ଏଇ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଥାଏ କିନ୍ତୁ ଏହାର ଉତ୍ତର ଏବେବି ରହସ୍ୟ ଘେରରେ

ମରିବା ପୂର୍ବରୁ ମଣିଷ କଣ ଚିନ୍ତା କରେ ଏହା ଜାଣିବା ପାଇଁ ସମସ୍ତଙ୍କର ଇଚ୍ଛା ହୁଏ । କାରଣ ଆମେ ଭାବୁଛେ ମଣିଷ ଶେଷ ସମୟରେ ତାହାହିଁ କହିଥାଏ ଯାହା ସତ । ଏହି ଲେଖାରୁ ଜାଣିବା ମୃତ୍ୟୁର କିଛି ସମୟ ପୂର୍ବରୁ ମସ୍ତିସ୍କରେ କଣ ଚାଲିଥାଏ । କାହାକୁ ଏହି କଥାର ସଠିକ ତଥ୍ୟ ଓ ପ୍ରମାଣ ଆଜିଯାଏ ମିଳିନି । ହଁ ବୈଜ୍ଞାନିକଙ୍କୁ କିଛି ସୁରାକ ମିଳିଛି ତଥାପି ଏହି ପ୍ରଶ୍ନ ଆଜିବି ରହସ୍ୟ ହୋଇକି ରହିଛି । ଠିକ ବର୍ଷେ ତଳେ ବୈଜ୍ଞାନିକ ଏହି ଭଳି କିଛି ରିସର୍ଚ କରିବା ଆରମ୍ଭ କରିଛନ୍ତି ଯେଉଁଥିରୁ ମୃତ୍ୟୁ ସମୟ ବିଷୟରୁ କିଛି ପ୍ରମାଣ ମିଳିଛି । ଏହି ରିସର୍ଚ ବର୍ଲିନର ଚାରିଟି ୟୁନିଭରସିଟି ଏବଂ ଓହାୟର ସିନସିନାଟୀ ବିଶ୍ଵବିଦ୍ୟାଳୟର ବୈଜ୍ଞାନିକ ମାନେ କରିଛନ୍ତି ।

ବୈଜ୍ଞାନିକ ମାନେ କିଛି ରୋଗୀଙ୍କର କୋସିକା ଉପରେ ନଜର ରଖିଥିଲେ ଏଥିପାଇଁ ବୈଜ୍ଞାନିକ ମାନେ ତାଙ୍କ ପରିଜନଙ୍କ ଠାରୁ ଅନୁମତିବି ମାଗିଥିଲେ । ଯେଉଁ ଲୋକଙ୍କୁ ନେଇ ପରୀକ୍ଷା ଆରମ୍ଭ ହୋଇଥିଲା ସେମାନେ ସଡକ ଦୁର୍ଘଟଣାରେ ଗଭୀର ଆଘାତ ପାଇଥିଲେ ଓ ଆଉ କେତେକ ଲୋକ ହୃଦଘାତ ଜନିତ ସମସ୍ୟାର ଶିକାର ଥିଲେ ।

Image Courtesy: Google

ବୈଜ୍ଞାନିକମାନେ ଦେଖିଲେ ପଶୁ ଓ ମଣିଷଙ୍କର ବ୍ରେନ ମୃତ୍ୟୁ ସମୟରେ ଏକା ପ୍ରକାରର କାମ କରୁଛି । ତା ଛଡା ଏମିତିବି ସମୟ ଆସେ ନିଜେ ଚିନ୍ତା କରିପାରେ ମୃତ୍ୟୁ ଠାରୁ ନିଜକୁ କେମିତି ବଞ୍ଚାଇ ପାରିବ । ଆପଣ ହୁଏତ ଟିକେ ଆଶ୍ଚର୍ଯ୍ୟ ହୋଇଯିବେଣୀ ହେଲେ ଏହା ସତ ମଣିଷ ଶେଷ ମୂହୁର୍ତ୍ତରୁ କେମିତି ବାହାର କରିବ ନିଜକୁ ସେ ଚିନ୍ତାରେ ବ୍ୟସ୍ତ ଥାଏ ଏବଂ ତା ମସ୍ତିସ୍କ ସେଇ ଗୋଟିଏ ଚିନ୍ତାହିଁ କରିଥାଏ । ବ୍ରେନ ଡେଡ ହେଲା ପରେବି କିଛି ପଶୁଙ୍କୁ ନେଇ ପରୀକ୍ଷା କରାଯାଇଥିଲା । ଆମେ ସମସ୍ତେ ଜାଣିଛେ ମୃତ୍ୟୁ ପରେ ଶରୀରରେ ରକ୍ତ ପ୍ରବାହ ବନ୍ଦ ହୋଇଯାଇଥାଏ ।

