ପ୍ରେମ ପାଇଁ ଝିଅ ରୁ ହେଲେ ପୁଅ! ବିଶ୍ଵାସ ନ ହେଉଥିଲେ ବି ସତ, ସମ୍ପୂର୍ଣ୍ଣ ଘଟଣା ଜାଣି ଆପଣ ବି କହିବେ ପ୍ରେମ ହେବ ତ ଏମିତି

ନମସ୍କାର ବନ୍ଧୁଗଣ । କୌଣସି ବି ସ୍ଥିତିରେ ମୁଣ୍ଡ ନୂଆଁଇବାକୁ ପ୍ରସ୍ତୁତ ନ ଥାଏ ପ୍ରେମ । ପୂର୍ବରୁ ପ୍ରେମ ଜାତି, ଧର୍ମ, ବର୍ଣ୍ଣ ମାନେ ନା ବୋଲି ଆପଣ ଶୁଣିଥିବେ । କିନ୍ତୁ ଏବେ ଲିଙ୍ଗ ବି ଯୋଡି ହୋଇ ଯାଇଛି । ହଁ ଦର୍ଶକ ବନ୍ଧୁ ଆମେ କହୁଛି ସମଲିଙ୍ଗି କଥା ।  କିନ୍ତୁ ଏ ଖବର ଓଡିଶାର ମାଲକାନଗିରି ରୁ ଆସିଛି ।

ସମଲିଙ୍ଗି ବିବାହକୁ ନେଇ ତର୍କ ବିତର୍କ ଜାରି ରହିଥିବା ବେଳେ ଏହି ଦୁଇ ଯୁବତୀ ପରସ୍ପରକୁ ଜୀବନ ସାଥି କରି ନେଇଛନ୍ତି । ଉଭୟ ନୂଆ ଦୁନିଆ ଗଢିବାକୁ ପାଦ ଆଗକୁ ବଢାଇଛନ୍ତି । ଗଣ୍ଡା ଜାତି ବି ସେମାନଙ୍କୁ ଗ୍ରହଣ କରିଛନ୍ତି । କିନ୍ତୁ ସ୍ବୀକୃତି ଦେଉ ନାହାନ୍ତି ପରିବାର ଲୋକେ । ଏମାନଙ୍କ କାହାଣୀ ଥିଲା କିଛି ଏମିତି । ମାଲକାନଗିରି ଜିଲ୍ଲା କୁରୁକୋଣ୍ଡା ବ୍ଲକ ହାତୀଆମ୍ବ ର ଗାଁର ମଣ୍ଡା ଯୁବତୀ କୌଶଲ୍ୟା ମୃଦଧୂଳି ।

ଦାଦନ ଖଟିବାକୁ ତେଲେଙ୍ଗନାର ଏକ ଚିଙ୍ଗୁଡି କମ୍ପାନୀକୁ ଯାଇଥିଲେ । ସେଠାରେ ତାଙ୍କର ମାଥିଲି ବ୍ଲକ ଗଣ୍ଡିନୀ ଗାଁର ଆଦିବାସୀ ଯୁବତୀ ଦ୍ରୁପଦୀ ଭୂମିଆଙ୍କ ସହ ଭେଟ ହୋଇଥିଲା । ଦେଖା ସାକ୍ଷାତ ଭିତରେ ଦୁହିଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ସମଲିଙ୍ଗି ହୋଇ ମଧ୍ୟ କେହି କାହାକୁ ଛାଡି ରହିପାରୁ ନ ଥିଲେ । ନିଜର ଭଲ ପାଇବା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥିଲେ କୌଶଲ୍ୟା ।

ଭଲ ପାଇବା ଦ୍ଵାହିରେ ନିଜକୁ ପୁଅ ବେଶରେ ସଜାଇ ଥିଲେ । ଉଭୟ ଏକାଠି ସ୍ଵାମୀ-ସ୍ତ୍ରୀ ଭଲ ରହୁଥିଲେ । ଘର ଲୋକଙ୍କ ପାଖ ରେ ଖବର ପହଞ୍ଚିବା ପରେ ଉଭୟ ଘରକୁ ଫେରି ଆସିଥିଲେ । ଏଠାରେ ବିବାହ କରି ଉଭୟ କୌଶଲ୍ୟା ଙ୍କ ଘରେ ରହୁଛନ୍ତି । କୌଶଲ୍ୟା ଙ୍କ ପରିବାର ଓ ଗାଁ ଲୋକେ ଏହି ବିବାହକୁ ଗ୍ରହଣ କରିଥିବା ବେଳେ ଦ୍ରୁପଦୀଙ୍କ ପରିବାର ଏବେ ବିବାହରେ ଖୁସି ନାହାନ୍ତି ।

ସେଥିପାଇଁ ଦୁଇ ଦମ୍ପତି ଚିହ୍ନିତ ଅଛନ୍ତି । ଦୁହିଙ୍କ ସମ୍ପର୍କ ଆଗକୁ ବଢୁ, ସେମାନେ ଖୁସିରେ ଜୀବନ ବ୍ଯତୀତ କରନ୍ତୁ, ଉଭୟଙ୍କ ଭବିଷ୍ୟତ ପାଇଁ ସବୁ ପ୍ରକାରର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଗଣ୍ଡା ଜନଜାତି । ତେବେ ସୁପ୍ରିମ କୋର୍ଟ ସମଲିଙ୍ଗି ବିବାହକୁ ସ୍ବୀକୃତି ଦେଇ ଶ୍ରଇଛନ୍ତି । ଗୋଟିଏ ପକ୍ଷରୁ ପରିବାର ଓ ଗ୍ରାମ ବାସୀ ମଧ୍ୟ ଉଭୟ ଙ୍କୁ ଗ୍ରହଣ କରି ସାରିଛନ୍ତି ।

ଏବେ ଅନ୍ୟ ପକ୍ଷରୁ ପରିବାର କଣ ନିସ୍ପତି ନେଉଛନ୍ତି ତାହା ଉପରେ ରହିଛି ସମସ୍ତଙ୍କର ନଜର । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ପ୍ରେମ କାହାଣୀ କୁ ନେଇ କଣ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *