ପୁଣି ଆସିଲା ଏକ ଦୁଃଖ ଖବର, କରୋନାରେ ଦୁନିଆକୁ ଅଲବିଦା କହିଲେ ଏହି ବଡ Singer

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଜଣାଶୁଣା ପଞ୍ଜାବୀ ଗାୟକ ସାର୍ଦୁଲ ସିକନ୍ଦର ବୁଧବାର ଦିନ ସମଗ୍ର ଦୁନିଆ କୁ ଅଲବିଦା କହିଛନ୍ତି । ପଞ୍ଜାବ ର ମୋହାଲି ଠାରେ ଥିବା ଫୋର୍ଟିସ ହସ୍ପିଟାଲରେ ସେ ଆଜି ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଜୀବନ ଯିବା ସମୟ ରେ ତାଙ୍କୁ ମାତ୍ର ୬୦ ବର୍ଷ ହୋଇଥିଲା । ସେ କିଛି ଦିନ ହେବ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ରେ ଯନ୍ତ୍ରଣା ଭୋଗୁଥିଲେ । ଏକ ସପ୍ତାହ ପୂର୍ବରୁ ସେ କିଡନୀ ଜନିତ ରୋଗ ରେ ହସ୍ପିଟାଲରେ ଦାଖଲ ହୋଇଥିଲେ ।

ତାଙ୍କର ସେହି ସମୟ ରେ ସଫଳ ଭାବରେ ଅସ୍ତ୍ରୋପଚାର କରାଯାଇ ତାଙ୍କୁ ଠିକ କରାଯାଇଥିଲା କିନ୍ତୁ ଏହି ସମୟ ମଧ୍ୟରେ ସେ କରନା ରୋଗ ରେ ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କର ପରଲୋକ ହୋଇଥିଲା ଏବଂ ତାଙ୍କର ପରଲୋକ ର କାରଣ କରନା ଭାଇରସ ବୋଲି ଜଣାପଡିଥିଲା ।

ସିକନ୍ଦର ର ପରଲୋକ ର ଖବର ଶୁଣି ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ଶୋକ ର ଛାୟା ଖେଳି ଯାଇଥିଲା । ସୋସିଆଲ ମିଡ଼ିଆ ରେ ତାଙ୍କର ଅନେକ ପ୍ରଶଂସକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପଞ୍ଜାବ ର ଯେତେକ ଜଣାଶୁଣା ବ୍ୟକ୍ତି ବିଶେଷ ମଧ୍ୟ ତାଙ୍କର ଏହି ହଟାତ ବିୟୋଗ ରେ ଗଭୀର ଶୋକ ପ୍ରକାଶ କରିଥିଲେ । ଦେଶ ର ମଧ୍ୟ ଅନେକ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପଞ୍ଜାବ ର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମଧ୍ୟ ସିକନ୍ଦର ଙ୍କ ର ଏହି ଭଳି ହଟାତ ବିୟୋଗ ରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟର ଆକାଉଣ୍ଟ ରେ ଶୋକ ପ୍ରକାଶ କରି କହିଛନ୍ତି ମହାନ ପଞ୍ଜାବୀ ଗାୟକ ସିକନ୍ଦର ଙ୍କ ର ହଟାତ ବିୟୋଗ ପାଇଁ ସେ ବହୁତ ଦୁଃଖିତ ଅଛନ୍ତି । ତାଙ୍କର କରନା ପାଇଁ ଜୀବନ ଯାଇଛି । ପଞ୍ଜାବୀ ସଙ୍ଗୀତ ଦୁନିଆ ଆଜି ଏକ ପ୍ରକାର ଗରିବ ହୋଇଯାଇଛି । ଏହା ସହିତ ସେ ତାଙ୍କ ପରିବାର ଓ ପ୍ରଶଂସକ କୁ ମଧ୍ୟ ସମବେଦନା ଜ୍ଞାପନ କରିଥିଲେ । ଜଣାଯାଏ କି ସାର୍ଦୁଲ ସିକନ୍ଦର ନିଜ ପିଲା ବେଳ ରୁ ହିଁ ସଙ୍ଗୀତ ର ବହୁତ ସୌଖିନ ଥିଲେ । ସେ ନିଜ ପିଲା ବେଳେ ହିଁ ସଙ୍ଗୀତ ପ୍ରତି ବହୁତ ଆକୃଷ୍ଟ ହୋଇଥିଲେ ।

ବହୁତ କମ ବୟସ ରେ ହିଁ ସେ ଗୀତ ଗାଇବା ଆରମ୍ଭ କରିଦେଇଥିଲେ । ଜାନୁଆରୀ ମାସ ୧୫ ତାରିଖ ୧୯୬୧ ମସିହା ରେ ପଞ୍ଜାବ ର ଖେରି ନୌଧ ସିଂହ ଗ୍ରାମ ରେ ସାର୍ଦୁଲ ଙ୍କ ର ଜନ୍ମ ହୋଇଥିଲା । ସେ ଛୋଟ ଥିଲା ବେଳେ ହିଁ ଗୀତ ଶିଖିବା ଆରମ୍ଭ କରିଦେଇଥିଲେ ଯାହା ଫଳରେ ତାଙ୍କୁ ଗୀତ ଗାଇବା ପାଇଁ ଅଧିକ ସମୟ ଲାଗି ନ ଥିଲା । ୧୯୮୦ ମସିହା ରେ ସାର୍ଦୁଲ ଙ୍କ ର ପ୍ରଥମ ଆଲବମ “ରୋଜବେଡ଼ ଦି ଲାରୀ” ଆସିଥିଲା । ତାଙ୍କର ପ୍ରଶଂସକ ଓ ସଙ୍ଗୀତ ପ୍ରେମୀ ଙ୍କୁ ଏହି ଗୀତ ବହୁତ ମାତ୍ରା ରେ ପସନ୍ଦ ଆସିଥିଲା ।

ସୂଚନା ଅନୁସାରେ ରେ ସାର୍ଦୁଲ ସିକନ୍ଦର ଙ୍କୁ ଗୀତ ଗାଇବା ବ୍ୟତୀତ ଅଭିନୟ କରିବା ର ମଧ୍ୟ ବହୁତ ସଉକ ଥିଲା । ସେ ଏକ ଅଭିନେତା ରୂପ ରେ ପଞ୍ଜାବୀ ଫିଲ୍ମ “ଜଗା ଡାକୁ” ମଧ୍ୟ କାମ କରିସାରିଛନ୍ତି । ତାଙ୍କର ଏହି ଫିଲ୍ମ ରେ ଅଭିନୟ କୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ । ଏହା ପରେ ପରବର୍ତ୍ତୀ ସମୟ ରେ ସେ ଆହୁରି ଅନେକ ଫିଲ୍ମ ରେ ଅଭିନେତା ଭାବରେ ନଜର ଆସିଥିଲେ । ତାଙ୍କର ଦୁଇଟି ପୁତ୍ର ଅଛନ୍ତି । ତାଙ୍କର ନାମ ହେଉଛି ଆଳାପ ଓ ସାରଙ୍ଗ । ସେ ଦୁଇଜଣ ମଧ୍ୟ ନିଜ ପିତା ଙ୍କ ମାର୍ଗ ରେ ଯାଇ ସଙ୍ଗୀତ କ୍ଷେତ୍ର ରେ କାମ କରୁଛନ୍ତି ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *