କେତେକ କ୍ଷେତ୍ରରେ ଦେଖା ଯାଇଛି କି ବିବାହ ପରେ ଯଦି ସ୍ତ୍ରୀ ର ଦେହାନ୍ତ ହୋଇ ଯାଉଛି ତେବେ ସ୍ଵାମୀ କୌଣସି ନା କୌଣସି କାରଣ ଯୋଗୁ ଦ୍ଵିତୀୟ ବିବାହ କରି ନେଇ ଥାଏ । କିନ୍ତୁ ଅନ୍ୟ ପଟେ କିଛି ଲୋକମାନେ ନିଜର ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଦ୍ଵିତୀୟ ବିବାହ କରନ୍ତି ନାହିଁ । କିନ୍ତୁ ଆଜି ଆପଣଙ୍କୁ ବଲୀଉଡର ସେହି ଷ୍ଟାରଙ୍କ ବିଷୟରେ କହିବୁ ଯେଉଁମାନେ ନିଜର ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ଦ୍ଵିତୀୟ ବିବାହ କରିଥିଲେ ।
ଦିଲୀପ କୁମାର

ଦିଲୀପ କୁମାର ବଲୀଉଡର ପ୍ରଥମ ସୁପରଷ୍ଟାର ଥିଲେ । ସେ ୧୯୮୧ରେ ଅସ୍ମା ରହମାନଙ୍କୁ ବିବାହ କରିଥିଲେ । ଯେତେବେଳେ ଅସ୍ମା ରହମାନଙ୍କ ଦେହାନ୍ତ ହୋଇଗଲା ତେବେ ଦିଲୀପ କୁମାର ଅଭିନେତ୍ରୀ ସାୟରା ବାନୋଙ୍କୁ ବିବାହ କରିଥିଲେ । ଦିଲୀପ ଓ ସାୟରାଙ୍କ ମଧ୍ୟରେ ୨୨ ବର୍ଷର ଅନ୍ତର ଥିଲା । ସବୁଠୁ ଦୁଃଖର କଥା ଏହା ଅଟେ କି ଦିଲୀପ କୁମାର ଆଜି ଆମ ପାଖରେ ନାହାନ୍ତି ।
ରାଜ ବବ୍ବର
ନିଜ ଜମାନାରେ ରାଜ ବବ୍ବର ଜଣା ଶୁଣା ଷ୍ଟାର ଥିଲେ ଓ ଫ୍ୟାନମାନଙ୍କ ମଧ୍ୟରେ ସେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ଫ୍ୟାନମାନେ ତାଙ୍କର ଲୁକ ଓ ଅଭିନୟର ଦିବାନା ଥିଲେ । କହିଦେଉଛୁ କି ରାଜ ବବ୍ବର ପ୍ରଥମେ ନିଜର ପ୍ରଥମ ପତ୍ନୀ ନଦିରାଙ୍କୁ ଛାଡି ସ୍ମିତା ପାଟିଲଙ୍କୁ ବିବାହ କରିଥିଲେ । କିନ୍ତୁ ୧୯୮୬ରେ ଯେତେବେଳେ ସ୍ମିତା ନିଜ ପୁଅ ପ୍ରତୀକ ବବ୍ବରଙ୍କୁ ଜନ୍ମ ଦେଲେ ତେବେ ତାଙ୍କର ଦେହାନ୍ତ ହୋଇଗଲା । ରାଜ ବବ୍ବର ସ୍ମିତାଙ୍କ ନିଧନ ପରେ ନିଜର ପ୍ରଥମ ପତ୍ନୀ ନାଦିରା ବବ୍ବରଙ୍କୁ ପୁଣି ଥରେ ବିବାହ କରିଥିଲେ ।
ସଞ୍ଜୟ ଦତ୍ତ

ସଞ୍ଜୟ ଦତ୍ତ ପ୍ରଥମେ ରିଚା ଶର୍ମାଙ୍କୁ ୧୯୮୭ରେ ବିବାହ କରିଥିଲେ । ଏହି ବିବାହରେ ତାଙ୍କୁ ତ୍ରିଶାଲା ନାମକ ଗୋଟିଏ ଝିଅ ବି ହେଲା । କିନ୍ତୁ କ୍ୟାନ୍ସର କାରଣରୁ ତ୍ରିଶାଲାଙ୍କ ଦେହାନ୍ତ ହୋଇଗଲା । ସଞ୍ଜୟ ଦତ୍ତ ରେହା ପିଲ୍ଲଈଙ୍କୁ ବିବାହ କରିଲେ । କିନ୍ତୁ ଦ୍ଵିତୀୟ ପତ୍ନୀଙ୍କୁ ତଲାକ ଦେଇ ଶେଷରେ ସେ ମାନ୍ୟତା ଦତ୍ତଙ୍କୁ ବିବାହ କରିଥିଲେ ।
ଶମ୍ମୀ କପୁର
ଶମ୍ମୀ କପୁର ନିଜ ଜମାନାରେ ଭଲ ଅଭିନେତା ଥିଲେ । ସେ ୧୯୫୫ରେ ଅଭିନେତ୍ରୀ ଗୀତା ବାଲିଙ୍କୁ ବିବାହ କରିଥିଲେ । ଏହି ବିବାହରେ ତାଙ୍କୁ ଦୁଇଟି ସନ୍ତାନ ହେଲା । କିନ୍ତୁ ୧୯୬୫ରେ ଗୀତା ବାଲିଙ୍କ ନିଧନ ହୋଇଗଲା । ଶମ୍ମୀ କପୁର ନୀଳିମା ଦେବୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ ।
ବିନୋଦ ଖନ୍ନା

ବଲୀଉଡର ଷ୍ଟାର ବିନୋଦ ଖନ୍ନା ୧୯୭୧ରେ ଅଭିନେତ୍ରୀ ଗୀତାଞ୍ଜଳିଙ୍କୁ ବିବାହ କରିଥିଲେ । କିନ୍ତୁ ଏକ ଗମ୍ଭୀର ରୋଗ କାରଣରୁ ୧୯୮୫ରେ ତାଙ୍କର ନିଧନ ହୋଇଗଲା ଓ ବିନୋଦ ଖନ୍ନା କବିତା ନାମକ ଏକ ମହିଳାଙ୍କ ସହ ଦ୍ଵିତୀୟ ଥର ବିବାହ କରିଲେ ।
