖନ୍ତୁ । ଡାହାଣ ଗୋଇଠି ଉପରେ ସାମାନ୍ଯ ଓଜନ ଦେଇ ଲାମ୍ବା ନିଶ୍ଵାସ ନେଇ ବେକକୁ ବାମ ଆଡକୁ ବୁଲାନ୍ତୁ । କିଛି ସମୟ ନିଶ୍ଵାସ ଛାଡି  ପୁଣିଥରେ ବେକକୁ ସିଧା କରନ୍ତୁ । ପୁଣିଥରେ ବାମ ଗୋଇଠିକୁ ଭୂମି ଉପରେ ଦବାଇ ନିଶ୍ଵାସ ନେଇ ବେକକୁ ଡାହାନ ଦିଗକୁ ବୁଲାନ୍ତୁ ଓ କିଛି କ୍ଷଣ ପରେ ନିଶ୍ଵାସ ଛାଡି ପୁଣି ବେକ ସିଧା କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *