ନମସ୍କାର ବନ୍ଧୁଗଣ । ବାୟୁସେନାର ୱିଙ୍ଗ କମାଣ୍ଡର ପୃଥି ସିଂ ଚୌହାନଙ୍କ ଶେଷ ଫନ ତାଙ୍କ ବାପାଙ୍କୁ କରିଥିଲେ ଯେଉଁଥିରେ ସେ ବହୁତ ଜଲ୍ଦି ଘରକୁ ଫେରି ତାଙ୍କର ଆଖି ଅପରେସନ କରିବେ ବୋଲି କହିଥିଲେ । ତାଙ୍କର ତାମିଲନାଡୁ କୁନୁର ହେଲିକପ୍ଟର ଦୁର୍ଘଟଣାରେ ପରଲୋକ ଘଟିଛି । ନିଜର ୭୫ ବର୍ଷୀୟ ବୃଦ୍ଧ ବାପାଙ୍କ ସହ ପୃଥୁ ଶେଷ ଥର ପାଇଁ କଥା ହେବା ପରେ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପ୍ରତିଶ୍ରୁତି ହୋଇ ରହିଗଲା ।
କାରଣ ବୃଦ୍ଧ ବାପାଙ୍କ ପୁଅ ପୃଥି ସିଂ ଆଉ ଘରକୁ ଫେରିବେନି ବରଂ ତାଙ୍କର ମୃତ ଶରୀର ଫେରିବ । ତାଙ୍କ ଘର ଆଗ୍ରାରେ । ପୁଅର ମୃ-ତ୍ୟୁ ଖବର ଶୁଣିବା ପରେ ପୃଥୁଙ୍କ ଘରେ ପଡୋଶୀଙ୍କ ଗହଳି ହେବା ସହ ତାଙ୍କ ମା ସତେ ଯେପରି ପାଗଳି ହୋଇ ଯାଇଛନ୍ତି । ନିଜ ପୁଅକୁ ହରାଇ କାନ୍ଦୁଛନ୍ତି ମା । ଅନ୍ୟ ପଟେ କୋହରେ କଥା କହିପାରୁ ନାହାନ୍ତି ବୃଦ୍ଧ ବାପା ।
ପୃଥୁଙ୍କ ପରିବାର କହିବାକୁ ଗଲେ ତାଙ୍କ ବାପା ମା ଓ ତାଙ୍କ ୪ ଭଉଣୀ । ସେ ତାଙ୍କ ଭଉଣୀଙ୍କ ମଧ୍ୟରୁ ସବା ସାନ ପୁଅ ଥିଲେ । ବାପା ମାଙ୍କର ଏକମାତ୍ର ସାହା ଭରସା ଥିଲେ ପୃଥି ସିଂ । କିନ୍ତୁ ଏବେ ବୁଢା ବାପା ମାଙ୍କୁ ଏକ କରି ଚାଲିଗଲେ ପୃଥି । ଶେଷ ଥର ପାଇଁ ସେ ରାକ୍ଷୀ ପୂର୍ଣ୍ଣିମାରେ ଘରକୁ ଆସିଥିଲେ ।
ଆଉ ଥରେ ଘରକୁ ଫେରିଲେ ବହୁତ କିଛି କାମ କରିବେ ବୋଲି କହି ଯାଇଥିଲେ ପୃଥି । ଯେଉଁ କଥା ତାଙ୍କର କଥାରେ ରହି ଯାଇଛି । ଯାହାକୁ କେବେ ପୃଥି ଆଉ ପୁରା କରି ପାରିବେ ନାହି । ପୃଥିଙ୍କ ଆମ କହିଛନ୍ତି ଯେ ଦୀର୍ଘ ୧୦ ଦିନ ହେବ ସେ ତାଙ୍କ ପୁଅଙ୍କ ସହ ଫୋନରେ କଥା ହୋଇଥିଲେ ।
ସେ ଶେଷ ଥର ପାଇଁ ରାକ୍ଷୀ ପୂର୍ଣ୍ଣିମାରେ ତାଙ୍କ ଭଉଣୀ ମାନଙ୍କ ଠାରୁ ରାକ୍ଷୀ ପିନ୍ଧିବାକୁ ଘରକୁ ଆସିଥିଲେ । ତାହା ପୁଣି ଦୀର୍ଘ ୨୧ ବର୍ଷ ପରେ । ଗତ କାଲି ବାୟୁସେନା ହେଲିକପ୍ଟର ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ସିଡିଏସ ବିପିନ ରାୱତଙ୍କ ସହ ତାଙ୍କର ସ୍ତ୍ରୀ ଙ୍କ ସହ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ହେଲିକପ୍ଟର ଉଡାଇ ଥିଲେ କମାଣ୍ଡର ପୃଥି ସିଂ ଚୌହାନ । ଏହି ଘଟଣା ପରେ ସ୍ତବ୍ଧ ହୋଇ ଯାଇଥିଲା ଭାରତ ।
କାରଣ ଗୋଟିଏ ଦିନରେ ଭାରତ ହରାଇଥିଲା ଅନେକ ବୀର ଓ ଦକ୍ଷ ସେନାଙ୍କୁ । ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେଉଁ ହେଲିକପ୍ଟର MI.17-V5 ଯାହା ବେଶ ସୁରକ୍ଷିତ ଥିଲା ତେବେ ଏଥିରେ ଦୁର୍ଘଟଣା କେମିତି ଘଟିଲା । ଏହି ହେଲିକପ୍ଟର ଉନିଙ୍ଗ କମାଣ୍ଡ ପୃଥି ସିଂ ଚୌହାନ ଥିଲେ ବେଶ ଦକ୍ଷ କମାଣ୍ଡର । ବାୟୁସେନାର ଅନେକ ଦକ୍ଷ କମାଣ୍ଡରଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ଏହି ହେଲିକପ୍ଟର ଉଡାଇବାରେ ସେ ମାହିର ମଧ୍ୟ ଥିଲେ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।