ପ୍ରେମିକାକୁ ଦେଖା କରିବା ପାଇଁ ଆସିବା ପଡିଲା ମହଙ୍ଗା, ଲୋକେ ମାନେ କଲେ କିଛି ଏମିତି କି… ପଢନ୍ତୁ ସମ୍ପୁର୍ଣ୍ଣ ଘଟଣା

ଆଜିର ସମୟରେ ଆମେ ଯୁଆଡେ ବି ଯିବା ପ୍ରେମିଯୁଗଳଙ୍କୁ ଦେଖିବାକୁ ପାଇବା । ସମସ୍ତେ  ଚାହାଁନ୍ତି କିପରି ସେମାନେ ସେମାନଙ୍କ ପ୍ରେମିକ ବା ପ୍ରେମିକା ସହ ସମୟ ଅତିବାହିତ କରିବେ । କିନ୍ତୁ ଯୁବପିଢିଙ୍କ ଏପରି ମିଳା ମିଶାକୁ ନେଇ ଲୋକଙ୍କ ମତ ଭିନ୍ନ ଭିନ୍ନ ଥାଏ । ଏହି ପ୍ରେମିଯୁଗଳ ମାନଙ୍କୁ ନେଇ ଗୋଟେ ଘଟିଥିବା ଦୁର୍ଘଟଣା ବିଷୟରେ ଅବଗତ କରାଇବୁ । ଘଟଣାଟି ଏତେ ଭୟଙ୍କର ହେଇ ଯାଇଛି ଯେ ଏବେ ଏହା ଶାସନ-ପ୍ରଶାସନ ଉପରେ ପ୍ରଶ୍ନ ଉଠିଯାଇଛି ।

ତେବେ ଆସନ୍ତୁ ଜାଣିବା ଘଟଣାଟି ବିଷୟରେ । କଥାଟି ହେଉଛି ରାଜସ୍ଥାନର କରୋଲି ଜିଲ୍ଲା ଅବସ୍ଥିତ ଗଙ୍ଗାପୁର ସହରର ।

ସେଠାରେ ଗୋଟେ ପ୍ରେମିଯୁଗଳ ପରସ୍ପର ସମୟ ଅତିବାହିତ କରୁଥିବାବେଳେ ପାଖାପାଖି ୬ ଜଣ ସ୍ଥାନୀୟ ଲୋକ ସେମାନଙ୍କୁ ମାଡ ମାରିବା ସହ ସେମାନଙ୍କ ସହ ଦୁର୍ବ୍ୟବହାର କରିଥିଲେ ଏବଂ ଏତିକି ନୁହଁ କିଛି ଲୋକ ସେ ଝିଅ ସହ ଜୋର ଜବରଦସ୍ତି ମଧ୍ୟ କରିଥିଲେ ।

ଏହି ସମ୍ପୂର୍ଣ ଘଟଣାର ଭିଡିଓ ବନେଇ ସୋସିଆଲ ମିଡିଆ ମଧ୍ୟ ଛାଡି ଦେଇଥିଲେ । ଏହା ପରେ ଏହି ଭିଡିଓ ପ୍ରଶାସନ ପାଖରେ ପହଞ୍ଚିଗଲା । ଭିଡିଓ ପାଇବାପରେ ପ୍ରଶାସନ ତତକ୍ଷଣାତ ପଦକ୍ଷେପ ନେଲେ । ସମ୍ପୂର୍ଣ ଘଟଣାଟି ଦେଖିବାପରେ ଭରତପୁର ଆଇଜି ଏଇ ଘଟଣା ଉପରେ ତଥ୍ୟ ସଂଗ୍ରହ କରିବାକୁ ଜଡିତ ଟୀମକୁ ଜରୁରୀ ଆଦେଶ ଦେଲେ ।

ଆଇଜି ତୁରନ୍ତ ପୁରା ଘଟଣା ଉପରେ କାର୍ଯାନୁଷ୍ଠାନ କରିବା ପାଇଁ କରୋଲି ଏସପିଙ୍କୁ ଆଦେଶ ଦେଲେ ଏଥି ସହ ଆଇଟି ଏକ୍ସପର୍ଟ ଓ ସାଇବର ସେଲ କୁ ଘଟଣା ଉପରେ ଯାଞ୍ଚ କରିବାକୁ ଆଦେଶ ଦେଲେ । ତଥାପି ଏବେଯାଏଁ ପୋଲିସର ହାତ ଖାଲି ଅଛି ଓ ଅପରାଧିକୁ ଖୋଜୁଛି ।

Leave a Reply

Your email address will not be published. Required fields are marked *