ନମସ୍କାର ବନ୍ଧୁଗଣ । ପ୍ରେମ ହେଉଛି ଅଢେଇ ଅକ୍ଷର । ପ୍ରେମ ହେଉଛି ଚିରନ୍ତନ ସତ୍ୟ । ଯେଉଁ ବ୍ୟକ୍ତି ପ୍ରେମ କରିଛି ସେ ତାର ପରିଭାଷାକୁ ଭଲ ଭାବେ ବୁଝିପାରେ । ତେବେ ଆଜିର ଆମର ବିଷୟ ବସ୍ତୁ ପ୍ରେମକୁ ନେଇ ରହିଛି । ବ୍ରିଟେନର ଜଣେ ପ୍ରେମୀ ଯୁଗଳ ଏମିତି କିଛି କରିଛନ୍ତି ଯାହାକୁ ନେଇ ବର୍ତ୍ତମାନ ଖୁବ ଜୋରସୋର ରେ ଚର୍ଚ୍ଚା ଚାଲିଛି । ସୂଚନା ଅନୁସାରେ ପ୍ରେମିକ ଜଣକ ନିଜ ପ୍ରେମିକାଙ୍କୁ ଯେଉଁ କଥା ଦେଇଥିଲେ ତାହା ପୁରା କରିଛନ୍ତି ।
ବ୍ରିଟେନର ଜେଣ ୩୪ ବର୍ଷୀୟ ଯୁବକ ଗର୍ଡ ପିଟର୍ସ ଓ ୨୮ ବର୍ଷୀୟ ଯୁବତୀ ଏନ ଲେଗେନଙ୍କ ସହ ଯେଉଁ ଘଟଣାକୁ ସାମନାକୁ ଆସିଛି ତାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରେମିକା ଏନ ଲେଗେନଙ୍କ କାର ଦୁର୍ଘଟଣା ହୋଇଥିଲା । ଗୁଟୁର ଭାବେ ତାଙ୍କୁ ହସପିଟାଲରେ ଭର୍ତ୍ତି କରା ଯାଇଥିଲା । କିନ୍ତୁ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବା ସହ ତାଙ୍କର ବଞ୍ଚିବା କଷ୍ଟସାଧ୍ୟ ବୋଲି ଡାକ୍ତର ମାନେ ସୂଚନା ଦେଇଥିଲେ । ଏହି କଥା ଶୁଣିବା ପରେ ପ୍ରେମିକ ଗର୍ଗଙ୍କ ପାଦ ତଳୁ ମାଟି ଖସି ପଡିଥିଲା ।
ନିଜ ପ୍ରେମିକାଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହା କେମିତି ପୁରା କରିବେ ତାହା ପ୍ରେମିକ ଜଣକ କିଛି ଭାବି ପାରୁ ନ ଥିଲେ । ନିଜ କଥାକୁ କିପରି ଭାବେ ପୂରଣ କରିବେ ତାହା ନେଇ ପ୍ରେମିକ ଜଣକ ଚିନ୍ତା ରେ ପଡି ଯାଇଥିଲେ । ପ୍ରେମିକ ଜଣକ ନିଜ ପ୍ରତିଶ୍ରୁତି ରକ୍ଷା କରିବାକୁ ଯାଇ ପ୍ରେମିକାଙ୍କୁ ହସପିଟାଲରେ ବିବାହ କରିବାକୁ ଡାକ୍ତରଙ୍କୁ କହିଥିଲେ । କିନ୍ତୁ ଏହା ସମ୍ଭବ ନୁହେଁ ବୋଲି ଡାକ୍ତର କହିଥିଲେ । କିନ୍ତୁ ପରେ ଡାକ୍ତର ରାଜି ହୋଇଥିଲେ । ଆସିୟୁ ଭିତରେ ରହି ଗର୍ଗ ପିଟର୍ସ ଓ ଏନ ଲେଗେନଙ୍କର ବିଧିବଦ୍ଧ ଭାବେ ବିବାହ ସମ୍ପନ୍ନ ହୋଇଥିଲା ।
ଏବେ ଦୁହିଙ୍କର ବିବାହକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଛି । ସୂଚନା ଯୋଗ୍ୟ କି ଅଫିସକୁ ଯିବା ବେଳେ ଏନଙ୍କ କାର ଅନ୍ୟ ଏକ ଗାଡି ସହ ଧକ୍କା ହୋଇଥିଲା । ଏହା ପରେ ଏନା ଗୁରୁତର ଅବସ୍ଥାରେ ହସପିଟାଲରେ ଆଡମିସନ ହୋଇଥିଲେ । କିନ୍ତୁ ଦୁଖର ବିଷୟ ହେଉଛି ଏନଙ୍କର ମୃ-ତ୍ୟୁ ଘଟିଛି । କିନ୍ତୁ ତାଙ୍କ ଶରୀରର ଅନେକ ଅଙ୍ଗ ଦାନ କରା ଯାଇଛି ଯାହା ଅନ୍ୟ ଲୋକଙ୍କର ଜୀବନ ରକ୍ଷା କରି ପାରିବ ବୋଲି ଗର୍ଗ କହିଛନ୍ତି । ତେବେ ଏହି ପ୍ରେମ କାହାଣୀ ସବୁ ଦିନ ପାଇଁ ଏକ ଉଦାହରଣ ହୋଇ ପ୍ରେମି ଯୁଗଳଙ୍କ ପାଇଁ ରହିବ ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।