ଆଜିକାଲି ଦୁନିଆରେ ପିଲା ମାନେ ମୋବାଇଲ ଦେଖିବା ପାଇଁ ବହୁତ ଭଲ ପାଉଛନ୍ତି । ଏହା କେବଳ ବାପା ମାଙ୍କ ପାଇଁ ହେଉଛି । ଯଦି ପିଲାଟି ନ ଖାଉଛି ବା କଥା ନ ମାନୁଛି ତେବେ ବାପା ମା ନିଜକୁ ରିଲାକ୍ସ କରିବା ପାଇଁ ପିଲାଙ୍କୁ ଫୋନ ଦେଉଛନ୍ତି । ବାପା ମା ନିଜର ବ୍ୟସ୍ତ ବହୁଳ ଜୀବନରେ ପିଲାଙ୍କର ଠିକ ଭାବେ ଯତ୍ନ ନ ନେଇ ସେମାନଙ୍କୁ ଫୋନ ଧରାଇ ଦେଉଛନ୍ତି । ଯାହା ଫଳରେ ପିଲା ମାନେ କିଛି ଭଲ ଶିଖିବା ବଦଳରେ ଅନେକ ଖରାପ କଥା ସିଖୁଛନ୍ତି । ଯଦି ବାପା ମା ପିଲାଙ୍କୁ ଫୋନ ଦେଉଛନ୍ତି ତେବେ କିଛି ଶିକ୍ଷଣିୟ ଜିନିଷ ଯେମିତି ପିଲା ଶିଖିବେ ତାହା ପ୍ରତି ଧ୍ୟାନ ଦେବା ଉଚିତ ।
ଆଜିକାଲି ପିଲା ମାନେ ପପଜି ଗେମ ଦେଖିବାକୁ ଅଧିକ ଆଗ୍ରହ ହେଉଛି । ଯାହା ପାଇଁ ସେମାନେ ଚିଡିଚିଡା ହେବା ସହ ପାଠ ପଢାରେ ମଧ୍ୟ ଧାନ ଦେଉ ନାହାନ୍ତି । ଏଥିପାଇଁ ବାପା ମା ମାନେ ପିଲାଙ୍କୁ ଦାୟୀ ମାନୁଚନ୍ତି । ଯାହା ସଂପୂର୍ଣ୍ଣ ଭାବେ ଭୁଲ ହୋଇଥାଏ । କାରଣ ବାପା ମା ପିଲାଙ୍କୁ ଫୋନ ଦେବାରୁ ହିଁ ସେମାନେ ଏ ସବୁ ଖରାପ ଅଭ୍ଯାସରେ ପଡ଼ୁଛନ୍ତି । ଯଦି ପିଲା ମାନେ ଆପଣଙ୍କ କଥା ମାନୁ ନାହାନ୍ତି ତେବେ ଆପଣ ସେମାନଙ୍କ ସହ କିଛି ସମୟ ବିତାଇବାକୁ ଚେଷ୍ଟା କରନ୍ତୁ । ତାଙ୍କ ସହ ଯେତେ ସମ୍ଭବ ଟାଇମ ଦେବା ସହ ସେମାଙ୍କର ଖେଳକୁଦରେ ଧ୍ୟାନ ଲଗାନ୍ତୁ । ପିଲାଙ୍କ ସହ କିଛି ଭଲ କଥା ଆଲୋଚନା କରନ୍ତୁ ।
ଯଦି ଆପଣ ପିଲାଙ୍କ ଉପରେ ରାଗିବେ ତେବେ ତାହା ସଂପୂର୍ଣ୍ଣ ଭାବେ ଭୁଲ ହେବ । ପିଲାର ଯାହା ଇଚ୍ଛା ତାହା କରିବା ପାଇଁ ବାପା ମା ସହଯୋଗ କରିବା ଉଚିତ । ଯଦି କିଛି କାମ ଆପଣଙ୍କୁ ଭୁଲ ଲାଗୁଛି ତେବେ ଆପଣ ପିଲାଙ୍କୁ ସଠିକ ମାର୍ଗ ଦେଖାନ୍ତୁ । ବାପା ମା ଯେମିତି ପିଲାଙ୍କୁ ମାର୍ଗ ଦର୍ଶନ କରାଇବେ ପିଲା ମାନେ ସେହି ମାର୍ଗରେ ଯିବେ । ପିଲାଙ୍କୁ ଅଧିକ ଚାପ ପକାଇବା ଦ୍ଵାରା ସେମାନେ କିଛି ଭୁଲ ନିଷ୍ପତି ନେଇଥାନ୍ତି । ପିଲାଙ୍କୁ କୌଣସି ଜାଗାକୁ ବୁଲାଇବାକୁ ନିଅନ୍ତୁ । ଏହା ସହ କୌଣସି ମନ୍ଦିରକୁ ନେଇ ଯାଆନ୍ତୁ ।
ଏହା ଦ୍ଵାରା ପିଲାଙ୍କର ମାଇଣ୍ଡ ଫ୍ରେସ ହେବ । ଯଦି ପିଲା ଟିକେ ଟିକେ କଥାରେ ଚିଡିଚିଡା ହେଉଥାଏ ତେବେ ଆପଣ ପରିବାର ସହ ପ୍ରତେକ ସୋମବାର ଦିନ ଶିବ ମନ୍ଦିର ଯାଇ ପୂଜା ଆରାଧନା କରନ୍ତୁ । ଯଦି ଘରେ ବାପା ଓ ମା ପରସ୍ପର ମଧ୍ୟରେ ଝଗଡା ଲଗାନତି ତେବେ ପିଲା ମାନେ ମଧ୍ୟ ସେୟା ଶିଖିବେ । ଯାହା ସେମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ଆପଣ ମାନେ ପ୍ରତମେ ନିଜେ ଠିକ ରୁହନ୍ତୁ । ତା ପରେ ନିଜ ପିଲାଙ୍କୁ ଠିକ ବାଟ ଦେଖାନ୍ତୁ । ପିଲାଙ୍କ ଯେତେ ସାଙ୍ଗ ଭାବେ କଥାବାର୍ତ୍ତା କରିବେ ସେମାନେ କିଛି ଭଲ କଥା ଶିଖିବାକୁ ପାଇବେ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।