ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ସବ୍ୟ ଜଣାଇଲେ ପ୍ରଥମ ପତ୍ନୀଙ୍କ ଠାରୁ ଅଲଗା ହବାର ପ୍ରକୃତ କାରଣ 

ଅଲିଉଡ ଦୁନିଆରେ ବହୁତ ଏମିତି ଯୋଡି ଅଛନ୍ତି ଯାହାକୁ ପରଦା ଉପରେ ଦେଖିବା ପାଇଁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି କିନ୍ତୁ ସେହି ସବୁ ଯୋଡି ଅସଲ ଜୀବନରେ ଏକାଠି ହୋଇ ପାରନ୍ତି ନାହିଁ । ଏହି ଭଳି ଗୋଟେ ପ୍ରସିଦ୍ଧ ଯୋଡି ଥିଲା ସବ୍ୟ ଓ ଅର୍ଚିତାଙ୍କ ଯୋଡି । ତାଙ୍କ ପ୍ରାୟତଃ ସବୁ ଚଳଚିତ୍ର ସୁପର ହିଟ ହୋଇଛି କିନ୍ତୁ କିଛି କାରଣରୁ ଦୁହିଙ୍କ ସମ୍ପର୍କ ବିଷୟରେ ସେ ଜନତା କୁ କିଛି କହି ନଥିଲେ । ତେବେ ବର୍ତମାନ ସବ୍ୟ ନିଜ ପାଟି ଖୋଲି ଛନ୍ତି ଆଉ ଦୁନିଆକୁ ନିଜ ପ୍ରଥମ ପତ୍ନୀ ବିଷୟରେ କହିଛନ୍ତି ।

ଆପଣ ମାନେ ସବ୍ୟ’ଙ୍କୁ ଚଳଚିତ୍ର କରିବାର ଦେଖିଛନ୍ତି କିନ୍ତୁ ସେ ଇଞ୍ଜିନିଅର ପାଠ ପଢିଛନ୍ତି ଆଉ ସେ ପାଠରେ ବହୁତ ଭଲ ଥିଲେ । ତାଙ୍କ ପ୍ରଥମ ସ୍ତ୍ରୀଙ୍କ ନାମ ହେଉଛି ସୀମା ଯିଏ ଇଞ୍ଜିନରିଙ୍ଗ ରେ ତାଙ୍କ କ୍ଳାସମେଟ ଥିଲେ ଦୁହିଙ୍କ ବିବାହ ହେଲା କିନ୍ତୁ କିଛି ୮ ବର୍ଷ ପରେ ଦୁହେଁ ଅଲଗା ମଧ୍ୟ ହୋଇ ଗଲେ । ସବ୍ୟାଙ୍କ କହିବା ଅନୁଯାଇ ଦୁହିଙ୍କ ମଝିରେ କିଛି ଠିକ ନଥିଲା ଆଉ ଦୁହେଁ ବହୁତ ଦୁଃଖିତ ରହୁଥିଲେ ଯାହା ପରେ ଦୁହେଁ ଏକାଠି ବିଚାର କରି ଅଲଗା ହେଲେ ।

ଏହା ପରେ ସବ୍ୟ କାହାକୁ ମନ ଦେଲେ ନାହିଁ ସେ ଅର୍ଚିତାଙ୍କୁ କେବଳ ନିଜ ବହୁତ ଭଲ ସାଙ୍ଗ ଭାବୁଥିଲେ କିନ୍ତୁ ପରେ ଅନୁଭବ କରି ପାରିଲେ ଯେ ଏହି ସମ୍ପର୍କ କେବଳ ସାଙ୍ଗର ନୁହଁ ଏହା ଜନ୍ମ ଜନ୍ମ ର ସମ୍ପର୍କ ଅଟେ ଯାହା ପରେ ଦୁହେଁ ଏହାକୁ ବୁଝିବା ପାଇଁ ବହୁତ ସମୟ ମଧ୍ୟ ନେଇଥିଲେ । ତେବେ ସବ୍ୟସାଚିଙ୍କୁ ପସନ୍ଦ ନକରୁ ଥିବା କିଛି ଲୋକ ତାଙ୍କ ପ୍ରଥମ ଓ ଦ୍ଵିତୀୟ ବିବାହ ସୋଶିଅଲ ମିଡିଆରେ ଛାଡି ବହୁତ କଥା କହୁଛନ୍ତି ଯାହା ଅନ୍ୟ ମାନଙ୍କୁ ଖରାପ ଲାଗୁଛି ।

ତେବେ କିଛି ଲୋକ ଏହା ମଧ୍ୟ କହୁଛନ୍ତି ଯେ ପ୍ରଥମ ସ୍ତ୍ରୀକୁ ଛାଡିବା ପରେ ସବ୍ୟ ନିଜ ଜୀବନରେ ଆଗକୁ ବଢିବା ପାଇଁ ବହୁତ ସମୟ ନେଲେ ଏହାର ଅର୍ଥ ସେ ବହୁତ ଇମୋସନାଲ ବ୍ୟକ୍ତି ଅଟନ୍ତି ଆଉ ଏହା ଛଡା ସମସ୍ତଙ୍କୁ ନିଜ ଜୀବନରେ ନିଷ୍ପତ୍ତି ନବା ର ଅଧିକାର ଅଛି ଆଉ ଯଦି ସେ ଦୁହେଁ ଏକାଠି ରହିବାକୁ ଇଛା କରିଛନ୍ତି ତେବେ କାହାକୁ ଏଥିରେ ମୁଣ୍ଡ ପୁରାଇବା କିଛି ଆବଶ୍ୟକ ନୁହ । ତେବେ ଅର୍ଚିତା ଆଉ ସବ୍ୟାଙ୍କ ବିବାହ ଫଟୋ ବହୁତ ସୁନ୍ଦର ଆସିଛି ଆଉ ଦୁହେଁ ଏକାଠି ରହିବା ପାଇଁ ବହୁତ ସୁଖୀ ମନେ କରୁଛନ୍ତି ।

Leave a Reply

Your email address will not be published. Required fields are marked *