ବନ୍ଧୁଗଣ ପ୍ରତେକ ବାପା-ମା ଇଚ୍ଛା କରିଥାନ୍ତି ତାଙ୍କ ପିଲା ଭଲ ମଣିଷ ହେଉ । ଏହା ସେତେବେଳେ ସମ୍ଭବ ହୋଇପାରେ ଯେବେ ବାପା-ମା ଠିକ ରହିବେ । ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯାହା ବାପା-ମା ପିଲାଙ୍କୁ ଶିକ୍ଷା ଦେବା ଉଚିତ । ଯାହା ଦ୍ଵାରା କି ପିଲାମାନେ ଉଚ୍ଚ ଶିକ୍ଷିତ ହେବା ସହ ବଡ ମଣିଷ ହୋଇପାରିବେ । ୧- ପିଲା ମାନଙ୍କୁ କେବେ ବି ଅଧିକ ଭୟ ଦେଖନ୍ତୁ ନାହି । ପିଲାଙ୍କ ଭିତରେ ଭଲ ପାଇବା ଥିବା, ଇଜ୍ଜତ ଦେଉଥିବ ।
୨- ପିଲା ମାନଙ୍କୁ ଭଲ ପାଆନ୍ତୁ ବାପା-ମା । କିନ୍ତୁ ତା ମାନେ ନୁହେଁ କି ତାର ସବୁ ଜିଦି ପୂରଣ କରିବା । ପିଲାଙ୍କୁ ନିଜ କାମ ନିଜେ କରିବାକୁ ଦିଅନ୍ତୁ । ଯାହା ଫଳରେ ସେ ତା ଲାଇଫରେ ନିସ୍ପତି ଠିକ ନେଇପାରିବ ।
୩- ପିଲାଙ୍କୁ ସଦା ସର୍ବଦା ଭଲ ବ୍ୟବହାର ଶିଖାଇବା ଉଚିତ । ପିଲାଙ୍କ ସହ ବାପା-ମା ଅନ୍ତରଙ୍ଗ ସହ ମିଶିବା ଉଚିତ । ପିଲା ଭୁଲ କରିଲେ ତାକୁ ନ ମାରି ତାକୁ ବୁଝନ୍ତୁ ତାର ସହଯୋଗ କରନ୍ତୁ ।
୪- ପିଲା ମାନଙ୍କୁ ସମୟ ଦିଅନ୍ତୁ । ଯେତେ ସମ୍ଭବ ପିଲାଙ୍କ ସହ ଅଧିକ ମିଶାନ୍ତୁ ବାପା-ମା । ଯାହା ଦ୍ଵାରା ପିଲା ମାନେ ଛୋଟ ବଡ କଥା ବାପା ମା ଙ୍କ ସହ ସେୟାର କରିପାରିବେ ।
୫- ପିଲା ମାନଙ୍କୁ ବଦଳାଇବା ପୂର୍ବରୁ ନିଜେ ବାପା-ମା ବଦଳିବା ଉଚିତ । ବାପା ମା ନିଜର ବ୍ୟବହାର, ଆଚରଣ, କଥାବାର୍ତ୍ତା, କାର୍ଯ୍ୟ କଳାପ ପ୍ରତି ଦ୍ରୁଷ୍ଟି ଦେବା ଉଚିତ । ଯାହା ଦ୍ଵାରା ପିଲାମାନେ ଉଚିତ ଶିକ୍ଷା ପାଇବେ ।
୬- ପିଲା ମାନେ କଣ କରୁଛନ୍ତି କଣ ନାହି ତାହା ପ୍ରତି ଧ୍ୟାନ ଦେବା ଉଚିତ । ପିଲାଙ୍କର ବଡ ଶିକ୍ଷକ ହେଉଛି ବାପା ମା । ବାପା ମା ସୁନ୍ଦର ମଣିଷ ହେଲେ ପିଲା ସୁନ୍ଦର ହେବେ । କେବେ ବି ପିଲାଙ୍କୁ ଖରାପ ରାସ୍ତା କୁ ଯିବାକୁ ଦିଅନ୍ତୁ ନାହି । ପିଲାଙ୍କୁ ଭଲ ବାଟ ରେ ଆଣିବା ପାଇଁ ତାଙ୍କୁ ବୁଝାନ୍ତୁ ।
୭- ବାପା-ମା ପିଲାଙ୍କୁ ସେୟାରିଙ୍ଗ ଓ କେୟାରିଙ୍ଗ ଶିଖାଇବା ଉଚିତ । ଯାହା ଦ୍ଵାରା ସେମାନେ ସମସ୍ତଙ୍କୁ ଆଦର କରିପାରିବେ । ପିଲାଙ୍କୁ କେମିତି ସମସ୍ତଙ୍କ ସହ ମିସିକି ଚାଲିବା କଥା ହେବା ଶିଖାଇବା ଉଚିତ ।
୮- ପିଲାଙ୍କୁ କେବେବି କାହା ସହ ତୁଳନା କରିବା ଉଚିତ ନୁହେଁ । କାହା କଥା କହି ପିଲାଙ୍କୁ କେବେ ସମାନ ଭାବିବେ ନାହି । ଏହା ଦ୍ଵାରା ପିଲାଙ୍କ ମାଇଣ୍ଡରେ ପ୍ରେସର ପଡିପାରେ । ପିଲାଙ୍କୁ ସର୍ବଦା ମୋଟିଭେଟ କରିବା ଉଚିତ ।
୯- ପିଲାଙ୍କର ପ୍ରତିଭାକୁ ବାପା-ମା ଦେଖିବା ଉଚିତ । ପ୍ରତେକ ପିଲାଙ୍କ ଠାରୁ କିଛି ନା କିଛି ଗୁଣ ରହିଥାଏ ଯାହା ବାପା-ମା ବୁଝିବା ଦରକାର ।
୧୦- ପିଲାଙ୍କୁ ଭଲ କଥା କହିବା, ଚାଲିଚଳଣ, ବ୍ୟବହାର ଶିଖାଇବା ଉଚିତ । ଏହା ପ୍ରତେକ ବାପା-ମା ଙ୍କ କର୍ତ୍ତବ୍ୟ ଅଟେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।