ପ୍ରେମ ଏମିତି ଏକ ପବିତ୍ର ଶବ୍ଦ ଯାହାର ତୁଳନା କାହା ସହ କରାଯାଇ ପାରିବ ନାହିଁ । ପ୍ରେମ ଶବ୍ଦର ବିଶେଷ ମହତ୍ଵ ପ୍ରତେକ ବ୍ୟକ୍ତି ଜୀବନରେ ରହିଛି । ଆମେ ଯାହାକୁ ଭଲ ପାଇଥାଉ ତାକୁ ଜୀବନ ସାରା ସାଥି ଭାବେ ଗ୍ରହଣ କରିବାକୁ ଚେଷ୍ଟା କରିଥାଉ । ଯଦି ଆପଣଙ୍କ ପ୍ରେମ ସଚ୍ଚା ହୋଇଥାଏ ତେବେ ଆପଣଙ୍କୁ ଆପଣଙ୍କ ସାଥି ନିଶ୍ଚୟ ମିଳିବ । କିନ୍ତୁ ଏଥ ପାଇଁ ଆପଣ ଯଦି ପ୍ରେମ କ୍ଷେତ୍ର ରେ ବଳ ପ୍ରୟୋଗ କରନ୍ତି ତେବେ ଆପଣଙ୍କ ପ୍ରେମର କୌଣସି ଅର୍ଥ ରହିବ ନାହି ।

କାରଣ ପ୍ରେମକୁ କୌଣସି ବୁଦ୍ଧି ବା ବଳ ଦ୍ଵାରା ହାସଲ କରାଯାଇ ପାରିବ ନାହି । ବରଂ ଶ୍ରଦ୍ଧା ସ୍ନେହା ଓ ସମ୍ମାନ ଦ୍ଵାରା ପ୍ରେମ କୁ ଜିତି ହେବ । ଅନ୍ୟ କ୍ଷେତ୍ର ରେ ପସନ୍ଦ ହେଉଛି ଏମିତି ଶବ୍ଦ ଯାହା ମଣିଷର ଇଚ୍ଛା କୁ ବୁଝାଇଥାଏ । ମଣିଷ ଯେତେବଳେ ଯାହା ଇଚ୍ଛା କରିଥାଏ ଠ କିଛି ସମୟରେ ପାଇଥାଏ ତ ଆଉ କିଛି ସମୟରେ ପାଇପାରେ ନାହି ।
ତେଣୁ ବ୍ୟକ୍ତିର ପସନ୍ଦ ତାରା ସ୍ଵଭାବ ଓ ଚରିତ୍ର ରୁ ହିଁ ଜଣା ପଡିଥାଏ । ପସନ୍ଦ ଓ ପ୍ରେମ ଶବ୍ଦର ବିଭିନ୍ନ ଅର୍ଥ ରହିଛି । ଗୋଟେ ସମୟରେ ଜଣେ ଶିଷ୍ୟ ଭଗବାନ ଗୌତମ ବୁଦ୍ଧଙ୍କୁ ପ୍ରଶ୍ନ କରିଥିଲେ ମୁଁ ତୁମକୁ ପ୍ରେମ କରେ ଓ ମୁଁ ତୁମକୁ ପସନ୍ଦ କରେ । ଏହି ଦୁଇଟି ଶବ୍ଦ ମଧ୍ୟରେ କଣ ପାର୍ଥକ୍ଯ ରହିଛି ତାହାର ଉତ୍ତର ଜାଣିବାକୁ ଶିଷ୍ୟ ଗୌତମ ବୁଦ୍ଧଙ୍କୁ ନିବେଦନ କରିଥିଲେ ।

ଉତ୍ତର ରେ ଗୌତମ ବୁଦ୍ଧ କହିଲେ ଯେ ଯେବେ ଆପଣ କୌଣସି ଫୁଲକୁ ପସନ୍ଦ କରୁଛନ୍ତି ତେବେ ଆପଣ କୌଣସି ମୂହୁର୍ତ୍ତ ରେ ସେ ଫୁଲକୁ ଗଛକୁ ତୋଳି ନେଇ ଯାଉଛନ୍ତି । ଅନ୍ୟ କ୍ଷେତ୍ର ରେ ଯଦି ଆପଣ କୌଣସି ଫୁଲକୁ ପ୍ରେମ ବା ଭଲ ପାଉଛନ୍ତି ତେବେ ସେହି କ୍ଷେତ୍ର ରେ ଆପଣ ପ୍ରତି ଦିନ ସେହି ଫୁଲ ଗଛରେ ପାଣି ଦେଇ ସେହି ଗଛକୁ ବଞ୍ଚାଇବାକୁ ଚେଷ୍ଟା କରିଥାନ୍ତି ।
ଆପଣ ସେହି ଫୁଲ ଗଛର କେୟାର ନିଅନ୍ତି । କାରଣ ସେହି ଫୁଲ ଗଛଟି ଯେମତି ଆପଣଙ୍କ ସହ ଅଧିକ ଦିନ ଯାଏଁ ରହି ପାରିବ ଆପଣ ତାର ଯତ୍ନ ନେଇଥାନ୍ତି । ତେବେ ଏହା ହେଉଛି ପାର୍ଥକ୍ଯ ପ୍ରେମ ଓ ପସନ୍ଦ ମଧ୍ୟରେ ଯାହାର ବହୁତ ସୁନ୍ଦର ଓ ସରଳ ଉପାୟ ରେ ଗୌତମ ବୁଦ୍ଧ ମାନବ ସମାଜକୁ ପ୍ରେରଣା ଦେଇଛନ୍ତି । ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ତେବେ ନିସ୍ଵାର୍ଥପର ଭାବରେ କରନ୍ତୁ ।

ଯଦି ଆପଣ କାହାକୁ ପସନ୍ଦ କରୁଛନ୍ତି ତେବେ ତାକୁ ନିଜ ପାଖରେ ସାଇତି ରଖିବାକୁ ଚେଷ୍ଟା କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
