ଓଲିଉଡ ଅଭିନେତ୍ରୀ Priya Choudhury ଙ୍କ ରିୟଲ ଲାଇଫ Family & Biography

ବନ୍ଧୁଗଣ ସମସ୍ତେ ଓଲିଉଡ ଇଣ୍ଡଷ୍ଟ୍ରୀ ବିଷୟରେ ଜାଣିଛନ୍ତି । ଓଲିଉଡ ଇଣ୍ଡଷ୍ଟ୍ରୀର ନାୟିକା ‘ପ୍ରିୟା ଚୌଧରୀଙ୍କୁ” ପ୍ରାଏ ସମସ୍ତେ ଚଳଚ୍ଚିତ୍ରରେ ଦେଖି ଆସିଛନ୍ତି । ସେ ବହୁତ କମ୍ ସମୟରେ ଓଡିଆ ଚଳଚ୍ଚିତ୍ର ଦୁନିଆରେ ନିଜର କାରିୟର ଆରମ୍ଭ କଲେ । ତାଙ୍କ ଅଭିନୟକୁ ବହୁତ ଦର୍ଶକ ପସନ୍ଦ କରିଛନ୍ତି । ଅଭିନୟ କରିବା ସମେତ ତାଙ୍କର ବ୍ୟବହାର ମଧ୍ୟ ଉତ୍ତମ ଧରଣର ଅଟେ । ସେ ଜଣେ ଭଲ ନାୟିକା ହେବା ସଙ୍ଗେ ସଙ୍ଗେ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି । ଆସନ୍ତୁ ତେବେ ତାଙ୍କ ପରିବାର ଏବଂ ତାଙ୍କ ବିଷୟରେ କିଛି କଥା ଜାଣିବା ।

ବନ୍ଧୁଗଣ ଅଭିନେତ୍ରୀ “ପ୍ରିୟା ଚୌଧୁରୀ” ବର୍ତମାନ ଆଉ କୌଣସି ଚଳଚ୍ଚିତ୍ରରେ ଦେଖିବାକୁ ମିଳୁନାହାନ୍ତି । ଏହାର କାରଣ ସେ ନିଜର ପାରିବାରିକ ଜୀବନରେ ଅଧିକ ବ୍ୟସ୍ତ ଅଛନ୍ତି । ବନ୍ଧୁଗଣ “ପ୍ରିୟା ଚୌଧୁରୀ” ଜଣେ ଅଭିନେତ୍ରୀ ସଙ୍ଗେ ଜଣେ ମଡେଲ ମଧ୍ୟ ଅଟନ୍ତି । ସେ ୧୯୮୯ ମସିହାର ୨୫ ଜୁଲାଇରେ ଜନ୍ମ ଲାଭ କରିଥିଲେ । ବର୍ତମାନ ତାଙ୍କ ବୟସ ୩୦ ବର୍ଷରେ ପହଞ୍ଚିଛି । “ପ୍ରିୟା ଚୌଧୁରୀ” ଓଡିଶାର ଭୁବନେଶ୍ଵରରେ ଜନ୍ମ-ଲାଭ କରିଥିଲେ । ସେ ଜଣେ ହିନ୍ଦୁ ନାରୀ ଅଟନ୍ତି । ଉତ୍ତମ ଖାଇବା, ସମସ୍ତଙ୍କୁ ଚକିତ କରିଦେଉଥିବା ଭଳି ଉତ୍ତମ ପୋଷାକ ପିନ୍ଧିବା, ଏବଂ ଫ୍ୟାସନ ଡିଜାଇନିଙ୍ଗରେ ତାଙ୍କର ରୁଚି ରହିଛି ।

