ପ୍ରେମ କଣ ? ପ୍ରେମର ଏହି ସତ୍ୟତା କେହି ଆପଣଙ୍କୁ କହିନଥିବେ- Krishna Vani

ପ୍ରେମ କାହାକୁ କୁହାଯାଏ ? ପ୍ରେମରେ ଏତେ ଗୁଡିଏ ଝଗଡା କାହିଁକି ହୋଇଥାଏ ? ପ୍ରେମରେ ହୃଦୟକୁ ଏତେ ଆଘାତ କଣ ପାଇଁ ହୋଇଥାଏ ? ପ୍ରେମରେ ଦୁହେଁ ପରସ୍ପରକୁ ଧୋକା କଣ ପାଇଁ ଦେଇଥାନ୍ତି ? ପ୍ରେମ-ସାଧାରଣତ ଆମେ ବହୁତ ଚଳଚିତ୍ରରେ ଦେଖିବାକୁ ପାଇଥାଉ । ଚଳଚିତ୍ରରେ ଦେଖିଲେ ମଧ୍ୟ ବାସ୍ତବ ଜୀବନରେ ଏହା ସମସ୍ତଙ୍କୁ କେଉଁଠି ନା କେଉଁଟି କାହା ସହିତ ହୋଇଥାଏ । ଅଧିକାଂଶ ଷ୍ଟୋରି ରେ ଆମେ ଦେଖିବାକୁ ପାଇଥାଉ ଯେ ପ୍ରେମର କୌଣସି ସର୍ତ୍ତ ନଥାଏ ମାତ୍ର ବାସ୍ତବରେ ଏପରି ହୋଇନଥାଏ । ଆସନ୍ତୁ ଜାଣିବା ପ୍ରେମ ବିଷୟରେ ।

ଯେଉଁ କ୍ଷେତ୍ରରେ ଆପଣ ନିଜ ଜୀବନ ସାଥି ଠାରୁ ବିନା ସ୍ଵାର୍ଥ ମୂଳକ ପ୍ରେମର ଆଶା କରିଥାନ୍ତି । କିନ୍ତୁ ସେ ସବୁ ଓଲଟ ହେଇଥାଏ । ଆପଣଙ୍କ ପ୍ରେମିକ ହେଉ କିମ୍ବା ଆପଣଙ୍କ ପତ୍ନୀ ପ୍ରତ୍ୟକ କ୍ଷେତ୍ରରେ ନିଜକୁ ବଦଳେଇବାକୁ ପଡିଥାଏ । ଏହି କ୍ଷେତ୍ରରେ ଆପଣ କିଛି ନକରି ସବୁକିଛି ପାଇବାର ଆଶା ରଖନ୍ତୁ ନାହିଁ । ପ୍ରତ୍ୟକ କ୍ଷେତ୍ରରେ ନିଜକୁ ସାବ୍ୟସ୍ତ କରିବାର ଅଛି । ଜଣେ ସ୍ବାମୀଙ୍କୁ ନିଜ ସ୍ତ୍ରୀ ପାଇଁ ସେହିଭଳି ଜଣେ ପ୍ରେମିକ କୁ ଜଣେ ପ୍ରେମିକା ପାଇଁ ବହୁତ କିଛି ସାବ୍ୟସ୍ତ କରିବାକୁ ପଡିଥାଏ ।

ପ୍ରତ୍ୟକ କ୍ଷେତ୍ରରେ ନିଜକୁ ସାବ୍ୟସ୍ତ କଲେ ହିଁ ଆପଣଙ୍କ ସମ୍ପର୍କ ଭଲରେ କଟିଥାଏ । ପ୍ରେମର ୨ଟି ଭାଷା ହେଇଥାଏ, ଗୋଟିଏ ଗଭୀର ହୋଇଥାଏ ଅପର ପାର୍ଶ୍ଵରେ ଅନ୍ଯଟି ବ୍ରାଇଟ ହେଇଥାଏ । ଆପଣ ପ୍ରଥମ ଥରରେ କାହାକୁ ଦେଖି ପସନ୍ଦ କରି ଥାନ୍ତି, ତାହା ଆଟ୍ରକଶନ ହୋଇଥାଏ । ଏହାପରେ ଆପଣଙ୍କ ହୃଦୟ କାହା ହୃଦୟ ସହିତ ବନ୍ଧାହେଲେ ତାହାକୁ ଭରସା କରିବାକୁ ଲାଗେ । ତାକୁ ଏଟାଚମେନ୍ଟ କୁହାଯିବ । ଏବଂ ଏଭଳି ପରିସ୍ଥିତି ମଧ୍ୟ ହେଇଥାଏ ଯେ ଏହି ମଣିଷଟି ଆମକୁ ଦରକାର ମାନେ ଦରକାର ।

ତେବେ ତାହା ଏଡିକ୍ଶନ ହେଇଥାଏ । ପ୍ରେମର ଗଭୀର ପାର୍ଶ୍ଵ ଏହା ଅଟେ,ଯେଉଁ କ୍ଷେତ୍ରରେ ଆମ ମନପସନ୍ଦ ଜୀବନ ସାଥି ଆମକୁ ମିଳିନଥାଏ, ତାଙ୍କ ପ୍ରତି ସନ୍ଦେହ ହେଇଥାଏ ଏବଂ ସବୁକିଛି ଧୀରେ ଧୀରେ ହରେଇବାକୁ ବସିଥାନ୍ତି । ଏହାକୁ ପ୍ରେମ ସମ୍ପର୍କର ଡାର୍କ ସାଇଡ ଅଥବା ଗଭୀର ଭାବ ବୋଲି କୁହାଯାଏ । ଏହା ଫଳରେ ଆପଣ ପ୍ରେମ ସମ୍ପର୍କରେ ହାରିଯାନ୍ତି । ଆପଣଙ୍କୁ ପ୍ରତାରଣା,ଆଘାତ ମିଳିଥାଏ । ଏହା ମଧ୍ୟ ହେଇଥାଏ ଯେ ଅନ୍ୟ ଜଣକ ଆପଣଙ୍କର କୌଣସି ଏକ ବ୍ୟବାହରେ ରାଗି ଆପଣଙ୍କୁ ଛାଡି ଚାଲିଯାଉଥାଏ ।

ତେବେ କଣ ଏହି କଥା ଗୁଡ଼ିକକୁ ଆଧାର କରି ଆମକୁ ସମ୍ପର୍କ ନରଖିବା ଦରକାର ? ଏହା ସବୁବେଳେ ସମାନ ଅଟେନି କାରଣ ସବୁ ମଣିଷ ଜଣକ ଭଳି ହୋଇନଥାଏ । ଏହା ଜରୁରୀ ନୁହେଁ ଯେ ଜଣେ ମଣିଷ ଯଦି ଧୋକା ଦେଲା ସମସ୍ତେ ଧୋକା ଦେବେ । ଏବେ ଆସନ୍ତୁ ଜାଣିବା ପ୍ରେମର ବ୍ରାଇଟ ସାଇଡ, ଯେଉଁ ବ୍ୟକ୍ତି ଆପଣଙ୍କୁ ପ୍ରେମ କରୁଛି ସେ ଆପଣଙ୍କ ପାଇଁ କିଛିଭି କରିବାକୁ ରାଜି ହେଇଥାଏ । ସବୁ ପରିସ୍ତିତିରେ ଆପଣଙ୍କ ସାଥ ଦେଇଥାଏ ।

ଆପଣଙ୍କୁ ସ୍ପେଶାଲ ଫୀଲ କରାଇବା ପାଇଁ ବହୁତ କିଛି କରିଥାଏ । ସେହି ଭଳି ବ୍ୟକ୍ତି ଆପଣଙ୍କୁ ବହୁତ ପ୍ରେମ କରିଥାନ୍ତି । ଆପଣଙ୍କର ସବୁ ସୁଖ-ଦୁଖ ତଥା ପସନ୍ଦ ନାପସନ୍ଦର ସେ ଦାଇତ୍ଵ ରଖିଥାଏ । ଆପଣଙ୍କୁ ବିଶ୍ଵାସ କରାଇଥାଏ,ଯେ ସେ ଆପଣଙ୍କ ସାଙ୍ଗରେ ଅଛି । ଯଦି ଆପଣ ସଚୋଟ ଅଟନ୍ତି ତେବେ ବିଶ୍ଵାସ ରଖନ୍ତୁ ଆପଣଙ୍କ ଜୀବନରେ ଗୋଟିଏ ଉତ୍ତମ ଜୀବନ ସାଥି ନିଶ୍ଚୟ ଆସିବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *