ପୁଅ IPS ଅଫିସର କିନ୍ତୁ ବାପା ମା ରହୁଛନ୍ତି ଏଭଳି ଦୟାନୟ ଅବସ୍ଥାରେ…. ଦେଖିଲେ ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ନମସ୍କାର ବନ୍ଧୁଗଣ । ପୁଅ ହେଉଛି ଆପିଏସ ଅଫିସର କିନ୍ତୁ ବାପା ମା ଚାଳ ଘରେ ଦିନ କାଟୁଛନ୍ତି । ପୁଅର ଦାମୀ ଘର ଗାଡି ଛାଡି ବାପା ମା ନିଜର ପୈତୃକ ସମ୍ପତିରେ ପଡି ରହିଛନ୍ତି । ପ୍ରତେକ ବାପା ମାଙ୍କର ସ୍ଵପ୍ନ ଥାଏ ପିଲା ମାନେ ନାଁ କରିଲେ ସେ ଆରାମରେ ରହିବେ । କିନ୍ତୁ ଏମିତି କିଛି ବାପା ମା ଅଛନ୍ତି ଯେଉଁ ମାନେ ପିଲାଙ୍କର ସଫଳତା ପରେ ତାଙ୍କ ଖୁସିରେ ସାମିଲ ନ ହୋଇ ନିଜ ଜନ୍ମ ମାଟିରେ ରହିବାକୁ ପସନ୍ଦ କରିଥାନ୍ତି ।

ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକରେ । ପ୍ରକୃତ କଥା ହେଉଛି ପୁଅ ଆପିଏସ ଅଫିସର ହୋଇଗଲା ବୋଲି କଣ ଭିଟା ମାଟି ଛାଡି ଦେବେ ତାହା ନୁହେଁ । ବରଂ ସେହି ଘରେ ରହି ପୁଅକୁ ଜୀବନର ସଂଘର୍ଷ ବିଷୟରେ ପୁଣି ଥରେ ମନେ ପକାଇଦେବେ ବାପା ମା । ଏପରି କରିବା ଦ୍ଵାରା ଆପିଏସ ପୁଅ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ରହିବ । ଏଥିପାଇଁ ବାପା ମା ନିଜର ଦଦରା ଛପର ଘରେ ଏବେ ବି ପଡି ରହିଛନ୍ତି ।

ଏହି ଘରେ ତାଙ୍କର ସମୟ ଦାରିଦ୍ରତାରେ କଟିଛି ଯାହା ପାଇଁ ତାଙ୍କ ପାଇଁ ୟୁପିଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପ୍ରେରଣା ଓ ସାହାସା ଦେଇଥିଲେ ଯାହାକୁ ଛାଡିବା ପାଇଁ ବାପା ମା ରାଜି ନୁହନ୍ତି । କର୍ଣ୍ଣାଟକ ବେଲଗବି ଜିଲ୍ଲାର ଜଗଦୀଶ ଅଲ୍ଲାହଲ ୟୁପିଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏବେ ସେ ଆନ୍ଧ୍ର ପ୍ରଦେଶର କ୍ୟାଡରର ଆପିଏସ ଅଫିସର ଭାବେ କାର୍ଯ୍ୟରତ ।

ଜଗଦୀଶ ଆପିଏସ ହୋଇଥିଲେ ମଧ୍ୟ ତାଙ୍କ ବାପା ଶ୍ରୀକାନ୍ତ ଓ ମା ସାବିତ୍ରୀ ଏବେ ବି ଆଜବେଷ୍ଟିସ ଚାଲି ଘରେ ରହୁଛନ୍ତି । ଜଗଦୀଶଙ୍କ ବାପା ମାଙ୍କ ମତରେ ତାଙ୍କ ଛୋଟିଆ ଘର ହେଉଛି ଆସାର ପ୍ରତୀକ । ଜୀବନରେ ସେମାନେ ଅନେକ ସଂଘର୍ଷ କରିଛନ୍ତି ଯାହା ତାଙ୍କୁ ଶାକ୍ତ କରି ରଖିଛି । ତେଣୁ ରୋଜଗାର ବଢିଗଲା ବୋଲି ସେମାନେ ପୂର୍ବର ଜୀବନ ଶୈଳୀକୁ କେମିତି ଭୁଲିଯିବେ ବୋଲି ମତ ଦେଇଛନ୍ତି ।

ଯେ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଠିକ ଅଛି, ଯେ ପର୍ଯ୍ୟନ୍ତ ନିଜ ହାତରେ କାମ କରି ପାରୁଛନ୍ତି ସେତେ ଯାଏଁ ନିଜ ଜମିରେ କ୍ଷତିବେ ଓ ସେହି ଚାଲ ଘରେ ରହିବେ । ଏଥିରେ ଜଗଦୀଶଙ୍କ ବାପା ମାଙ୍କୁ ମିଳୁଛି ଅପାର ଶାନ୍ତି । ଜଗଦୀଶଙ୍କ ବାପା ଚିନୀ କମ୍ପାନୀରେ ଡ୍ରାଇଭର ଭାବେ କାମ କରୁଥିଲେ । ସେ ତାଙ୍କର ୪ ପିଲାଙ୍କ ପାଠ ପଢା ପାଇଁ ଅନେକ କରଜ କରିଛନ୍ତି ।

ଜଗଦୀଶଙ୍କ ବାପା କହିଛନ୍ତି ଯେ ସେ ୨୦୧୩ରେ ଜଣେ ନିର୍ବାଚନ ଅଧିକାରୀଙ୍କୁ ଗାଡିରେ ନେଇ ଯାଉଥିବା ସମୟରେ ୟୁପିଏସ ପରିକ୍ଷା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହା ପରେ ସେ ରୁଣ କରି ଜଗଦୀଶଙ୍କୁ ପଢିବା ପାଇଁ ଦିଲ୍ଲୀ ପଠାଇ ଥିଲେ । ଆଜି ଜଗଦୀଶ ତାଙ୍କ ବାପାଙ୍କର ସ୍ଵପ୍ନ ପୁରା କରିବା ସତ୍ଵ ବି ପୁଅ ସହ ସହରକୁ ନ ଯାଇ ମାଟିର ମଣିଷ ହୋଇ ରହିବାକୁ ପସନ୍ଦ କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *