ବନ୍ଧୁଗଣ ଭଲ ମଣିଷ ଟି ଶବ ପାଲଟିବାକୁ କେତେ ବା ସମୟ ଲାଗିଥାଏ । ବେଳେବେଳେ ସ୍ଵପ୍ନ ଆରମ୍ଭ ହେବା ଆଗରୁ ଭାଙ୍ଗିଯାଏ ରାତିର ନିଦ । ମୃତ୍ୟୁ ଅନେକ ସମୟରେ ଏମିତି ଆସେ ଯାହାର କଳ୍ପନା କେହି କେବେ କରି ନ ଥିବେ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ସ୍ଥିତ ପ ଟ୍ଟ ମୁ ଣ୍ଡା ଇ ଗାଁ ର ବାଲିଝରି ଗାଁ ର ରାକେଶ ପାତ୍ର । ରାକେଶ ଜୀବନ ସାରା ନିଜ ଗୋଡ ରେ ଠିଆ ହୋଇଥିଲେ । ସେ ଗାଡି ଚଳାଇ ପରିବାର ପୋ ଷୁ ଥି ଲେ । ହେଲେ ହଠାତ ତାଙ୍କ ଜୀବନ ନେଇଗଲା କିଡନି ରୋଗ ।
୮ ମାସ ଧରି କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ ରାକେଶ । ନିଜର ରୋଜଗାରିଆ ପୁଅ ର ଜୀବନ ବଞ୍ଚାଇବାକୁ ମା ଶିବାନୀ ନିଜର କିଡନି ତାଙ୍କୁ ଦେଇଥିଲେ । ଗତ ୧୨ ତାରିଖରେ ରାକେଶଙ୍କର କିଡନି ପ୍ରତିରୋପଣ ହେଲା । କିନ୍ତୁ କିଡନି ଟ୍ରାନ୍ସଫର ହେବାର ୨୪ ଘଣ୍ଟା ନ ପୁରୁନୁ ଆରପାରିକୁ ଚାଲିଗଲେ ରାକେଶ । ରାକେଶ ଚଳାଇଯିବା ପରେ ଏ ହେଉଛି ତାଙ୍କ ଅସଜଡା ହୋଇ ଯାଇଥିବ ଦୁନିଆ ଯାହାର ଚିତ୍ର ଆପଣ ମାନେ ଏହି ହିଡିଓ ରେ ଦେଖି ପାରିବେ । ସ୍ତ୍ରୀ ଙ୍କ ଆଖି ରୁ ଲୁହ ସୁଖୁ ନାହି ।
ରାକେଶଙ୍କର ୩ଟି ପିଲା, ରୋଗିଣା ବାପା ଆଉ କିଡନି ଦେଇଥିବା ବୁଢୀ ମା । ଏବେ ରାକେଶ ଚାଲିଯିବା ପରେ କେମିତି ଚାଲିବ ପୁରା ପରିବାର ସବୁ କିଛି ଅନ୍ଧାର ହୋଇ ଯାଇଛି । ସେପଟେ ପୁଅ କୁ କିଡନି ଦେଇ ଆଶା ବାନ୍ଧି ବସିଥିବ ମା ଏବେ ବି ଡାକ୍ତରଖାନାରେ ପଡିଛି । ମା ଏ ଯାଏଁ ଜାଣି ନାହି ପୁଅ ଆଉ ଏ ଦୁନିଆରେ ନାହି । ବୋଝ ମୁଣ୍ଡାଇ ଚାଲୁଇଥିବା ଲୋକ ଟା ଯେ ଏମିତି ବୋଝ ପାଲଟିଯିବ ସେ କଥା ସ୍ତ୍ରୀ କେମିତି ବା ଜଣାଇଥାନ୍ତା ? ଦୁନିଆର ବୋଝ ମୁଣ୍ଡାଇଥିବା ମଣିଷ ଟି ପାଇଁ ଭଗବାନ ବାଛି ବାଛି ନିଜ ପାଖକୁ ନେଇ ଯାଇଥାନ୍ତି ।
ଏବେ ଚିନ୍ତା ପଡିଛି ଏବେ କେମିତି ଚାଲିବ ରାକେଶ ଙ୍କ ପରିବାର । ରୋଜଗାର କରିଲେ ସିନା ହାଣ୍ଡି ଜଳିବ ବାପା ମା ଙ୍କ ପାଟିକୁ ଔଷଧ ଯିବ । ପିଲାଙ୍କ ମୁହଁ କୁ ମୁଠାଏ ଖାଇବାକୁ ମିଳିବ । ପର ହାତ ଟେକା କୁ ଏମାନେ ଅଣାଇଛନ୍ତି କେହି ହେଲେ ଏମାନଙ୍କୁ ସାହାଜ୍ଯ କରନ୍ତେ କି ? ରାକେଶ ଙ୍କ ପରିବାର ଏବେ ଆର୍ଥିକ ସାହାଜ୍ଯ ପାଇଁ ଅନାଇ ବସିଛନ୍ତି ।
ଦେଖାଯାଉ ତାଙ୍କ ପରିବାରକୁ ସାହାଜ୍ଯ କରିବାକୁ ସରକାର କେଉଁ ଭଳି ପଦକ୍ଷେପ ନେଉଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।