ପ୍ରଥମ ଥର ପାଇଁ ରୋମାଣ୍ଟିକ ଗୀତ ଗାଇଲେ Ollywood ହିରୋଇନ ଶିବାନୀ (Sivani Sangita), ଏତେ ମିଠା ସ୍ଵର ! ଶୁଣିଲେ ଆପଣ ବି ଝୁମିବେ, ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ ଅଭିନେତ୍ରୀ “ଶିବାନୀ” ଙ୍କୁ ଆପଣ ମାନେ ଚଳଚିତ୍ର ରେ ଦେଖିଥିବେ । ସେ ନିଜ ଅଭିନୟ ଜରିଆରେ ଲକ୍ଷାଧିକ ଦର୍ଶକ ମାନଙ୍କ ହୃଦୟରେ ଘର କରି ବସିଛନ୍ତି । ବନ୍ଧୁଗଣ ପ୍ରେମାନନ୍ଦ ଙ୍କ କମ୍ପୋସନ ରେ ଗୀତ ଗାଇଲେ ଅଭିନେତ୍ରୀ ଶିବାନୀ ।

ବନ୍ଧୁଗଣ ଏହି ରୋମାଣ୍ଟିକ ଗୀତ କୁ ନେଇ ଶିବାନୀ ଏବଂ ପ୍ରେମାନନ୍ଦ ଙ୍କ ପ୍ରତିକ୍ରିୟା ସମ୍ବନ୍ଧରେ ଆସନ୍ତୁ ଜାଣିବା । ବନ୍ଧୁଗଣ ସଙ୍ଗୀତଜ୍ଞ ପ୍ରେମାନନ୍ଦ କହିଥିଲେ ଯେ, “ମୋର ସ୍ୱୌଭାଗ୍ୟ ଯେ ଶିବାନୀ ମୋ କମ୍ପୋସନ ରେ ଗୀତ ଗାଇଲେ । କାରଣ ଶିବାନୀ ଜଣେ ଏତେ ବଡ ହିରୋଇନ । ତାଙ୍କର ଅନେକ ଫଲୋର୍ଷ ମଧ୍ୟ ଅଛନ୍ତି । ମତେ ଖୁସି ଲାଗୁଛି ଯେ ସେ ମୋ କମ୍ପୋସୋନ ରେ ଗୀତ ଗାଉଛନ୍ତି । ମାତ୍ର ମୁଁ ଭାବିଥିଲି ସବୁ ହିରୋ ହିରୋଇନ ଚେଷ୍ଟା କରନ୍ତି ନର୍ମାଲ ଗୀତ ଗାଇବେ । ସବ୍ୟସାଚୀ ମଧ୍ୟ ଗାଇଛନ୍ତି ।

ଅନୁଭବ ମଧ୍ୟ ଗୀତ ଗାଇଛନ୍ତି । ମାତ୍ର ଶିବାନୀ ର ଗଳା ଏତେ ସୁନ୍ଦର ଯେ କହିବାକୁ ନ ହୁଏ । ସେ ବହୁତ ସୁନ୍ଦର ଢଙ୍ଗରେ ଏହି ରୋମାଣ୍ଟିକ ଗୀତ ଟିକୁ ହାଇଛନ୍ତି । ପ୍ରେମାନନ୍ଦ କହିଥିଲେ ଆପଣ ମାନେ ମଧ୍ୟ ଶୁଣିଲେ ଆପଣ ମାନଙ୍କ ମନକୁ ଏହା ନିଶ୍ଚିତ ରୂପେ ଛୁଇଁବ । ବନ୍ଧୁଗଣ ପ୍ରଥମଥର ପାଇଁ ରୋମାଣ୍ଟିକ ଗୀତ ଗାଇଲେ ଶିବାନୀ । ଦର୍ଶକବନ୍ଧୁ ଶିବାନୀ ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି ଯେ, ମୁଁ ଏହି ଗୀତଟିକୁ ଓଡିଶା ର ମ୍ୟୁସିକ ଲଭର୍ସ ମାନଙ୍କ ପାଇଁ ଗାଇଅଛି ।

ବନ୍ଧୁଗଣ ମି-ଡି-ଆ ଆଗରେ ଶିବାନୀ କହିଥିଲେ, ଯେ ମୋର ପିଲା ଦିନ ରୁ ସଙ୍ଗୀତ ପ୍ରତି ରୁଚି ରହିଥିଲା । ଯେବେ ଡ୍ୟାନ୍ସ ଶିଖି ନଥିଲି କି ଆକ୍ଟିଙ୍ଗ ଶିଖି ନଥିଲି ସେବେଠାରୁ ମୁଁ ଘରେ ଗୀତ ପ୍ରାକ୍ଟିସ କରେ । ମାତ୍ର ଟ୍ରେନିଂ ନେଇ ନଥିଲି ।

ମୁଁ ପ୍ରେମା ସାର ଙ୍କ ପାଖରେ ଆସି ବହୁତ ବସିଛି, ବହୁତ ତାଙ୍କୁ କହିଥିଲି ଯେ ଆମ୍ଭେ ଗୋଟିଏ ଗୀତ ରେକର୍ଡ କରିବା ବୋଲି । ଭଗବାନ ଙ୍କ କୃପା ରୁ ଆଜି ୧ ଗୀତ ରେକର୍ଡ କରିଲୁ । ଶିବାନୀ କହିଥିଲେ ଯେ ଲିରିକ୍ସ ମଧ୍ୟ ପ୍ରେମା ସାର ଲେଖିଛନ୍ତି ।

ଏଣୁ ଏହା ମୋ ପାଇଁ ବହୁତ ସ୍ପେଶାଲ ଅଟେ । ବନ୍ଧୁଗଣ ଶିବାନୀ କହିଥିଲେ ପ୍ରେମା ସାର ଯେପରି ଗାଇଡ କରୁଛନ୍ତି ସେହିଭଳି ଭାବରେ ମୁଁ ନିଜ କଳା ଥିବାରୁ ଗୀତ ଗାଇ ପାରୁଛି । ଗୀତ କୁ ସୁନ୍ଦର ଭାବରେ ସଜାଇ ଗାଇବାକୁ ବହୁତ ଆନନ୍ଦ ଲାଗୁଛି ବୋଲି ଅଭିନେତ୍ରୀ ଶିବାନି କହିଥିଲେ ।

ବନ୍ଧୁଗଣ ତାଙ୍କ ପାଇଁ ଏହି ଅନୁଭୂତି ବହୁତ ରୋମାଞ୍ଚକ ଅଟେ ବୋଲି ଶିବାନୀ କହିଛନ୍ତି । ବନ୍ଧୁଗଣ ଅଭିନେତ୍ରି ଶିବାନୀ କହିଥିଲେ ସଂସାରରେ ସମସ୍ତ କାର୍ଯ୍ୟ କଷ୍ଟ ଅଟେ । ମାତ୍ର କଷ୍ଟ କୁ କଷ୍ଟ ଭାବି ଚାଲିଲେ କୌଣସି କାର୍ଯ୍ୟ କରି ହେବ ନାହିଁ । ଯେ ହେତୁ ମୁଁ ଗୀତ ଗାଇବାକୁ ଭଲ ପାଏ ତେଣୁ ମତେ ଖୁସି ଲାଗୁଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *