ଆପଣମାନେ ସମସ୍ତେ ୨୬ ମଇ ୨୦୨୧ରେ ପଡୁଥିବା ଚନ୍ଦ୍ର ଗ୍ରହଣ ବିଷୟରେ ଅବଗତ ଥିବେ ବୋଲି ମୋର ଆଶା । ଆପଣମାନେ ଏହା ମଧ୍ୟ ଜାଣିଥିବେ ଯେ ଏହି ଦିନ ସମ୍ଭାବ୍ଯ ବାତ୍ୟା ୟଶ ସ୍ଥଳଭାଗ ଛୁଇଁବାର ଅଛି ।
ତେବେ କଣ ରହିବ ଏହି ଦିନର ମହତ୍ଵ? ଆମପାଇଂ ଏହିଦିନ କେତେ ଶୁଭ ରହିବ ଓ କେତେ ବିପଦପୂର୍ଣ । ଏହିପରି ବହୁତ ଆଶଙ୍କା ଆପଣଙ୍କ ମନରେ ଉଙ୍କି ମାରୁଥିବ । ତେବେ ବ୍ୟସ୍ତ ହେବାର କୌଣସି କାରଣ ନାହିଂ, ଆମେ ଅଛୁ ଆପଣଙ୍କ ସେବାରେ । ଏହି ଅନୁଛେଦ ମାଧ୍ୟମରେ ୨୬ ମଇକୁ ପଡୁଥିବା ଚନ୍ଦ୍ର ଗ୍ରହଣ ବିଷୟରେ ସମ୍ପୂର୍ଣ ତଥ୍ୟ ଅବଗତ କରାଇବୁ । ୨୬ ମଇରେ ପଡୁଥିବା ଚନ୍ଦ୍ର ଗ୍ରହଣ ୨୦୨୧ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଅଟେ କିନ୍ତୁ ଏହି ଚନ୍ଦ୍ର ଗ୍ରହଣକୁ ଭାରତ ବାସୀ ଦେଖି ପାରିବେ ନାହିଂ ।
ବିଶେଷ କଥା ଏହା ଯେ ଏହି ଚନ୍ଦ୍ର ଗ୍ରହଣ ବୈଶାଖ ପୁର୍ନିମା ଓ ବୁଧ ପୁର୍ନିମା ଦିନ ଲାଗୁଛି । ତେଣୁ ଏହି ଚନ୍ଦ୍ର ଗ୍ରହଣ ବହୁତ ମହତ୍ବପୂର୍ଣ ଭୂମିକା ଗ୍ରହଣ କରିବା । ଶାସ୍ତ୍ର ଅନୁସାରେ ଯେଉଁ ଚନ୍ଦ୍ର ଗ୍ରହଣକୁ ଖାଲି ଆଖିରେ ଦେଖି ହୁଏ ନାହିଂ ତାହା ଅଧିକ ପ୍ରଭାବଶାଳୀ ନଥାଏ ।
ଭାରତୀୟ ସମୟ ଅନୁସାରେ ଏହି ଗ୍ରହଣ ଦିବା ୨ ଘଟିକା ୧୭ ମିନିଟ ଠାରୁ ସନ୍ଧ୍ୟା ୭ ଘଟିକା ୧୯ ମିନିଟ ପର୍ଯ୍ୟନ୍ତ ରହିବ । ଏହି ଗ୍ରହଣ ଆମେରିକା, ଉତ୍ତର ୟୁରୋପ, ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଓ ପ୍ରଶାନ୍ତ ମହାସାଗରର କିଛି ସ୍ଥାନରେ ସମ୍ପୂର୍ଣ ରୂପରେ ଦ୍ରୁଷ୍ଟି ଗୋଚର ହେବ ଏବଂ ଭାରତରେ ଛାଇ ଚନ୍ଦ୍ର ଗ୍ରହଣ ଦେଖା ଦେବ । ତେବେ ଆସନ୍ତୁ ଆମେ ଏବେ ସେହି ରାସୀ ମାନଙ୍କ ବିଷୟରେ ଜାଣିବା ଯାହା ଉପରେ ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ ରହିବ ।
ମେଷ ରାଶି:-
ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଅଚାନକ ଧନ ପ୍ରାପ୍ତିର ଯୋଗରହିଛି କିନ୍ତୁ ମାନସିକ ଚାପ ମଧ୍ୟ ଏହି ବ୍ୟକ୍ତି ବିଶେଷଙ୍କ ଉପରେ ରହିବ । ପୂର୍ବରୁ ଅଟକିଥିବା କୌଣସି କାର୍ଯ୍ୟ ସମ୍ପୂର୍ଣ ହେବାର ସମ୍ଭାବନା ରହିଛି । କୌଣସି ଯାତ୍ରା ସମୟରେ ଧନ ଲାଭର ଯୋଗ ରହିଛି ଏବଂ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବ ନିହାତି ଜରୁରୀ ଅଟେ ।
କର୍କଟ ରାଶି:-
ଏହି ରାଶିର ବ୍ୟକ୍ତି ବିଶେଷ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ । ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବାର ଯୋଗ ରହିଛି । ଯଦି ଏହି ରାଶିର ବ୍ୟକ୍ତି ବିଶେଷ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁ ଛନ୍ତି ତେବେ ଏହି ସମୟ ଉପଯୁକ୍ତ ସମୟ ଅଟେ, କାରଣ ଏହି କ୍ଷେତ୍ରରେ ସଫଳତାର ସୁଯୋଗ ରହିଛି ।
କନ୍ୟା ରାଶି:-
ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଚାକିରି କ୍ଷେତ୍ରରେ ଉରଣଟି ଘଟିବ । ନିଜର ଆର୍ଥିକ ସ୍ଥିତି ସୁଦୃଢ ରହିବ । କିନ୍ତୁ ତର ତର ହୋଇ କୌଣସି ନିସ୍ପତି ନେବାରୁ ଦୂରରେ ରୁହନ୍ତୁ । ନୂତନ ଚାକିରି ମିଳିବାର ସମ୍ଭାବନା ରହିଛି ଏବଂ ବାଣିଜ୍ୟ କ୍ଷେତ୍ରରେ ସଫଳତା ମିଳିବାର ମଧ୍ୟ ସୁଯୋଗ ରହିଛି ।
ମକର ରାଶି:-
ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଆର୍ଥିକ ଲାଭ ମିଳିବାର ଯୋଗରହିଛି । ସମସ୍ତ କ୍ଷେତ୍ରରେ ସଫଳତା ମିଳିବା ସହିତ ଚାକିରିରେ ପରିବର୍ତନ ହେବାର ସମ୍ଭାବନା ରହିଛି । ଆପଣଙ୍କ ଉଚ କର୍ମଚାରୀ ଆପଣଙ୍କ କାର୍ଯ୍ୟରେ ଖୁସି ରହିବେ ଏବଂ ବାଣିଜ୍ୟରେ ଉର୍ନତି ଘଟିବ । ନୂତନ ଚିନ୍ତାଧାରାରେ ଆପଣ ଲାଭବାନ ହେବେ ।