“ପ୍ରଧାନ ମନ୍ତ୍ରୀ ମୋଦୀ” ଙ୍କୁ ଏହି କୁନି ଝିଅର ଅଭିଯୋଗ! ଦେଖନ୍ତୁ ଝିଅଟି କଣ କହୁଛି ଭିଡିଓରେ

ବନ୍ଧୁଗଣ, ଛୋଟ ପିଲାମାନେ ନିଜର ମନର କଥା ଯଦି ଅନ୍ୟ ଆଗରେ ପ୍ରକାଶ କରନ୍ତି ତେବେ, ତାଙ୍କ କଥା ଶୁଣିବାକୁ ଭଲା ଲାଗିଥାଏ । କାରଣ ତାଙ୍କର କହିବାର ଭାବଶୈଳୀ ସାଧାରଣତ ବଡ ମଣିଷ ଠାରୁ ଅଲଗା ହୋଇଥାଏ । ଛୋଟ ପିଲା ମାନେ ବହୁତ ନିରୀହ ହୋଇଥାନ୍ତି ।

ତାଙ୍କୁ ଦେଶ ଦୁନିଆରା କୌଣସି ପରିସ୍ଥିତି ସମ୍ବନ୍ଧରେ ବିଶେଷ କିଛି ଜଣା ନଥାଏ । ମାତ୍ର କିଛି ପିଲା ଅଛନ୍ତି ଯେଉଁମାନେ ବହୁତ ସ୍ମାର୍ଟ ହୋଇଥାନ୍ତି । ସେମାନଙ୍କୁ ସାରା ଦେଶ ସମ୍ବନ୍ଧରେ ଉଚିତ ଖବର ରହିଥାଏ । କାରଣ ସେହି କୁନି ପିଲା ମାନଙ୍କ ମନରେ ଦେଶ ଦୁନିଆର ଖବରକୁ ନେଇ ବହୁତ ଆଗ୍ରହ ରହିଥାଏ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଏକ କୁନି ପିଲା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯିଏ କି ପ୍ରଧାନ ମନ୍ତ୍ରୀ ମୋଦୀ ଙ୍କ ଆଗରେ ନିଜର କିଛି ସମସ୍ୟା କୁ ଅଭିଯୋଗ ଭାବେ ଜଣାଇଛନ୍ତି ।

ବନ୍ଧୁଗଣ କୁନି ଝିଅଟି ଏକ ଭିଡିଓ କରି ସୋସିଆଲ ମିଡିଆରେ ଛାଡିଛନ୍ତି । ସେ ପ୍ରଧାନ ମନ୍ତ୍ରୀ ମୋଦୀ ଙ୍କୁ ଅତ୍ୟନ୍ତ ଭାବଶୈଳୀ ଭାବରେ ଭିଡିଓ ମାଧ୍ୟମରେ କହିଛନ୍ତି ଯେ,- ନମସ୍କାର “ମୋଦୀ ଜି ମୁଁ ଗୋଟିଏ ଝିଅ ଅଟେ । ମୋଦୀ ଜି ଆପଣ ଗୋଟେ କଥା କୁହନ୍ତୁ ? ଛୋଟ ପିଲା ମାନଙ୍କୁ ଏତେ କାମ କାହିଁକି ଦଉଛନ୍ତି ? କିଏ ଏତେ କାମ କରେ କୁହନ୍ତୁ ? ମୁଁ ଗୋଟିଏ ଛୋଟ ପିଲା ମତେ ୬ ବର୍ଷ ଅଟେ । ମୁଁ କେତେ କାମ କରିବି ? ମୋର ଶକ୍ତି ରାହୁନାହିଁ ।

ପ୍ରଥମେ ଗଣିତ ଏହାପରେ ଇଂରାଜୀ, ଇତିହାସ, ସାହିତ୍ୟ, ଏହାପରେ କମ୍ପ୍ୟୁଟର ଏତେ ସବୁ ପାଠ କାମ କଣ ଛୋଟ ପିଲା ମାନେ କରନ୍ତି ? ଆପଣ କାହିଁକି ଦେଇଛନ୍ତି ? ପୁଣି କୁନି ଝିଅଟି କହୁଛି ଯେ, ଏହି କାମ ଗୁଡିକ ସବୁ ବଡ ପିଲା ମାନେ କରନ୍ତି । ଅର୍ଥାତ ଯେଉଁମାନେ ୬ ଷ୍ଟ ୭ ମ ତଥା ଏହାଠାରୁ ବଡ କ୍ଳାସ ରେ ପଢୁଛନ୍ତି ସେମାନଙ୍କ ପାଇଁ ଏ ସବୁ କାମ ରହିଥାଏ ।

ମାତ୍ର ମୁଁ ଜଣେ ଛୋଟ ପିଲା ମତେ ଏତେ ସବୁ କଣ ପାଇଁ ଆପଣ ଦେଉଛନ୍ତି । ପୁଣି କୁନି ଝିଅଟି କହୁଛି ହଉ ଆଉ କଣ କରିପାରିବା ମୋଦୀ ଜି ମାତ୍ର ମୋର ମୁଣ୍ଡବ୍ୟଥା ହେଉଛି ନମସ୍କାର । ବନ୍ଧୁଗଣ ଏହାଥିଲା କୁନି ଝିଅଟିର ଅଭିଯୋଗ ପ୍ରଧାନ ମନ୍ତ୍ରୀ ମୋଦୀ କୁ ବନ୍ଧୁଗଣ କୁନି ଝିଅଟି ଯେଉଁ ଭିଡିଓ ଟି ଛାଡିଛନ୍ତି ତାହାକୁ ଦେଖି ଲାଗୁଛି ସେ ନିଜ ସ୍ଵ ଇଚ୍ଛା ରେ ମୋଦୀ ଙ୍କ ପାଖକୁ ବାରତା ପଠାଇଛନ୍ତି । ଝିଅଟିକୁ ଦେଖି ଲାଗୁଛି ଯେ, ତାଙ୍କୁ ପାଠ ପଢିବାକୁ ଇଚ୍ଛା ନାହିଁ ।

ମାତ୍ର ଯଦିଓ ଇଚ୍ଛା ରହିଛି କେବଳ ଗୋଟିଏ ଅଥବା ୨ ଟି ବିଷୟ ପ୍ରତି । କାରଣ କୁନି ଝିଅଟିର ଚିନ୍ତା ଧାରା ରେ ପାଠ ହେଉଛି ଏକ କାମ ଯାହାକୁ ପ୍ରଧାନ ମନ୍ତ୍ରୀ ମୋଦୀ ସବୁ ପିଲାମାନଙ୍କ ଉପରେ ଲାଗୁ କରିଦେଇଛନ୍ତି । ଏଣୁ ଝିଅଟି ସିଧାସଳଖ ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ହି ମନୋମୋହିତ କରିଲା ଭଳି ବିବରଣୀ ଟି ଭଲ ଲାଗିଥିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

https://www.facebook.com/watch/?v=216627796754111

Leave a Reply

Your email address will not be published. Required fields are marked *