ସେଥିପାଇଁ ମସ୍ତିଷ୍କକୁ ଅକ୍ସିଜେନ ଯିବା ବନ୍ଦ ହୋଇଯାଏ । ସେରିବେଲ ଏକ୍ସେରିଆ ନାମକ ସ୍ଥିତିରେ ଶରୀରରେ ବହୁଥିବା ରାସାୟନିକ କମିଯାଏ ସେଥିପାଇଁ ମସ୍ତିସ୍କରେ ହେଉଥିବା ଇଲେକ୍ଟ୍ରିକାଲ କାର୍ଯ୍ୟ ବନ୍ଦ ହୋଇଯାଏ । ଏହାବି କୁହାଯାଏକି ମସ୍ତିସ୍କ ଶାନ୍ତ ରହିବାର ଏହି ପ୍ରକ୍ରିୟାରେ ଶରୀରରେ ଥିବା କୋସିକ ସବୁ ରସାୟନ ବ ଇଲେକ୍ଟ୍ରିକ ଏନର୍ଜିକୁ ନିଜ ଆଡକୁ ଟାଣି ନିଅନ୍ତି ନିଜେ ବଞ୍ଚିବା ପାଇଁ, ହେଲେ ତାହା କୌଣସି କାମରେ ଆସେ ନହିଁ । ଆପଣ ଜାଣନ୍ତି ସବୁ କୋସିକା ମସ୍ତିସ୍କରୁ ଅଲଗା ହୋଇଯାଏ । ଏହା ଯୋଗୁ ଏଡିନୋସିନ ଟ୍ରାୟଫୋସଫେଟର ଆକୃତି ଧିମା ପଡିଯାଏ ।

Image Courtesy: Google

ଏହା ଆମ ଶରୀରରେ ଥିବା ଜଟିଳ ରାସାୟନିକ ଓ ଜୈବିକ ପଦାର୍ଥ ଯାହା ଆମ ଶରୀରରେ ଏକ ଉର୍ଜା ତିଆରି କରିଥାଏ ତାହା ଧିମା ହୋଇଯାଏ । ଏହା ଆମ ପୁରା ଶରୀରରେ ଏନର୍ଜି ଷ୍ଟକ କରିବାରେ ସହାୟକ ହୋଇଥାଏ । ଓ ସେହି ଏନର୍ଜିକୁ ଗୋଟିଏ ଜାଗରୁ ଅନ୍ୟ ଏକ ଜାଗାକୁ ଶରୀର ଭିତରେ ଚଳେଇଥାଏ । ଏହା ପରେ ଟିଶୁ ରିକଭରୀ ହେବ ଆରମ୍ଭ ହୋଇଥାଏ । ହେଲେ ବୈଜ୍ଞାନିକଙ୍କ ଟିମ ଏହି ପ୍ରକ୍ରିୟାକୁ ଆହିରି ଗାଢ ବୁଝିବାକୁ ଚହୁଁଛନ୍ତି ।

ସେଥିପାଇଁ ସେମାନେ କିଛି ମଣିଷଙ୍କ ମସ୍ତିସ୍କକୁ ନ୍ୟୁରୋଲୋଜିକାଲ ଗତି ବିଧିରେ ଧ୍ୟାନରେ ରଖିଛନ୍ତି ଓ ଡାକ୍ତରଙ୍କ ପାଖରୁ ଏନେଇ ଆଦେଶ ବି ନେଇଛନ୍ତି । ବୈଜ୍ଞାନିକ ଜାଣିବାକୁ ପାଇଲେ ୧୦ ଜଣରୁ ୯ ଜଣ ମଣିଷ ନିଜେ ନିଜେ ଚେଷ୍ଟା ଚଳେଇଥିଲେ ଶରୀରରେ ସବୁ କିଛି ଠିକ କରିବା ପାଇଁ । ଶରୀରର ସବୁଯାକ କୋସିକା ଏନର୍ଜିକୁ ଜାବୁଡି ଧରିଥିଲା ବଞ୍ଚି ରହିବା ପାଇଁ ସେମାନେ ଦେଖିଲେ ହୃଦସ୍ପନ୍ଦନ ବନ୍ଦ ହୋଇସାରିବା ପରେବି ମସ୍ତିସ୍କର କୋସିକା ଓ ଶିରା ପ୍ରଶିରା କାମ ଦେଉଛି ।

Image Courtesy: Google

ନ୍ୟୁରନର କାମ କରିବା ପ୍ରକ୍ରିୟାରେ କଣ ହୁଏ ଜାଣିଛନ୍ତି, ଆବଶ୍ୟକ ଆଇରନ ସେ ଟାଣି ନିଅନ୍ତି । ନିଜ ଭିତରେ ଓ ଚାରି ପଟେ ବିଦ୍ୟୁତ ଅସନ୍ତୁଳନ କରି ରଖନ୍ତି । ଏଥିରେ ମଣିଷ ଶରୀରକୁ ମଝିରେ ମଝିରେ ଛୋଟ ଛୋଟ ଝଟକା ଆସେ । ଆପଣମାନେ ଅନୁଭବ କରିଥିବେ ଯେତେବେଳେ ମଣିଷ ଶେଷ ନିଶ୍ଵାସ ତ୍ୟାଗ କରେ ବା ମୃତ୍ୟୁ ପୁରା ନିକଟତର ହୋଇଯାଏ ସେମାନେ ସେତେବେଳେ ଝଟକା ଦିଅନ୍ତି ଓ ହାକୁଡି ମାରନ୍ତି, ଏହିସବୁ ଯାହା ହୋଇଥାଏ କେମିକାଲ କାରଣରୁ ହୁଏ ।

ବୈଜ୍ଞାନିକଙ୍କ କହିବା ଅନୁଯାଇ ବିଦ୍ୟୁତ ଅସନ୍ତୁଳନ ହେବା ନିହାତି ଆବଶ୍ୟକ ମଧ୍ୟ । ଏଥିପାଇଁ ଏହି କୋସିକା ରକ୍ତ ସବୁକୁ ବ୍ୟବହାର କରିନିଅନ୍ତି ଓ ସେଥିରୁ ଅକ୍ସିଜେନ ଓ ରାସାଯନିକ ଉର୍ଜା ଟାଣି ଆଣନ୍ତି । ବୈଜ୍ଞାନିକଙ୍କ ଅନୁସାରେ ଯେବେ ଶରୀର ମରିଯାଏ ମସ୍ତିଷ୍କକୁ ରକ୍ତଯିବା କମିଯାଏ ଅକ୍ସିଜେନରୁ ବଞ୍ଚିଥିବା ନ୍ୟୁରନ ମସ୍ତିସ୍କରେ ଚାରି ଆଡେ ଖେଳିଯାଏ । ଏହାକୁ ଅନଡିଶପୋଜ ଡ୍ୟୁରେସନ କୁହାଯାଏ । ଏହା ପରର ସ୍ଥିତି ଯାହାକୁ ଆମେ ସେରିବଲ ସୁନାମୀ ବୋଲି ଜାଣିଥାଉ ।

ଇଲୋକଟ୍ରୋ କେମିକାଲ ବାଲାନ୍ସ କାରଣରୁ ମସ୍ତିସ୍କର କୋସିକା ନଷ୍ଟ ହୋଇଯାଏ । ଯେଉଁଥିରୁ ଥରମଲ ଏନର୍ଜି ପ୍ରବାହ ହୁଏ ଓ ଏହା ପରେ ମୃତ୍ୟୁ ହୁଏ । ପରୀକ୍ଷା କହୁଛି ଆଜି ମୃତ୍ୟୁ ସୁନିଶ୍ଚିତ ହୋଇପାରେ କିନ୍ତୁ ଭବିଷ୍ୟତରେ ଏହାର ରୂପ ବଦଳିବ ନିଶ୍ଚିତ । ବୈଜ୍ଞାନିକ କହୁଛନ୍ତି କୋସିକାକୁ ପରିବର୍ତନ କରିବାର ଯୋଜନା ଚାଲିଛି । ଡିପୋଲୋରାଇଜେସନ କାରଣରୁ ମୃତ୍ୟୁ ହୋଇଥାଏ କିନ୍ତୁ ଏହାକୁ ଭବିଷ୍ୟତରେ ରୋକାଯାଇପାରିବ । ଅବଶ୍ୟ ଏହା ପାଇଁ ଆଗକୁ କେତେ ବର୍ଷ ଲାଗିପରେ କିନ୍ତୁ ପ୍ରୟାସ ଆରମ୍ଭ ହୋଇସାରିଲାଣି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *