Special Story: ପ୍ରେମ ପାଇଁ ରାଜକୁମାରୀ ଛାଡିବେ ରାଜକୀୟ ସୁଖ, ବିତାଇବେ ଏକ ସାଧାରଣ ଜୀବନ, ଦେଖନ୍ତୁ Video

ପ୍ରେମ ଏହି ଦୁନିଆର ସବୁଠୁ ସୁନ୍ଦର ଅନୁଭବ ମଧ୍ୟରୁ ଗୋଟିଏ ଅଟେ ବୋଲି କୁହାଯାଏ । କିନ୍ତୁ ପ୍ରେମକୁ କିଏ କେଉଁଭଳି ଦେଖେ ଏହା ସେହି ବ୍ୟକ୍ତି ଉପରେ ହିଁ ନିର୍ଭର କରିଥାଏ । ପ୍ରେମ କେତେବେଳେ କାହା ସହ ହୋଇଯିବ ଏହା ବିଷୟରେ କହିବା ବହୁତ କଷ୍ଟକର । ଯିଏ ହୃଦୟର ସହିତ ପ୍ରେମ କରିଥାଏ ତାକୁ ଜାତି, ଧର୍ମ, ଉଚ୍ଚ, ନିଚ୍ଛ, ଧନୀ ଓ ଗରିବ କିଛି ବି ନଜର ଆସେ ନାହିଁ । ପ୍ରେମ ପାଇଁ କେବଳ ଦୁଇ ଜଣଙ୍କ ସୁନ୍ଦର ହୃଦୟ ଦରକାର ।

ଆଜି ଆମେ ଏମିତି ଏକ ପ୍ରେମ କାହାଣୀ ବିଷୟରେ ଆପଣଙ୍କୁ କହିବୁ ଯାହା କି ପ୍ରେମ ପ୍ରତି ଥିବା ଆପଣଙ୍କ ଚିନ୍ତାଧାରାକୁ ପୂରାପୂରି ବଦଳାଇ ଦେବ । ଜାପାନର ରାଜକୁମାରୀ ନିଜର ପ୍ରେମୀ ପାଇଁ ନିଜର ରାଜଉଆସ ଛାଡିବା ପାଇଁ ବି ପ୍ରସ୍ତୁତ ଅଛନ୍ତି ।

ରାଜକୁମାରୀ ମାକୋ ରାଜକୀୟ ଜୀବନଶୈଳୀକୁ ତ୍ୟାଗ କରି ଜାପାନର ଏକ ସାଧାରଣ ଯୁବକ କେଇ କମ୍ରୋଙ୍କୁ ବିବାହ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ପୁରା ଦେଶରେ ଏହାକୁ ନେଇ ଚର୍ଚା ଚାଲିଛି । ସମସ୍ତ ପ୍ରକାରର ଭେଦ ଭାବ ଭୁଲି ମାକୋ ସେହି ଯୁବକକୁ ବିବାହ କରିବେ ବୋଲି ସମସ୍ତଙ୍କ ସାମ୍ନାରେ ଘୋଷଣା କରିସାରିଛନ୍ତି । ଜାପାନର ଆଇନ ଅନୁସାରେ ଏହି ସାଧାରଣ ଯୁବକକୁ ବିବାହ କରିବା ରାଜବଂଶୀୟ ମହିଳାଙ୍କୁ ମିଳୁଥିବା ସମସ୍ତ ପ୍ରକାରର ସୁବିଧାରୁ ମାକୋ ବଞ୍ଚିତ ହେବେ ।

କିନ୍ତୁ ଏହି ଆଇନ ରାଜବଂଶୀୟ ପୁରୁଷମାନଙ୍କ ନିକଟରେ ଲାଗୁ ହୋଇ ନ ଥାଏ । ମାକୋ ହେଉଛନ୍ତି ଜାପାନର ବର୍ତ୍ତମାନ ରାଜା ନରୁହିତୋଙ୍କ ଭାଇ ସମ୍ରାଟ ଆକିଶିନୋଙ୍କ ବଡ ଝିଅ । କହିବାକୁ ଗଲେ ଗୋଟିଏ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ମାକୋ ଏହି ବିବାହ ବିଷୟରେ ସମସ୍ତଙ୍କୁ କହିଛନ୍ତି । ସେ ଏହା ବି କହିଛନ୍ତି କି ବିବାହକୁ ନେଇ ସେ ବହୁତ ଖୁସି ଅଛନ୍ତି । କହିଦେଉଛୁ କି ପ୍ରାୟତଃ ୩ ବର୍ଷ ପୂର୍ବରୁ କେଇ କେମୁରୋ ରାଜକୁମାରୀଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।

ଶେଷରେ କେମୁରୋଙ୍କ ପ୍ରେମକୁ ବୁଝିପାରି ମାକୋ ତାଙ୍କୁ ବିବାହ କରିବା ପାଇଁ ନିଷ୍ପତି ନେଇଛନ୍ତି ଓ ସମସ୍ତ ସୁଖ ସୁବିଧା ତ୍ୟାଗ କରିବା ପାଇଁ ବି ନିଷ୍ପତି ନେଇଛନ୍ତି । ପ୍ରେମ ପାଇଁ ପ୍ରାୟତଃ ବହୁତ ଲୋକ ବହୁତ କିଛି କରି ଦିଅନ୍ତି ।

ଯେମିତି କି କିଏ ନିଜର ଧର୍ମ ପରିବର୍ତ୍ତନ କରିଦିଏ ତ କିଏ ନିଜର ଜନ୍ମ ଭୂମି ଛାଡି ଅନ୍ୟ ସ୍ଥାନକୁ ଚାଲି ଯାଏ । ପ୍ରେମ ମଣିଷକୁ ଏକ ପ୍ରକାରର ଅନ୍ଧ କରିଦିଏ । ମାକୋ ଓ କେମୁରୋଙ୍କ ବିବାହ ତାରିଖ ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା ହୋଇ ନାହିଁ । କିନ୍ତୁ କୁହାଯାଉଛି କି ବିବାହ ପରେ ଦୁଇ ଜଣ ଆମେରିକାରେ ରହିବେ ।

Leave a Reply

Your email address will not be published. Required fields are marked *