Pregnancy ପ୍ରଥମ 3 ମାସ କଣ କରିବା ଉଚିତ ଓ କଣ ନୁହେଁ – Pregnancy Tips

ଆଜି ଆମେ ଆଲୋଚନା କରିବା ପ୍ରେଗନେନସି ପ୍ରଥମ ତିନି ମାସ କେମିତି ଯତ୍ନ ନେବେ ନିଜର । କଣ ସବୁ କରିବା ଉଚିତ ଓ କଣ ନୁହେଁ ତାହା ଜାଣିବା । ଡାକ୍ତରଙ୍କ ହିସାବରେ ପ୍ରେଗନେନସିର ଏହି ପ୍ରଥମ ତିନିମାସ ବହୁତ ଗୁରୁତ୍ବପୂର୍ଣ ସମୟ ହୋଇଥାଏ । ଯଦି ଜଣେ ଗର୍ଭବତୀ ମହିଳା ତାଙ୍କର ଯତ୍ନ ଠିକସେ ନେବେ ତାହେଲେ ତାଙ୍କର ଶିଶୁ ବହୁତ ସୁସ୍ଥ ସବଳ ହୋଇକି ଡେଲିଭର ହେବ । ବହୁତ ମହିଳା ମାନେ ଅଛନ୍ତି ତାଙ୍କର ପ୍ରଥମ ତିନିମାସକୁ ବହୁତ ହଲକାରେ ନେଇ ନେଇଥାନ୍ତି ।

ଭାବନ୍ତିକି ଏହାତ ଆରମ୍ଭ ଯେବେ ମାସ ବଢିବ ତାପରେ କେୟାର ନେବୁ । କିନ୍ତୁ ଜଣେ ଗର୍ଭବତୀ ମହିଳା ପାଇଁ ଏହି ପ୍ରଥମ ତିନିମାସ ଗର୍ଭରେ ବଢୁଥିବା ଛୁଆ ପାଇଁ ବହୁତ ଗୁରୁତ୍ବପୂର୍ଣ ହୋଇଥାଏ ।

ଏହି ସମୟରେ ଜଣେ ଗର୍ଭବତୀ ମହିଳାଙ୍କ ଶରୀରରେ ବହୁତ କିଛି ପରିବର୍ତନ ଦେଖାଯାଇଥାଏ । କିଛି ହାର୍ମୋନାଲ ଚେଞ୍ଜେସ ମଧ୍ୟ ହୋଇଥାଏ । ଯାହା ଫଳରେ ତାଙ୍କୁ ନୂଆ ନୂଆ ଶିମଟମ୍ସ ଦେଖିବାକୁ ମିଳିଥାଏ । ଯାହା ସେ ଆଗରୁ ଅନୁଭବ କରିନଥାନ୍ତିକି ଦେଖି ନଥାନ୍ତି । ଏହି ସମୟ ତାଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ ହୋଇଥାଏ । ଏହି ସମୟରେ ମହିଳାଙ୍କର ଟେଷ୍ଟ ଚେଞ୍ଜ ହୋଇଥାଏ ତାଙ୍କର ମୁଣ୍ଡ ବୁଲାଇବାକୁ ଲାଗିଥାଏ, ତାଙ୍କୁ ବାନ୍ତି ଲାଗିଲା ଭଳି ହୋଇଥାଏ ଓ ବହୁତ ଜଣଙ୍କର ବାନ୍ତି ମଧ୍ୟ ହୋଇଥାଏ । ସ୍କିନରେ ମଧ୍ୟ ବହୁତ ଚେଞ୍ଜେସ ଦେଖିବାକୁ ମିଳିଥାଏ । ଏହି ସମୟରେ ସେ ଚିଡଚିଡା ହୋଇଯାଆନ୍ତି ଓ ବହୁତ ଛୋଟ କଥାରେ ରାଗି ଜାଆନ୍ତି ।

ମର୍ନିଙ୍ଗ ସିକନେସରୁ ରକ୍ଷା ପାଇବା ପାଇଁ ଏହି ଅମୟରେ ଲେମ୍ବୁ ପଣି ନହେଲେ ଅଦା ବାଲା ଚା ପିଅନ୍ତୁ । ସବୁବେଳେ ଧ୍ୟାନ ରଖିବେକୀ ଆପଣଙ୍କ ଶରୀରରେ କେବେ ପାଣିର ଅଭାବ ନରୁହେ । ଦିନ ଭିତରେ ତିନିରୁ ଚାରି ଗ୍ଲାସ ପାଣି ପିଇବେ । ପେଟରେ ବଢୁଥିବା ଶିଶୁର ଅଙ୍ଗ ପ୍ରତେଙ୍ଗ ସବୁ ତିଆରି ହେବା ଆରମ୍ଭ ହୋଇଯାଇଥାଏ । ଶେଥି ଲାଗି ଏହି ସମୟରେ ସ୍ଵାସ୍ଥ୍ୟକର ଖାଇବା ଉଚିତ, ଯେଉଁଟା ଘରେ ତିଆରି ହୋଇଥିବା ଯାହା ବାହାରର ହୋଇନଥିବ । ଯେଉଁ ଖାଦ୍ୟରେ ଆଇରନ, କ୍ୟାଲସିୟମ, ଭିଟାମିନ, ମେନେରାଲ୍ସ ସବୁ କିଛି ଭରପୁର ମାତ୍ରାରେ ଥିବା ସେଇସବୁ ଖାଦ୍ୟକୁ ଖାଇବାକୁ ଚେଷ୍ଟା କରନ୍ତୁ ।

ଯେଉଁ ଜିନିଷରେ ପ୍ରୋଟିନ, କ୍ୟାଲସିୟମ, ଆଇରନ, ବହୁତ ମାତ୍ରାରେ ଥିବ ଯେମିତିକି ଡାଲି ଜାତୀୟ ପଦାର୍ଥ, ପାନୀର, ଅଣ୍ଡା, ସୋୟାବିନ, କ୍ଷୀର ଦହି, ଏହିସବୁ ଜିନିଷ ନିଜ ଖାଦ୍ୟର ଆଡ କରନ୍ତୁ । ସବୁବେଳେ ତାଜା ଫଳ ଓ ପନିପରିବା ଖାଇବାକୁ ଚେଷ୍ଟା କରନ୍ତୁ । ପ୍ରତି ଦୁଇଟିନୀ ଘଣ୍ଟା ଅନ୍ତରରେ ଆପଣ କିଛି ନ କିଛି ଖାଆନ୍ତୁ । ଏହି ସମୟରେ ଜମାବି ଭୋକିଲା ରୁହନ୍ତୁ ନହିଁ, ଭୋକ ଲାଗିଲା ପୂର୍ବରୁ ହିଁ ଆପଣ ଖାଇବା ଖାଇ ନିଅନ୍ତୁ ।  ଗର୍ଭବତୀ ମହିଳାଙ୍କର ଓଜନ ଅଧ କେଜିରୁ ଦୁଇ କେଜି ବଢିବା ନିହାତି ଜରୁରୀ ହୋଇଥାଏ ।

ତାହେଲେ ଜାଣିବେ ଆପଣଙ୍କ ଗର୍ଭରେ ବଢୁଥିବା ଶିଶୁ ସୁସ୍ଥ ଅଛି ବୋଲି । ଯଦି ଆପଣଙ୍କ ଓଜନ ବଢୁନି  ଡାକ୍ତରଙ୍କ ସହିତ ନିଶ୍ଚିତ ଭାବରେ ପରାମର୍ଶ କରନ୍ତୁ । ଯେମିତିକି ଆପଣଙ୍କ ଓଜନ ଅତ୍ୟଧିକ ନବଢିବା ସେଥିପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ପ୍ରେଗନେନସିର ପ୍ରଥମ ତିନିମାସ ଗର୍ଭରେ ବଢୁଥିବା ଶିଶୁର ମସ୍ତିସ୍କ ଓ ଆଖିର ବିକାଶ ପାଇଁ  ଆପଣ ଆପଣଙ୍କ ଖାଇବାରେ ଓମେଗା ୩ ଫ୍ୟାଟି ଏସିଡ ଖାଇବାକୁ ନିଶ୍ଚିତ ଭାବରେ ଆଡ କରନ୍ତୁ । ଏହା ଶିଶୁର ବିକାଶ କରିବା ପାଇଁ ବହୁତ ସାହାର୍ଯ୍ୟ କରିଥାଏ । ଆପଣ ଭାବୁ ଥିବେ ଓମେଗା ୩ ଫ୍ୟାଟି ଏସିଡ ଆମେ କେଉଁଠୁ ପାଇବା, ଯଦି ଆପଣ ଟ୍ୟାବଲେଟ ନ୍ଖାଇବେ ଆପଣ ଡ୍ରାଇ ଫ୍ରୁଟ୍ସରୁ ପାଇବେ ।

ଯଦି ଆପଣ ପନିପରିବା ଖାଇବେ ତା ମାଧ୍ୟମରେବି ଓମେଗା ୩ ଫ୍ୟାଟି ଏସିଡ ଯାଇ ପାରିବ । ଏହି ସମୟରେ ଶାଗ ନିଶ୍ଚିତ ମାତ୍ରାରେ ଖାଆନ୍ତୁ, ସାଗରେ ବହୁତ ମାତ୍ରାରେ ଆଇରନ ରହିଥାଏ । ଆପଣଙ୍କ ଶରୀରରେ ଡ଼ାକ୍ତର ଅଭାବ ହବାକୁ ଦେବନିକି ଆପଣଙ୍କ ଶିଶୁର ଶରୀରରେ ମଧ୍ୟ ରକ୍ତର ଅଭାବ ହେବନି । ଏହା ଆପଣଙ୍କ ହିମୋଗ୍ଲୋବିନକୁ ଠିକ ରଖିବା ଓ ଶିଶୁର ବିକାଶ ମଧ୍ୟ ଭଲରେ ହୋଇପାରିବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *