ପ୍ରତି ଗାଁରେ ଗଢାଯିବ ରାପିଡ୍ ରେସପନ୍ସ ଟିମ- କାହିଁକି ଜାଣନ୍ତୁ

ବର୍ତ୍ତମାନର ବଡ ଖବର ଏହା ଯେ ଜିଲ୍ଲାର ଅନେକ ସ୍ଥାନରେ ମହାମାରୀରେ ସଂକ୍ରମିତ ଥିବା ବ୍ୟକ୍ତି ଲୁଚି ରହିଥିବାର ଆଶଙ୍କା ହେତୁ ପ୍ରଶାସନ ତରଫରୁ ଏକ ନୂଆ ପଦକ୍ଷପ ନିଆଯିବ । ଯାହାଦ୍ୱାରା ପ୍ରତ୍ୟକ ଗାଁ ରେ ଏକ ରାପିଡ ରେସପନ୍ସ ଟିମ ର ଗଠନ କରାଯିବ । ଯେଉଁମାନେ ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରିବେ ଓ ସେମାନଙ୍କ ବିଷୟରେ ପ୍ରଶାସନକୁ ସୂଚନା ଦେବ ।

ତେବେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ଶୀତାଂଶୁ କୁମାର ରାଉତଙ୍କ କହିବା ଅନୁସାରେ ଏଠାରେ ସଙ୍କ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢୁଥିବାରୁ ସତର୍କତା ପାଇଁ ଏହି ପଦକ୍ଷପ ନିଆଯିବ ।

ଯାହା ଦ୍ଵାରା ଗାଁ ମାନଙ୍କରେ ଏହାକୁ ବ୍ୟାପିବାରୁ ରୋକାଯାଇପାରିବ । ତେବେ ପ୍ରତ୍ୟକ ଗାଁର ଜଣେ ଶିକ୍ଷକ, ଜଣେ ଅଙ୍ଗନବାଡି କର୍ମୀ, ଜଣେ ଆଶା କର୍ମୀ ଓ ୱାର୍ଡ ମେମ୍ବର ଙ୍କୁ ନେଇ ୪ ଜାଣିଆ ଟିମ ପ୍ରସ୍ତୁତ କରାଯିବା ପାଇଁ ସବୁ ବ୍ଲକର ଅଧିକାରୀ ମାନଙ୍କୁ ଆଦେଶ ଦିଆଯାଇଛି । ତେବେ ଏହି ୪ ଜଣିଆ ଟିମ ସଂକ୍ରମିତ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ କ୍ଵାରେଣ୍ଟିନର ପରାମର୍ଶ ଦେବା ସହ ଆବଶ୍ୟକ ସ୍ଥଳେ ସ୍ଵାବ ପରୀକ୍ଷଣ ପାଇଁ ମଧ୍ୟ ପ୍ରଶାସନକୁ କହିବେ । ଏମାନେ ବେଦେଶରୁ ସିଥିବା ସମସ୍ତ ବ୍ୟକ୍ତିଙ୍କର ଏକ ତାଲିକା ପ୍ରସ୍ତୁତ କରିବେ ଓ ଯେଉଁମାନେ କ୍ଵାରେଣ୍ଟିନରେ ଅଛନ୍ତି ସେମାନଙ୍କ ଉପରେ ନଜର ରଖିବେ । ଏହା ବ୍ୟତୀତ ସମସ୍ତ ଗ୍ରାମ ବାସୀଙ୍କୁ ହାତ ଧୋଇବା, ମାସ୍କର ବ୍ୟବହାର କରିବା ଆଦି ଶିଖାଇବେ ।

Leave a Reply

Your email address will not be published. Required fields are marked *