ବନ୍ଧୁଗଣ ଅଭିନେତ୍ରୀ “ପ୍ରିୟା ଚୌଧୁରୀ” ଓଡିଆ ଚଳଚ୍ଚିତ୍ର “ଡ୍ରିମ ଗାର୍ଲ” ଜରିଆରେ ଫିଲ୍ମି ଦୁନିଆକୁ ଆସିଥିଲେ । ବନ୍ଧୁଗଣ ସେହି ଚଳଚ୍ଚିତ୍ରରୁ ଦର୍ଶକ ବନ୍ଧୁ ପ୍ରିୟାକୁ ଜାଣିବାକୁ ଲାଗିଲେ । ଏହାପରେ ୨୦୦୯ ମସିହାରେ “ଅନୁଭବ”ଙ୍କ ସହିତ ‘ଅଭିମନ୍ୟୁ’ ଚଳଚ୍ଚିତ୍ରରେ ନିଜର ଭୂମିକା ଦେଖାଇଥିଲେ । ଏହି ଚଳଚ୍ଚିତ୍ରଟିରେ ତାଙ୍କର ଅଭିନୟ ସମସ୍ତଙ୍କ ପ୍ରଶଂସାର କାରଣ ହୋଇଥିଲା । କ୍ରମଶ ଏହାପରେ “ତୋ ବାଟା ଚାହିଁଞ୍ଚି ରାତିସାର” ଚଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କର ଅଭିନୟ ଏହି ଚଳଚ୍ଚିତ୍ରରେ ଦର୍ଶକ ମାନଙ୍କୁ ବେସ୍ ପସନ୍ଧ ଆସିଥିଲା ।

ଏହା ବ୍ୟତିତ ତାଙ୍କର ଚଳଚ୍ଚିତ୍ର ‘ରୁମ୍କୁଝୁମାନ’, ‘ଗୁଡ୍ ବୟ’, ‘ଦୋସ୍ତି’, ‘ଚାନ୍ଦିନୀ ଆଇ ମିସ ୟୁ’, ‘ହିରୋ ମେଘ ସବାରୀରେ ଆସିବ ଫେରି’, ‘ଦିଲ ତତେ ଦେଇଛି’, ‘ଆଲୋ ମୋର କଣ୍ଢେଇ’, ଆଦି ଚଳଚ୍ଚିତ୍ର ଗୁଡିକୁ ଦର୍ଶକ ମାନେ ବେସ୍ ଭଲ ଭାବେ ଦେଖି ପ୍ରଶଂସା କରିଥିଲେ । ବନ୍ଧୁଗଣ ପ୍ରିୟାଙ୍କର ଉଚ୍ଚତା ହେଉଛି ୫’୬ । ତାଙ୍କର ଓଜନ ରହିଛି ୬୦ । ସେ ନିଜର ଶରୀର ପ୍ରତି ଅତ୍ୟନ୍ତ ଧ୍ୟାନ ରଖିଥାନ୍ତି । ନିଜକୁ ସର୍ବଦା ଫିଟ ରଖି ଆସିଛନ୍ତି । ବନ୍ଧୁଗଣ ପ୍ରିୟାଙ୍କର ବାପାଙ୍କ ନାମ- “ପ୍ରତାବ ଚୌଧୁରୀ” ଏବଂ ମାଙ୍କ ନାମ- “ଗୀତାଞ୍ଜଳି ଚୌଧୁରୀ” ।

“ପ୍ରିୟା ଚୌଧୁରୀ” ‘ଉତ୍କଳ ଈଊନିଭର୍ସିଟି’ରେ ନିଜର ଗ୍ରାଜୁଏଟସନ ସମାପ୍ତ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଯେ ପ୍ରିୟା ଚୌଧୁରୀ ବିବାହ ମଧ୍ୟ କରିସାରିଛନ୍ତି । ଏବଂ ବର୍ତମାନ ସମୟରେ ପ୍ରିୟାଙ୍କର ଗୋଟେ ଛୋଟ ବେବି ବୟ ମଧ୍ୟ ହୋଇଛି । ବନ୍ଧୁଗଣ ଏହାଥିଲା ଅଭିନେତ୍ରୀ “ପ୍ରିୟା ଚୌଧୁରୀ’ଙ୍କ ବିଷୟରେ । ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *