ଭଗବାନ ଶ୍ରୀ କୃଷ୍ଣ ଶ୍ରୀମଦ ଭଗବତ ଗୀତାରେ ବହୁତ ଭଲ ଭଲ କଥା ମଣିଷକୁ କହିଛନ୍ତି ଏହାକୁ ପଢିବା ପରେ ମଣିଷ ନିଜ ଜୀବନ ବିଷୟରେ ଭଲ ଭାବରେ ବିଚାର କରି ପାରିବ । ଯେତେବେଳେ ମଣିଷ ଯୁବା ହୋଇଥାଏ ସେହି ସମୟରେ କିଛି କରିବାର ଇଛା ତା ମନରେ ଆସିଥାଏ ଆଉ ଏହି ସମୟରେ ମଣିଷ ନିଜ ଭବିଷତ ଗଢିବାରେ ଲାଗିଥାଏ କିନ୍ତୁ ଏହି ସମୟରେ ମଣିଷ ଜୀବନରେ ପ୍ରେମ ନାମକ ଫୁଲ ମଧ୍ୟ ଫୁଟିଥାଏ ଏହି ପରିସ୍ଥିତିରେ ମଣିଷ ଯାହାକୁ ଭଲ ପାଇଥାଏ ତାକୁ ପାଇବା ପାଇଁ ସେ ନିଜର ସବୁ ଚେଷ୍ଟା କରିଥାଏ । ତେବେ ଏହି ସମୟରୁ ମା ବାପା ଆଉ ଛୁଆଙ୍କ ମଧ୍ୟରେ ବାଦ ବିବାଦ ପରିସ୍ଥିତି ଆରମ୍ଭ ହୋଇଥାଏ ।
କୁହା ଯାଇଛି ଯେ ମା ବାପା ଏହା ବିଚାର କରନ୍ତି ଯେ ଛୁଆଙ୍କୁ ନିଜ ଜୀବନସାଥୀ ବାଛିବାର ସଠିକ ଜ୍ଞାନ ନାହିଁ ଆଉ ଛୁଆଙ୍କ କହିବା ଅନୁଯାଇ ତାଙ୍କୁ ନିଜ ଜୀବନ କାହା ସହ ବିତେଇବାର ଅଛି ଏହା ତାଙ୍କ ନିଷ୍ପତ୍ତି ହବା ଉଚିତ ଅଟେ । ତେବେ ଏହାର ସମାଧାନ କଣ ଅଟେ, ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ମା ବାପାଙ୍କୁ ମଧ୍ୟ ଛୁଆଙ୍କୁ ଭଲ ଭାବରେ ବୁଝାଇବା ଉଚିତ କାହିଁକିନା ରାଗ ଏହି ସମୟରେ ଆପଣଙ୍କ ଛୁଆଙ୍କୁ ଭୁଲ ନିଷ୍ପତ୍ତି କରିବାରେ ସାହାଯ୍ୟ କରି ପାରେ କିନ୍ତୁ ଶାନ୍ତି ହୋଇ ଛୁଆଙ୍କ ନିଷ୍ପତ୍ତି ଉପରେ ବିଚାର କରିବା ଆବଶ୍ୟକ ଅଟେ ।
କାହିଁକିନା ଏହା ଦ୍ଵାରା ଜଣା ପଡିଥାଏ ଯେ ଆପଣ ନିଜ ଛୁଆଙ୍କୁ କେତେ ଭଲ ଭାବରେ ଜାଣିଛନ୍ତି ଯଦି ତାଙ୍କ ଦ୍ଵାରା ପସନ୍ଦ କରା ଯାଇଥିବା ବ୍ୟକ୍ତି ଭୁଲ ଅଟନ୍ତି ତେବେ ଆପଣଙ୍କୁ ତାଙ୍କୁ ବୁଝାଇବା ଉଚିତ ଯେ ଜୀବନ ସାରା କାନ୍ଦିବା ଅପେକ୍ଷା ନିଜ ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରନ୍ତୁ । ତେବେ ଭଗବାନ ଏହି ଜୀବନ ଆପଣଙ୍କୁ ଦେଇଛନ୍ତି କିନ୍ତୁ ଏହାର କର୍ମ ଆପଣ କରିବେ ଯାହାର ଫଳ ମଧ୍ୟ ଆପଣଙ୍କୁ ମିଳିବ । ଭଲ କରିବା ଦ୍ଵାରା ଆପଣଙ୍କୁ ଶୁଭ ଫଳ ମିଳିବା ସହ ସ୍ଵର୍ଗ ପ୍ରାପ୍ତ ହବ କିନ୍ତୁ ଖରାପ କଲେ ଏଠିବୀ ଭୋଗିବେ ଆଉ ନର୍କରେ ବି ଭୋଗିବେ, ତେବେ ନିଷ୍ପତ୍ତି ଆପଣଙ୍କ ହବା ଉଚିତ ।
ଭଗବାନ କହିଛନ୍ତି କିଛି ମାତା ପିତା ନିଜ ଛୁଆଙ୍କୁ ଏତେ ଭଲ ପାଇଥାନ୍ତି ଯେ ଜୀବନରେ ତାଙ୍କୁ କଷ୍ଟ ହବ ନାହିଁ ବୋଲି ଭୁଲ କାମରେ ବି ତାଙ୍କ ସାଥ ଦେଇଥାନ୍ତି କିନ୍ତୁ ଏହା ଦ୍ଵାରା ତାଙ୍କ ସନ୍ତାନକୁ କିଛି ଦିନ ସୁଖ ମିଳିବା ପରେ ଜୀବନ ସାରା ଦୁଃଖ ମିଳିଥାଏ, ସେଥିପାଇଁ ନିଜ ଛୁଆ ଜୀବନ ଗଢିବା ସମୟରେ ତାକୁ ଭଲ ପାଇବା ବି ଦିଅନ୍ତୁ ଆଉ ସଂସ୍କାର ମଧ୍ୟ ନଚେତ ତା ସହ ଆପଣଙ୍କୁ ମଧ୍ୟ କଷ୍ଟ ଭୋଗିବାକୁ ହବ ।